ବିକଶିତ ହେବ ଶ୍ରେଷ୍ଠ ୫୦ ପର୍ଯ୍ୟଟନସ୍ଥଳି
ନୂଆଦିଲ୍ଲୀ: ଚଳିତ ବଜେଟ୍ରେ ପର୍ଯ୍ୟଟନକୁ ରୋଜଗାର ଭିତ୍ତିକ ଅଭିବୃଦ୍ଧି କ୍ଷେତ୍ର ଭାବେ ପରିଗଣିତ କରାଯାଇଛି । ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧିକୁ ସୁଗମ କରିବା ମଧ୍ୟରେ ଆତିଥ୍ୟ ପରିଚାଳନା, ହୋମଷ୍ଟେ ପାଇଁ ମୁଦ୍ରା ଋଣ, ପର୍ଯ୍ୟଟନସ୍ଥଳକୁ ଯାତ୍ରା ଏବଂ ଯୋଗାଯୋଗ ସୁବିଧାରେ ଉନ୍ନତି ଆଣିବା, ସୁବ୍ୟବସ୍ଥିତ ଇ-ଭିସା ସୁବିଧା ଆରମ୍ଭ କରିବା ଏବଂ ରାଜ୍ୟଗୁଡ଼ିକୁ ପ୍ରଦର୍ଶନ-ଭିତ୍ତିକ ପ୍ରୋସôାହନ ପ୍ରଦାନ କରିବା ସମେତ ଯୁବବର୍ଗଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା ଅନ୍ତର୍ଭୁକ୍ତ କରାଯାଇଛି । ଦେଶର ଶ୍ରେଷ୍ଠ ୫୦ଟି ପର୍ଯ୍ୟଟନସ୍ଥଳିକୁ ରାଜ୍ୟର ସହଭାଗିତାରେ ବିକଶିତ କରାଯିବ ବୋଲି ଆଜି ବଜେଟ୍ ଉପସ୍ଥାପନ ସମୟରେ ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ସେହିପରି ହୋଟେଲ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟମାନଙ୍କୁ ଜମି ଯୋଗାଇ ଦେବାକୁ ପଡ଼ିବ ଏବଂ ସେହି ଗନ୍ତବ୍ୟସ୍ଥଳରେ ଥିବା ହୋଟେଲଗୁଡ଼ିକୁ ଭିତ୍ତିଭୂମି ଏଚ୍ଏମ୍ଏଲ୍ରେ ଅନ୍ତର୍ଭୁକ୍ତ କରାଯିବ । ଆଧ୍ୟାତ୍ମିକ ଏବଂ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଗୁରୁତ୍ୱ ଦିଆଯିବ । ଭଗବାନ ବୁଦ୍ଧଙ୍କ ଜୀବନ ଏବଂ ସମୟ ସହିତ ଜଡ଼ିତ ଗନ୍ତବ୍ୟସ୍ଥଳ ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।