ଘିବଲି ଫଟୋ ମାୟାରେ ଯୁବପିଢ଼ି


ଡ.ଅମୂଲ୍ୟ କୁମାର ପଣ୍ଡା  :  ବର୍ତ୍ତମାନ ଘିବଲି ଷ୍ଟାଇଲ କାର୍ଟୁନ ଫଟୋ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ହୋଇଗଲାଣି  । ଆଉ ଏହି ଟ୍ରେଣ୍ଡ ଦିନକୁ ଦିନ ବେଶ୍ ଭାଇରାଲ ହେଉଛି  । କ୍ରିକେଟ ବିଶ୍ୱକପ ବିଜୟର ଖୁସି ଠାରୁ ନେଇ ମୋଦୀଙ୍କ ଶପଥ  । ବାହୁବଳୀ ଠାରୁ ଆରମ୍ଭ କରି ଡିଡିଏଲଜେ ସିନେମା ଯାଏଁ ସବୁଥିରେ ଏବେ ସୋସିଆଲ ମିଡିଆରେ ଘିବଲି ଷ୍ଟାଇଲ ଫଟୋ ଦେଖିବାକୁ ମିଳୁଛି  । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଘିବଲି ନିଶା  । ନୂଆ ଟ୍ରେଣ୍ଡକୁ ଫଲୋ କରୁଛନ୍ତି ଯୁବପିଢ଼ି  । ଖାଲି ଯୁବପିଢ଼ି ନୁହଁ ବୟସ୍କ ଓ ଶିକ୍ଷିତ ନାମଦାମୀ ଲୋକ ମଧ୍ୟ ଏହା ପଛରେ ପଡିଯାଇଛନ୍ତି ଯାହା ସମସ୍ତ ସୋସିଆଲ ମିଡ଼ିଆର ୟୁଜର୍ସ ମାନଙ୍କୁ ଆକୃଷ୍ଟ କରୁଛି  । ଯିଏ ଏହି ଫଟୋ ଦେଖୁଛି ତା ମନରେ କେମିତି ହେଲା ବୋଲି ପ୍ରଶ୍ନ ଆସୁଛି  । ହ୍ୱାଟ୍ସଆପ୍ଠୁ ଆରମ୍ଭ କରି ଏକ୍ସ ପର୍ଯ୍ୟନ୍ତ ସବୁଠି ଘିବଲିର ଲୋକପ୍ରିୟତା ଦେଖିବାକୁ ମିଳୁଛି  । ଏହି ଟୁଲ୍ ମାଧ୍ୟମରେ ସୋସିଆଲ ମିଡ଼ିଆର ୟୁଜର୍ସମାନେ ଯେକୌଣସି ଫଟୋକୁ  ଆନିମେଟେଡ ଭଳି  ପରିବର୍ତ୍ତନ କରୁଛନ୍ତି  । ସୋସିଆଲ ମିଡିଆରେ ଟ୍ରେଣ୍ଡ ଏବେ ଭାଇରଲ ଘିବଲି ଯାହା  ଙକ୍ଟ୍ରରଦ୍ଭ ଏଆଇ ( ଆର୍ଟିଫିସିଆଲ ଇଣ୍ଟେଲିଜିଏଣ୍ଟ )ର ଜିପିଟି-୪୦ ମଡେଲ ଦ୍ୱାରା ସମ୍ଭବ ହୋଇପାରିଛି  । ନିଜ ଫଟୋଠୁ ଆରମ୍ଭ କରି ସାଙ୍ଗସାଥୀଙ୍କ ସହ ଉଠେଇଥିବା ଫଟୋ ସବୁ ଏବେ ନୂଆ ଟ୍ରେଣ୍ଡ ଘିବଲିରେ ପରିବର୍ତ୍ତନ ହେବାରେ ଲାଗିଛି  । ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ଫଟୋ, ସିନେମା ପୋଷ୍ଟର ଠାରୁ ଆରମ୍ଭ କରି ଲୋକଙ୍କ ବ୍ୟକ୍ତିଗତ ଫଟୋ, ଏବେ ଘିବଲି ଆର୍ଟରେ ରୂପାନ୍ତରିତ ହେଉଛି । ‘ଚାଟ୍ ଜିପିଟି’ ଏବଂ ‘ଗ୍ରୋକ’ ଏଆଇ ଟୁଲକୁ ବ୍ୟବହାର କରି ନିଜ ନିଜର ଘିବଲି ଫଟୋ ବନାଉଛନ୍ତି ୟୁଜର୍ସ ।
ଏଇ କିଛି ଦିନ ହେବ ସୋସିଆଲ ମିଡିଆ ସ୍କ୍ରଲିଂ କରୁଥିବା ବେଳେ ନଜରରେ ଆସୁଛି ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଆଦି ପ୍ଲାଟଫର୍ମରେ ଘିବଲି ଷ୍ଟାଇଲ ଫଟୋ  । ନେତାଙ୍କର ହେଉ କି ଅଭିନେତାଙ୍କର ଅବା ହେଉ ଖେଳାଳୀଙ୍କର ଏଆଇ ଜେନେରେଟେଡ ଫଟୋ ନିହାତି ଆଖିରେ ପଡୁଛି  । ଯେତେବେଳେ ସାରା ଦୁନିଆର ଲୋକେ ଘିବଲି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ସେତେବେଳେ ନିଜକୁ ସେହି ଟ୍ରେଣ୍ଡରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ପ୍ରାୟ ୧୦ରୁ ଅଧିକ ଘିବଲି ଷ୍ଟାଇଲ ଫଟୋ ମୋଦୀଙ୍କର ଭାଇରାଲ ହେଉଛି  । ଖାଲି କଣ ମୋଦୀ ବରଂ ଶାହା, ଯୋଗୀ ଆଦିତ୍ୟନାଥ, ଆତିଶୀ, ଶଶୀ ଥରୁର, ଅଖିଳେଶ ଯାଦବ, ଜେ.ପି ନଡ୍ଡାଙ୍କ ସମେତ ଓଡିଶାର ନବୀନ ପଟ୍ଟନାୟକ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭଳି ଅନେକ ରାଜନେତାଙ୍କ ଘିବଲି ଷ୍ଟାଇଲ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ରାହୁଲ ଗାନ୍ଧୀ ଦାଢି ରଖା ଫଟୋ ବି ଘିବଲି ଷ୍ଟାଇଲରେ ଏବେ ଖୁବ୍ ଟ୍ରେଣ୍ଡରେ ରହିଛି  । ଏ ଘିବଲି ନାମଟି ନୂଆ ଲାଗୁଥିଲେ ମଧ୍ୟ ଏହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି  । ଆଉ ଏହି ଟ୍ରେଣ୍ଡିଙ୍ଗର ଶ୍ରେୟ ଯାଉଛି ଙକ୍ଟ୍ରରଦ୍ଭ ଇଓ ର ଏଚଞ- ୪୦ ମଡେଲକୁ । ଲୋକମାନେ ଏହି ଟୁଲ୍ ଜରିଆରେ ଯେକୌଣସି ଫଟୋକୁ ଆକର୍ଷଣୀୟ ରୂପେ ପରିବର୍ତ୍ତନ କରି ଆନିମେଟେଡ ଭଳି ରୂପାନ୍ତରଣ କରିପାରୁଛନ୍ତି  । ଯାହାର କ୍ରେଜ ଏବେ ସବୁଠି ଦେଖିବାକୁ ମିଳୁଛି  ।
