ଭାରତୀୟ କିଷାନ ସଂଘ ପ୍ରତିନିଧିଙ୍କ ପ୍ରଶିକ୍ଷଣ ଶିବିର

 ଭୁବନେଶ୍ୱର : ଦେଶର ଏକମାତ୍ର ଅଣରାଜନୈତିକ କୃଷକ ସଂଘ ‘ଭାରତୀୟ କିଷାନ ସଂଘ’ର କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ୍ ଅନ୍ତର୍ଗତ ୧୦ଟି ଜିଲ୍ଲାର ପ୍ରତିନିଧିମାନଙ୍କର ପ୍ରଶିକ୍ଷଣ ଶିବିର ୭ ତାରିଖ ଦିନ ଜଗତ୍ସିଂହପୁର ଜିଲ୍ଲାର ରଘୁନାଥପୁର ଶିଶୁ ମିନ୍ଦିରରେ ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ଶିବିରରେ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଭୂତପୂର୍ବ ବାଚସ୍ପତି ରବି ରାୟଙ୍କଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ନିମାପଡ଼ା ଶାଖାର ପାଟପୁର ସାମିଲ କିଆକଟାର ପ୍ରଭାକର ସ୍ୱାଇଁ, ଭିଲ୍ଲିଗ୍ରାମର ପ୍ରମୋଦ ସ୍ୱାଇଁ, ପୁରୀ ଜିଲ୍ଲାରୁ ପ୍ରତିନିଧିତ୍ୱ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଜାନକୀ ସ୍ୱାଇଁ, ଅଖିଳ ଭାରତୀୟ କୋଷାଧ୍ୟକ୍ଷ ଯୁଗଳ ମିଶ୍ରଙ୍କ ସମେତ ୧୦ ଜିଲ୍ଲା ପ୍ରତିନିଧି ଯୋଗଦେଇଥିଲେ  ।