ସ୍ନାନଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା
ସ୍ନାନପୂର୍ଣ୍ଣମୀ ନିମନ୍ତେ ସହର ମଧ୍ୟରେ ଟ୍ରାଫିକ୍ ବ୍ୟବସ୍ଥା କିଭଳି ବଳବତ୍ତର ରହିବ ସେଥିପାଇଁ ଏକ ଆଡ଼ଭାଇଜରୀ ପ୍ରସ୍ତୁତ କରାଯାଇଛି । ଏହି ଆଡ଼ଭାଇଜରୀରେ କୁହାଯାଇଛି ପ୍ରତ୍ୟେକ ତିନିଚକିଆ ଯାନ ତାଳବଣିଆ ଠାରୁ ହସ୍ପିଟାଲ ଛକ, ୱାଟର ୱର୍କ୍ସ ରୋଡ଼୍, ଓଡ଼ିଶା ବେକରୀ, ରାମମନ୍ଦିର, ଘୋଡ଼ା ବଜାର ଏବଂ ରେଡ଼କ୍ରସ ରୋଡ଼ ଦେଇ ଯାତାୟତ କରିପାରିବେ । ଯେଉଁ ତିନି ଚକିଆ ଯାନ ଗୁଡ଼ିକ ତାଳବଣିଆ ଠାରୁ କଲେଜ ଛକ ପର୍ଯ୍ୟନ୍ତ ଆତଯାତ କରିବା ପାଇଁ ଚାହିଁବେ ସେମାନେ ବେଳାଭୂମି ରାସ୍ତା ଦେଇ ଟାଉନହଲ୍ ଛକ ପର୍ଯ୍ୟନ୍ତ ଆସିପାରିବେ । ପେଣ୍ଠକଟା, ସିଟି ରୋଡ଼୍, ୟୁଥ୍ ହଷ୍ଟେଲ, ଅର୍ବାନ ହାଟ, ଜିଲ୍ଳାସ୍କୁଲ ଦେଇ କଲେଜ ଛକରେ ପହଞ୍ଚିପାରିବେ । ମନ୍ଦିର ଚାରିପଟେ ତିନି ଚକିଆଯାନ ଚଳାଚଳ କରିପାରିବ ନାହିଁ । ସେହିଭଳି ସିଂହଦ୍ୱାରକୁ ବଡ଼ଦାଣ୍ଡରେ ଯାଇପାରିବ ନାହିଁ । ବାଲିସାହି ରାସ୍ତାରେ ସୋଲାଖିଆ ବରଗଛ ଠାରୁ ସିଂହଦ୍ୱାର ଆଡ଼କୁ, ବିଶେଶ୍ୱରୀ ମନ୍ଦିର ଠାରୁ ସିଂହଦ୍ୱାର ଆଡ଼କୁ, ମୋଚି ସାହି ଛକ ଠାରୁ ସିଂହଦ୍ୱାର ଆଡ଼କୁ, ଲୋକନାଥ ରୋଡ଼ରୁ ସିଂହଦ୍ୱାର ଆଡ଼କୁ ତିନିଚକିଆ ଯାନ ଚଳାଚଳ ନିଷେଧ କରାଯାଇଛି ।