ତେବେ ଆସନ୍ତୁ ଜାଣିବା ଘିବଲି ଫଟୋ କଣ ? ଘିବିଲି ଫଟୋ ହେଉଛି ଯାହା ସାହାଯ୍ୟରେ ଆମେ ଗୋଟେ ଫଟୋର ବାସ୍ତବିକତାରେ ପରିବର୍ତ୍ତନ ଆଣିଥାଉ  । ଆମେ ଗୁଗୁଲ ଓ ଚାଟ ଜିପିଟି ସାହାଯ୍ୟରେ ଏମିତି ଫଟୋ କରିପାରିବା  । ଆମେ ଏହି ଟୁଲ ସାହାଯ୍ୟରେ ନିଜର ଏକ ବାସ୍ତବଧର୍ମୀ ବା ରିଅଲିଷ୍ଟିକ ଫଟୋ ଅପଲୋଡ କରିଥାଉ ଏବଂ ତାପରେ ଆମର ସେହି ଫଟୋର ଏକ କାର୍ଟୁନ ସଦୃଶ୍ୟ ଫଟୋ ବା ଘିବଲି ଫଟୋ ତିଆରି ହେଇଥାଏ  । ଘିବିଲି ଫଟୋର ଉଦ୍ଭାବକ ହେଉଛନ୍ତି  ହାୟାଓ ମିୟାଜାକି  । ସେ ହେଉଛନ୍ତି ଜାପାନର ଜଣେ ଆନିମେଟର  । ସେ ଜାପାନୀ ଆନିମେଟେଡ୍ ଫିଚର ଫିଲ୍ମର ସ୍ରଷ୍ଟା ଭାବରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି  । ସେ ଆନିମେସନ୍ ଇତିହାସରେ ସବୁଠାରୁ ସଫଳ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା ମଧ୍ୟ କରାଯାଏ  । ତାଙ୍କ ନୂଆ  ଆନିମେସନ୍ ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଘିବଲି ଫଟୋ, ଜାପାନର ପ୍ରସିଦ୍ଧ ଷ୍ଟୁଡିଓ ଘିବଲି ଦ୍ୱାରା ଅନୁପ୍ରାଣିତ । ଏହା ଏକ ଜାପାନୀ ଆନିମେସନ୍ ଷ୍ଟୁଡିଓ । ୧୯୮୫ ମସିହାରେ ମିଆଜାକି, ଇସାଓ ତାକାହାତା ଏବଂ ତୋଶିଓ ସୁଜୁକିଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା । ସେହିପରି ଏହି ଘିବଲି ନାମଟି ଇଟାଲୀୟ ଶବ୍ଦରୁ ମଧ୍ୟ ଆସିଛି । ଏହି ନାମଟି ମିୟାଜାକିଙ୍କ ଇଟାଲୀ ଏବଂ ଉଡ଼ାଜାହାଜ ପ୍ରତି ପ୍ରେମରୁ ପ୍ରେରିତ ହୋଇଥିଲା । ହାୟାଓ ମିୟାଜାକି ହେଉଛନ୍ତି ଘିବଲିର ସର୍ବଶ୍ରେଷ୍ଠ ନିଦେ୍ର୍ଦଶକ । ତାଙ୍କୁ ‘ଏସିଆର ୱାଲ୍ଟ ଡିଜନି’ ବୋଲି ମଧ୍ୟ କୁହାଯାଏ । ଘିବଲି ଏକ ଜାପାନୀ ଆନିମେସନ୍ ଷ୍ଟୁଡିଓ ଯାହା ୧୯୮୫ ମସିହାରେ ମିଆଜାକି, ଇସାଓ ତାକାହାତା ଏବଂ ତୋଶିଓ ସୁଜୁକିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।   