ତାଇୱାନ୍ ଓପନ୍ ଆଥଲେଟ୍ : ଭାରତକୁ ୬ ସ୍ୱର୍ଣ୍ଣ
ନୂଆଦିଲ୍ଲୀ : ତାଇୱାନର ଚାଇନିଜ୍ ତାଇପେଇ ଠାରେ ଅନୁଷ୍ଠିତ ତାଇୱାନ ଆଥଲେଟିକ୍ସ ଓପନ୍ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ପ୍ରଥମ ଦିନ ୬ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସୀୟ ଆଥ୍ଲେଟ୍ ବିଜୟିନୀ ଜ୍ୟୋତି ୟାରାଜୀ ୧୦୦ ମିଟର୍ ବାଧା ଦୌଡ଼ରେ ଚମକôାର ସମୟ (୧୨.୯୯ ସେକେଣ୍ଡ୍) ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ପୁରୁଷ ୧୧୦ ମିଟର୍ ବାଧାଦୌଡରେ ତେଜାସ ଶୀର୍ଷ ନିଜ ଖେଳ ଜୀବନର ଦ୍ୱିତୀୟ ଦ୍ରୁତତମ ସମୟ (୧୩.୫୨ ସେକେଣ୍ଡ୍) ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶନିବାର ଭାରତ ପାଇଁ ମହିଳା ୧୫୦୦ ମିଟରରେ ପୂଜା (୪:୧୧.୬୫ ମିନିଟ୍) ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଟ୍ରିପଲ୍ ଜମ୍ପ୍ରେ ଅବଦୁଲ୍ଲା ଅବୁବାକର୍ (୧୬.୨୧ ମିଟର୍)ଙ୍କ ସହିତ ପୁରୁଷ ଓ ମହିଳା ୪ ଗୁଣା ୧୦୦ ମିଟର୍ ରିଲେ ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ତେବେ ରବିବାର ଶେଷ ଦିନରେ ତଥା କଣ୍ଟିନେଣ୍ଟାଲ ବ୍ରୋଞ୍ଜ ଇଭେଣ୍ଟ୍ରେ ୧୪ ଜଣ ଭାରତୀୟ ଆଥଲେଟ୍ସ ଅଂଶଗ୍ରହଣ କରିଥିଲେ । ଆନ୍ସି ସୋଜନ ଏବଂ ସାଳିନୀ ସିଂହ ଲଙ୍ଗ୍ ଜମ୍ପ୍ସରେ ରେକର୍ଡ କରି ଭାରତକୁ ପ୍ରତିପାଦିତ କରିଥିବା ବେଳେ ଜାଭଲିନ୍ ଥ୍ରୋ ଫାଇନାଲ୍ରେ ଅନ୍ନୁରାଣୀ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଦ୍ୱିତୀୟ ଦିନରେ ପୁରୁଷ ଜାଭଲିନ୍ ଫାଇନାଲ୍ରେ ଅଂଶଗ୍ରହଣ କରିଥିବା ରୋହିତ ଯାଦବ ଫିଲ୍ଡ ଇଭେଣ୍ଟ୍ରେ ଏକମାତ୍ର ଭାରତୀୟ ପୁରୁଷ ଖେଳାଳି ଥିଲେ । ସେହିପରି ଆଜି ମହିଳା ଓ ପୁରୁଷ ୪୦୦ ମିଟର ବାଧା ଦୌଡ଼ ଏବଂ ୮୦୦ ମିଟର ଇଭେଣ୍ଟ ଦୌଡ଼ ଅନୁଷ୍ଠିତ ହୋଇଥିବା ବେଳେ ପୁରୁଷ ୪ଙ୍ଘ୪୦୦ମିଟର ରିଲେ ଦଳରେ ସ୍ୱର୍ଣ୍ଣ ପଦକ ଜିତିଛି ।