ଏଣିକି ବୀମାରେ ଶତପ୍ରତିଶତ ଏଫ୍ଡିଆଇ

 ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ୨୦୨୫-୨୬ର ଲକ୍ଷ୍ୟ ହେଉଛି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ୬ଟି କ୍ଷେତ୍ରରେ ପରିବର୍ତ୍ତନମୂଳକ ସଂସ୍କାର ଆରମ୍ଭ କରିବା, ଯାହା ଆମର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ବଢ଼ାଇବ । ସେଥିମଧ୍ୟରୁ ଗୋଟିଏ ହେଉଛି ଆର୍ଥିକ କ୍ଷେତ୍ର, ଯେଉଁଥିରେ ବୀମା, ପେନସନ, ଦ୍ୱିପାକ୍ଷିକ ନିବେଶ, ଚୁକ୍ତି (ବିଟିଟି) ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ର ଅନ୍ତର୍ଭୁକ୍ତ । ସେ ସୂଚନା ଦେଇଛନ୍ତି ଯେ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ସୀମା ୭୪%ରୁ ୧୦୦%କୁ ବୃଦ୍ଧି କରାଯିବ । ଏହି ବର୍ଦ୍ଧିତ ସୀମା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମ୍ପୂର୍ଣ୍ଣ ପ୍ରିମିୟମ୍ ଭାରତରେ ନିବେଶ କରିବେ । ବିଦେଶୀ ପୁଞ୍ଜି ନିବେଶ ସମ୍ବନ୍ଧୀୟ ସାମ୍ପ୍ରତିକ ସୀମା ଏବଂ କଟକଣାର ସମୀକ୍ଷା ଏବଂ ସରଳୀକରଣ କରାଯିବ । ନିୟାମକ ସମନ୍ୱୟ ଏବଂ ପେନସନ ଉତ୍ପାଦର ବିକାଶ ପାଇଁ ଏକ ଫୋରମ୍ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । କେୱାଇସି ପ୍ରକ୍ରିୟାର ସରଳୀକରଣ ସମ୍ପର୍କରେ ପୂର୍ବ ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୫ ରେ ନବୀକୃତ କେନ୍ଦ୍ରୀୟ କେୱାଇସି ରେଜିଷ୍ଟ୍ରିକୁ କାର୍ଯ୍ୟକ୍ଷମ କରାଯିବ । ନିୟମିତ ଅପଡେଟ୍ ପାଇଁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ନିରନ୍ତର ବିଦେଶୀ ପୁଞ୍ଜିନିବେଶକୁ ପ୍ରୋସôାହିତ କରିବା ଏବଂ ‘ପ୍ରଥମ ବିକଶିତ ଭାରତ'ର ଭାବନାରେ ବର୍ତ୍ତମାନର ମଡେଲ ବିଆଇଟିକୁ ସଂଶୋଧନ କରାଯିବ ଏବଂ ଅଧିକ ନିବେଶକ ଅନୁକୂଳ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ।