ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ : ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ବୈଠକ

ନବରଙ୍ଗପୁର: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ମାନ୍ୟବର ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ଏବଂ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ହେବାକୁଥିବା ବିକାଶ ମେଳା ନିମନ୍ତେ ବୌଠକ ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଗୌରୀ ଶଙ୍କର ମାଝୀ, ଝରି ଗାଁ ବିଧାୟକ ନରସିଂହ ଭତରା, ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ , ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଶ୍ୱଜିତ ବର୍ମନ୍ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ  । ଗୃହରେ ସ୍ୱାସ୍ଥ୍ୟ, ଖଣି, ପରିବହନ, ପାନୀୟ ଜଳ, ଯୋଗାଣ, ସାମାଜିକ ସୁରକ୍ଷା, ସମାଜ କଲ୍ୟାଣ, ଶିଳ୍ପ, ଶ୍ରମ, ଦକ୍ଷତା ବିକାଶ, ଜିଲ୍ଲା ପରିଷଦ ବିଭାଗର ବର୍ଷ ପୂର୍ତ୍ତି ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଓ ଯୋଜନା ପ୍ରଣୟନ ଉପରେ ପଚାରିବୁଝିଥିଲେ । ଏହି ଅବସରରେ ହେବାକୁ ଥିବା ବିକାଶ ମେଳାରେ  ଖାଦ୍ୟ ଉସôବ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳରୁ ବ୍ଲକ ଓ ସହରାଞ୍ଚଳରେ ବିକାଶ ବାହନ ଯାତ୍ରା ଦ୍ୱାରା  ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ପ୍ରଚାର ପ୍ରସାର, ଶାନ୍ତି ଶୃଙ୍ଖଳା, ପାର୍କିଂ ସମେତ ବିଭିନ୍ନ ପ୍ରକାର ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ବିଶେଷ ପଦକ୍ଷେପ ନେବାକୁ ପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ  ।
ଜିଲ୍ଲାରେ ବିଭିନ୍ନ ଷ୍ଟାର୍ଟଅପ ଉଦ୍ୟୋଗୀ ଏବଂ ଶିଳ୍ପ ଉଦ୍ୟୋଗୀଙ୍କୁ ଉସôାହିତ, ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଓ କାର୍ଯ୍ୟ , ବିଶିଷ୍ଟ ଖେଳାଳି, ସାହିତ୍ୟିକ,କଳାକାର ବିଭାଗୀୟ ସଫଳ କାହାଣୀର ପ୍ରଦର୍ଶନ, ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀ ର ବିକାଶ ଓ ଇକୋ ଟୁରିଜମ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ  । ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜିଲ୍ଲାରେ ବିଭାଗୀୟ ବିଭିନ୍ନ ଯୋଜନା ର ପ୍ରଣୟନ ଓ ହିତାଧିକାରୀ ମାନଙ୍କୁ ପହଞ୍ଚିଥିବା ସହାୟତା,ବିକାଶ ମୂଳକ କାର୍ଯ୍ୟକ୍ରମର ବିକାଶ ମେଳା ରେ ସଫଳ ପ୍ରଦର୍ଶନ ଓ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ କୁ କହିଥିଲେ ।ବିକାଶ ମେଳା ରେ ମୋଟ ବିଭାଗୀୟ ଷ୍ଟଲ୍ ୩୬ ଏବଂ ପାରମ୍ପରିକ ଖାଦ୍ୟ ଷ୍ଟଲ ୨୫ ଏଭଳି ୬୧ ଟି ଷ୍ଟଲ ର ଆୟୋଜନ କରାଯାଉଛି ।