ଘିବଲିର ଅନେକ ଚଳଚ୍ଚିତ୍ର କ୍ଲାସିକ୍ ପାଲଟିଛି । ଏମାନଙ୍କ ମଧ୍ୟରୁ ଦୁଇଟି ଓସ୍କାର ମଧ୍ୟ ଜିତିଛନ୍ତି  । ୨୦୧୪ ମସିହାରେ ସେ ଓସ୍କାର ସମ୍ମାନଜନକ ପୁରସ୍କାର ପାଇଥିଲେ । ମିଆଜାକି ଇଓ ବ୍ୟବହାର କରି ସୃଷ୍ଟି ହୋଇଥିବା କଳାର ବିରୋଧୀ । ୨୦୧୬ରେ, ଯେତେବେଳେ ତାଙ୍କୁ ଇଓ ଦ୍ୱାରା ନିର୍ମିତ ଏକ ଆନିମେସନ୍ କ୍ଲିପ୍ ଦେଖାଯାଇଥିଲା, ସେ ଏହାକୁ ‘ଜୀବନର ଅପମାନ' ବୋଲି କହିଥିଲେ । ସେ କହିଥିଲେ ଯେ କୃତ୍ରିମ ଶାସ୍ତ୍ର କଳାକାରମାନଙ୍କୁ ବଦଳାଇ ପାରିବ ନାହିଁ । ଏହା କଳା ଏବଂ ଭାବନାର ଅପମାନ । ତେବେ କିଛି ବର୍ଷ ଧରି ଷ୍ଟୁଡିଓ ଘିବଲିର ଆନିମେସନ୍ ଫଟୋ, ଭିଡିଓ ଦର୍ଶକଙ୍କୁ ଆକର୍ଷିତ କରିଆସୁଛି । ବର୍ତ୍ତମାନ ଚାଟ୍ ଜିପିଟି ଏବଂ ଗ୍ରୋକ ଏଆଇ ଟୁଲରେ ଏହି ଜେନେରେସନ୍ ଉପକରଣ ମାଗଣାରେ ଉପଲବ୍ଧ ହୋଇଥିବାରୁ, ଏହାକୁ ବନେଇବା ପାଇଁ ଉସôାହିତ ହୋଇପଡିଛନ୍ତି ବିଶ୍ୱବାସୀ । ବର୍ତ୍ତମାନ ୠବମରଭକ୍ଟକ୍ଟଳ ରୁ ଜାଣି ହେଉନି ଯେ ପ୍ରୋଫାଇଲ୍ରେ ଯେଉଁ ଫଟୋ ୟୁଜର୍ ମାନଙ୍କ ଥିଲା ତାହା ଘିବଲି କାର୍ଟୁନ ହେଲାପରେ ଆଉ ଠିକ୍ ସେ ୟୁଜର୍ ମାନଙ୍କୁ ଚିହ୍ନି ବି ହେଉନି । ଓଡିଶାର ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇ ମଧ୍ୟ ଘିବଲି ଷ୍ଟାଇଲ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ମହାପ୍ରଭୁ ଜଗନ୍ନାଥଙ୍କ ଅଧରପଣା ନୀତି କୁହନ୍ତୁ କି କଟକ ବାଲିଯାତ୍ରା ପଡିଆ, ୱାଚ ଟାୱାର, ଦଶରା ମେଢ ଓ ଦହିବରାକୁ ନେଇ ଘିବଲି ଷ୍ଟାଇଲରେ ଫଟୋ କରାଯାଇଛି  ।  ଘିବଲି ଟ୍ରେଣ୍ଡ ଏବେ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ସମସ୍ତଙ୍କୁ ଏହି ନିଶା ଘାରିଛି  । ସମସ୍ତେ ଘିବଲି ଷ୍ଟାଇଲରେ ଫଟୋ କନଭର୍ଟ କରି ପୋଷ୍ଟ କରୁଛନ୍ତି  । ତେବେ ଏହାର ବ୍ୟବହାର ନେଇ କେତେକ ପ୍ରଶ୍ନ ଓ ଆଶଙ୍କା ମନରେ ଉଠୁଛି । ଏହା ଭବିଷ୍ୟତରେ ବ୍ୟବହାରକାରୀଙ୍କ ପାଇଁ ଅସୁବିଧାର ବାଟ ଖୋଲିବ ନାହିଁ ତ ଯାହା ଆମ ପାଇଁ ସମସ୍ୟା ମଧ୍ୟ ହୋଇପାରେ ।
ଅରଙ୍ଗାବାଦ, ବରୀ, ଯାଜପୁର
ମୋ:୯୯୩୮୯୦୬୦୭୦