ସ୍ୱାଇନ୍ ଫ୍ଲୁ ପାଇଁ ସତର୍କ ରୁହନ୍ତୁ: ଲକ୍ଷଣ, ଉପଚାର
ଶୀତଦିନେ ଥଣ୍ଡା, କାଶ, ଶ୍ୱାସ ପରି ସ୍ୱାଇନ୍ ଫ୍ଲୁ ରୋଗ ହେବାର ଆଶଙ୍କା ଅଧିକ । ଏହା ଏକ ଶ୍ୱାସ-ପ୍ରଶ୍ୱାସ ସମ୍ବନ୍ଧୀୟ ରୋଗ । ତେଣୁ ସମସ୍ତେ ଏଥିପ୍ରତି ସତର୍କ ରହିବା ଉଚିତ୍ ।
ଘୁଷୁରୀଙ୍କ ଚଳପ୍ରଚଳ ସମୟରେ ଏହି ରୋଗର ଜୀବାଣୁ ଆସି ମଣିଷ ଶରୀରରେ ପ୍ରବେଶ କରେ । ଯାହାକି ବ୍ୟକ୍ତି ଠାରୁ ବ୍ୟକ୍ତିକୁ ବ୍ୟାପିବା ସହଜ । ତେଣୁ ସମସ୍ତେ ଜାଣି ରଖିବା ଉଚିତ୍- ଉପଯୁକ୍ତ ଚିକିତ୍ସା ଓ ଠିକ୍ ସମୟରେ ଯତ୍ନ କରାଗଲେ ଏକ ସପ୍ତାହ ମଧ୍ୟରେ ଏହି ରୋଗଟି ଭଲ ହୋଇଯିବାର ସମ୍ଭାବନା ରହିଛି ।
ଏହାର କାରଣ କ’ଣ?
ଏହା ଏକ ଭାଇରସ୍ ବା ଜୀବାଣୁଜନିତ ରୋଗ । ବର୍ଷର ଯେକୌଣସି ସମୟରେ ବି ଏହି ରୋଗ ହୋଇପାରେ । ଶୀତଦିନେ ତାପମାତ୍ରା ହ୍ରାସ ହେତୁ ଏହି ଜୀବାଣୁ ବହୁଳ ମାତ୍ରାରେ ବ୍ୟାପିଥାଏ । ଏହି କାରଣରୁ ହିଁ ଅନ୍ୟ ଦିନ ଅପେକ୍ଷା ଶୀତଦିନେ ସ୍ୱାଇନ୍ ଫ୍ଲୁ ହେବାର ଆଶଙ୍କା ଅଧିକ । ସ୍ୱାଇନ୍ ଫ୍ଲୁ ର ଜୀବାଣୁ ଦୂଷିତ ବା ସଂକ୍ରମିତ ବାୟୁ କିମ୍ବା ଅପରିଷ୍କାର ହାତର ବ୍ୟବହାର ମାଧ୍ୟମରେ ଆସିଥାଏ । ସ୍ୱାଇନ୍ ଫ୍ଲୁ ରେ ଆକ୍ରାନ୍ତ ଥିବା ବ୍ୟକ୍ତି ଛିଙ୍କିଲେ, ବା କାଶିଲେ ବା ତାହାର ଅପରିଷ୍କାର ହାତ ଦ୍ୱାରା କିଛି ଛୁଇଁଲେ ଓ ତାହା ଅନ୍ୟ ଜଣେ ପୁଣି ବ୍ୟବହାର କଲେ ରୋଗ ଜୀବାଣୁ ଶରୀରକୁ ପ୍ରବେଶ କରିଥାଏ ।
କ’ଣ ଏହାର ଲକ୍ଷଣ?
