କମୁଛି ତୈଳ ଦର

କମୁଛି  ତୈଳ ଦର

 ଯେତେ ଅନୁକୂଳ ସ୍ଥିତି ହେଲେ ମଧ୍ୟ ତେଲ ଦର କମାଇବାକୁ ଚାହୁନାହାନ୍ତି କମ୍ପାନି । ସରକାର ବି ଚାପ ପକାଉନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଶସ୍ତା ହେବା ପରେ ତେଲ କମ୍ପାନିଗୁଡ଼ିକ ଏବେ ପେଟ୍ରୋଲ୍‌ ଲିଟର ପିଛା ୧୫ ଟଙ୍କାର ଲାଭ କରୁଛନ୍ତି । କିନ୍ତୁ ତାହାର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚୁନାହିଁ । ଦୀର୍ଘଦିନ ଧରି ଗୋଟିଏ ଦାମ୍‌ରେ ପେଟ୍ରୋଲ୍ ଓ ଡିଜେଲ୍ ଦର ସ୍ଥିର ହୋଇଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ବାଣିଜ୍ୟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦାମ୍ ୬୫ ଡଲାର ପାଖାପାଖି ହ୍ରାସ ପାଇଛି । ସେଥିପାଇଁ ତେଲ ଦର କମ୍ ହେବାର ସୁଯୋଗ ସୃଷ୍ଟି ହୋଇଛି ।