ମତ୍ସ୍ୟାବତାର କଥା


"ପଦ୍ମ ପୁରାଣ'ର "ଉତ୍ତରାଖଣ୍ଡ' ଅନୁସାରେ ପୂର୍ବକାଳରେ ଶଙ୍ଖାସୁର ନାମରେ ଥିଲା ଏକ ମହା ପରାକ୍ରମୀ ଅସୁର । ସେ ସ୍ୱର୍ଗ ରାଜ୍ୟ ଆକ୍ରମଣ କରି ଦେବତା ମାନଙ୍କୁ ସ୍ୱର୍ଗଚୁ୍ୟତ କଲା । ତା ପରେ ତାର ମନକୁ ଆସିଲା ବେଦମନ୍ତ୍ର ବଳରେ ଦେବତାମାନେ ଶକ୍ତିଶାଳୀ ହେଉଛନ୍ତି । ବେଦକୁ ଅପହରଣ କରିନେଲେ ସେମାନେ ନିର୍ବଳ ଓ ତେଜହୀନ ହୋଇଯିବେ । ଏହା ଭାବି ସେ ବେଦ ହରଣ କରିନେଲା । ତାହା ଜାଣି ବ୍ରହ୍ମାଙ୍କ ସହିତ ଦେବତାମାନେ ଯାଇ ଭଗବାନ ବିଷ୍ଣୁଙ୍କର ଶରଣ ନେଲେ ଏବଂ ତାଙ୍କୁ ବେଦ ଉଦ୍ଧାର କରିବା ପାଇଁ ପ୍ରାର୍ଥନା କଲେ । ତାହା ଫଳରେ ବିଷ୍ଣୁ ମତ୍ସ୍ୟାବତାରରେ ଆବିର୍ଭୁତ ହୋଇ ବେଦ ଉଦ୍ଧାର କରିବେ ବୋଲି ସେମାନଙ୍କୁ କହିଲେ । ମତ୍ସ୍ୟାବତାର ଭଗବାନ ବିଷ୍ଣୁଙ୍କର ଆଦ୍ୟ ଅବତାର  ।ଶଙ୍ଖାସୁର ଥିଲା ସମୁଦ୍ରପୁତ୍ର । ତେଣୁ ସେ ବେଦହରଣ କରିନେଇ ସମୁଦ୍ର୍ର ଗର୍ଭରେ ଲୁଚାଇ ରଖିଥିଲା । ସେଥିପାଇଁ ବିଷ୍ଣୁ ମତ୍ସ୍ୟ ଅବତାର ହିଁ ଗ୍ରହଣ କରିଥିଲେ । ପଦ୍ମପୁରାଣରେ ବର୍ଣ୍ଣିତ ଥିବା ଦେବର୍ଷି ନାରଦଙ୍କ ଉକ୍ତି ଅନୁସାରେ ଭଗବାନ ବିଷ୍ଣୁ ଏକ କ୍ଷୁଦ୍ର ମୀନ ରୂପରେ ସ୍ୱର୍ଗଲୋକରୁ ଆସି ବିନ୍ଧ୍ୟ ପର୍ବତ ନିବାସୀ କଶ୍ୟପ ମୁନିଙ୍କ ଆଞ୍ଜୁଳିର ଜଳରେ ଆବିର୍ଭୁତ ହୋଇଥିଲେ । ସେ ଦ୍ରୁତ ବଡ଼ରୁ ବଡ଼ ହେବାରେ ଲାଗିବାରୁ କଶ୍ୟପ ତାଙ୍କୁ ଆଞ୍ଜୁଳିରୁ କମଣ୍ଡଳୁକୁ କମଣ୍ଡଳରୁ କୂପକୁ କୂପରୁ ପୁଷ୍କରିଣୀକୁ ଏହିପରି କ୍ରମେ ବଡ଼ରୁ ବଡ଼ ଜଳାଶୟରେ ରଖିବା ପରେ ଶେଷରେ ତାଙ୍କୁ ନେଇ ସମୁଦ୍ରରେ ଛାଡ଼ିଥିଲେ । ତାହାପରେ ବିଶାଳ ମତ୍ସ୍ୟ ରୂପରେ ସେ ଶଙ୍ଖାସୁରକୁ ନିହତ କଲେ ଏବଂ ତାହାକୁ ହାତରେ ଧରି ବଦ୍ରିବନ ଚାଲିଯାଇଥିଲେ । ତାଙ୍କ ନିଦେ୍ର୍ଦଶରେ ଋଷିମାନେ ଯାଇ ସମୁଦ୍ରରୁ ବେଦ ଉଦ୍ଧାର କରି ଆଣିଥିଲେ । 
କଟକ