କୋଇଲା ବୋଝେଇ ଗାଡ଼ିରେ ଲାଗିଲା ନିଆଁ
ଚିଲିକା : ଆଜି ଖୋର୍ଦ୍ଧା ନିକଟସ୍ଥ ବାଲୁଗାଁ ଷ୍ଟେସନରେ ଏକ ଅଘଟଣ ଘଟିଛି । ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଯାଇଛି । ତେବେ ନିଆଁକୁ ଆୟତ କରିବା ପାଇଁ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚô ନିଆଁକୁ ଆୟତ କରିଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ, ବିଶାଖାପାଟନମରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିଲା । ବାଲୁଗାଁ ପୂର୍ବରୁ ଚିଲିକା ଷ୍ଟେସନରେ ଏହା ଜଣାପଡିବା ପରେ ଟ୍ରେନଟିକୁ ବାଲୁଗାଁ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମ ଅଟକାଯାଇ ନିଆଁକୁ ଲିଭାଯାଇଥିଲା । ତେବେ ଅତ୍ୟଧିକ ଖରା ଯୋଗୁଁ କୋଇଲାକୁ କୋଇଲା ଘଷି ହେବା ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।