ଘଟଣା ଦୁର୍ଘଟଣା : ସର୍ପାଘାତରେ ମହିଳା ମୃତ

 ପାଣିକୋଇଲି : ପାଣିକୋଇଲି ଥାନା ରୁଢିଆ ଗାଁର ସ୍ୱର୍ଗତ ଗୋରାଚାନ୍ଦ ମିଶ୍ରଙ୍କ ପନôୀ ଜୟତ୍ରୀ (୬୫)ଙ୍କ ସର୍ପାଘାତରେ ମୃତୁ୍ୟ ହୋଇଛି । ସେ ଘରେ ରୋଷେଇ କରୁଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେବାରୁ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି ।
ଦୁର୍ଘଟଣାରେ ଯୁବକ ମୃତ
୧୬ ନଂ ଏନ୍ଏଚ୍ର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା  ସିଙ୍ଗିରା ଥାନା ପାଉଁଶକୁଳି ଶାସନର ରାମଚନ୍ଦ୍ର ମୁଖିଙ୍କ ପୁଅ ଗୋକୁଳାନ୍ଦ (୩୭) ବୋଲି ଜଣାପଡ଼ିଛି । ସେ ଜ୍ୟୋତି ହସପିଟାଲରେ ଡ୍ରାଇଭର ଭାବେ କାମ କରିଆସୁଥିବା ବେଳେ ଆଜି ଭୋର୍ରୁ ତାଙ୍କ ମାଲିକକୁ ନେଇ କଟକ ଯାଉଥିଲେ । ପାଣିକୋଇଲି ଶର୍ମା ପେଟ୍ରୋଲ ପମ୍ପ ଆଗକୁ ଗାଡ଼ିକୁ ରାସ୍ତାକଡ଼ରେ ରଖି ପରିସ୍ରା ଯାଉଥିବା ସମୟରେ ପଛ ପଟୁ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।