- ଅଧିକ ଜ୍ୱର ହେବା
- ଥଣ୍ଡା ଲାଗିବା
- ଗଳା ଓ ମୁଣ୍ଡ ବ୍ୟଥା ହେବା, ଏପରିକି ମୁହଁ ମଧ୍ୟ ଦରଜ ଲାଗିବା ।
- ବାରମ୍ବାର କାଶ ହେବା, ଥକାପଣ ଅନୁଭୂତ ହେବା
- ଅଧିକ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ବେହୋସ୍ ମଧ୍ୟ ହୋଇଯିବାର ଲକ୍ଷଣ ଦେଖାଯାଏ ।
- ଛୋଟ ପିଲା, ବୟସ୍କ, ଗର୍ଭବତୀ ମହିଳା, ଅସୁସ୍ଥ ବ୍ୟକ୍ତି ଓ ଧୂମପାନ କରୁଥିବା ଲୋକଙ୍କୁ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତ କରିବାର ଅଧିକ ଆଶଙ୍କା ରହିଛି ।
ଉପଚାର
ଫ୍ଲୁ ର ଉପଚାର ଲକ୍ଷଣ ଅନୁସାରେ କରାଯାଇଥାଏ । ସାଧାରଣତଃ ୯୦ ପ୍ରତିଶତ ରୋଗୀଙ୍କର ଚିକିତ୍ସା ଏହାର ଲକ୍ଷଣ ଅନୁଯାୟୀ କରାଯିବାରୁ ସୁସ୍ଥ ହୋଇଯାଆନ୍ତି ।
- ଏହି ରୋଗରୁ ମୁକ୍ତ ହେବାପାଇଁ ଉପଯୁକ୍ତ ଉପାୟ ହେଉଛି- ଟୀକାକରଣ । ଡାକ୍ତରଙ୍କ କହିବାନୁସାରେ, ଯଦି ଆପଣ ଚାରିବର୍ଷରେ ଥରେ ବି ଟୀକା ନେଇଥାନ୍ତି ତାହାଲେ ସ୍ୱାଇନ୍ ଫ୍ଲୁ ରୁ ରକ୍ଷା ପାଇଯିବେ ।
- ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଜ୍ୱର ଓ ଶାରୀରିକ ପୀଡ଼ା ପାଇଁ ପାରାସିଟାମଲ୍ ଭଳି ଔଷଧ ସେବନ କରାଯାଇପାରେ ।
- ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଥିବା ବ୍ୟକ୍ତି ଘରେ ଆରାମ୍ କରିବା ଦରକାର । ଅସୁସ୍ଥ ଥିବା ପିଲାଙ୍କୁ ବାହାରକୁ ନଛାଡ଼ିବା ଉଚିତ୍ ।
- ପୀଡ଼ିତ ବ୍ୟକ୍ତିଙ୍କୁ ଅଧିକ ମାତ୍ରାରେ କ୍ଷୀର, ସୁପ୍, ଡାଲି ଓ ପାଣି ଭଳିି ତରଳ ପଦାର୍ଥ ଦେବା ଆବଶ୍ୟକ ।
- ପ୍ରୋଟିନ୍ୟୁକ୍ତ ଖାଦ୍ୟ ପଦାର୍ଥ ଖାଇବା ମଧ୍ୟ ଲାଭଦାୟକ ।
- କାଶିବା ଓ ଛିଙ୍କିବା ବେଳେ ମୁହଁକୁ ରୁମାଲ୍ରେ ଘୋଡ଼ାଇ ରଖନ୍ତୁ ।
- ହାତ ପରିଷ୍କାର ରଖିବା ସହ ରୋଗୀ ବ୍ୟବହାର କରୁଥିବା ପୋଷାକପତ୍ରକୁ ଅନ୍ୟ କେହି ବ୍ୟବହାର ନକରିବା ସହ ଏହାକୁ ସଫାସୁତୁରା ରଖନ୍ତୁ ।
- ଗହଳି ସ୍ଥାନରେ ଫ୍ଲୁ ସଂକ୍ରମିତ ହେବାର ଆଶଙ୍କା ଅଧିକ । ତେଣୁ ଏଭଳି ସ୍ଥାନରେ ବେଶି ସମୟ ନରହିବା ଉଚିତ୍ ।
- ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରନ୍ତୁ ।
ସ୍ୱାଇନ୍ ଫ୍ଲୁ ର ପ୍ରତିଷେଧକ ଭାବେ ଚ୍ଛବଦ୍ଭଜ୍ଞସଙ୍ଖସକ୍ସ ଓ ଗ୍ଧବଜ୍ଞସଲକ୍ଷଙ୍କ ନାମକ ଔଷଧକୁ ବ୍ୟବହାର କରାଯାଇଥାଏ । କିନ୍ତୁ ପ୍ରତ୍ୟେକ ରୋଗୀର ଆଣ୍ଟି-ଭାଇରାଲ୍ ଔଷଧ ସେବନ କରିବାର ଆବଶ୍ୟକତା ନାହିଁ । ଏହାଦ୍ୱାରା ତୁରନ୍ତ ଉପଶମ ମଧ୍ୟ ମିଳେନାହିଁ । ମାତ୍ର ଶିଶୁ, ଗର୍ଭବତୀ, ହୃଦ୍ରୋଗୀ ଭଳି ବ୍ୟକ୍ତିଙ୍କୁ ଏହା ସେବନ କରାଯିବାର ପରାମର୍ଶ ଦିଆଯାଇଥାଏ ।