ବିଳମ୍ବିତ ରାତିରେ ଶୋଉଛନ୍ତି କି?

ଯେଉଁମାନେ ରାତି ବେଳା ବିଳମ୍ବରେ ଶୋଇବାକୁ ଯାଆନ୍ତି ସେମାନଙ୍କୁ ସାଧାରଣତଃ ପେଚା କୁହାଯାଏ। ତେବେ ବିଳମ୍ବିତ ରାତିରେ ଶୋଇବା ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ। ଆଜିକା ଦିନରେ ଲୋକଙ୍କ ଜୀବନଶୈଳୀରେ ବହୁତ ପରିବର୍ତ୍ତନ ଆସିଲାଣି। ବିଳମ୍ବରେ ଖାଇବା, ବିଳମ୍ବରେ ଶୋଇବା ଓ ବିଳମ୍ବରେ ଶଯ୍ୟାତ୍ୟାଗ ଆଦି ଅଭ୍ୟାସରେ ପରିଣତ ହୋଇଗଲାଣି। ତେବେ ଏପରି ଅଭ୍ୟାସ ଲୋକଙ୍କ ଜୀବନ ପ୍ରତି ଆଣିପାରେ ବିପଦ। କିଛି ଲୋକ ବାଧ୍ୟ ହୋଇ ବିଳମ୍ବିତ ରାତିରେ ଶୋଉଥିବା ବେଳେ ଆଉ କିଛି ମୋବାଇଲ ନିଶାରେ ଲେଟ ନାଇଟରେ ବେଡକୁ ଯାଆନ୍ତି। ଏହା ନିତିଦିନିଆ ଜୀବନଶୈଳୀରେ ପରିଣତ ହୋଇଗଲାଣି। ହେଲେ ଆପଣ ଜାଣିଛନ୍ତି କି ଏପରି ବିଳମ୍ବରେ ଶୋଇବା ଅଭ୍ୟାସ ବଡ଼ ରୋଗର କାରଣ ସାଜିପାରେ? ଆପଣ ଟାଇପ୍-2 ମଧୁମେହ ବା ଡାଇବେଟିସ ଭଳି ଭଳି ସାଙ୍ଘାତିକ ରୋଗରେ ପଡ଼ି ପାରନ୍ତି ବୋଲି ନୂଆ ରିପୋର୍ଟ ପ୍ରକାଶ ପାଇଛି।
ବିଳମ୍ବରେ ଶୋଇଲେ ହେବ ଡାଇବେଟିସ! : ସାଧାରଣତଃ ଶୀଘ୍ର ବେଡକୁ ଯାଉଥିବା ଲୋକଙ୍କ ଅପେକ୍ଷା ବିଳମ୍ବରେ ଶୋଉଥିବା ଲୋକଙ୍କ କ୍ଷେତ୍ରରେ ଟାଇପ୍-୨ ମଧୁମେହ ରୋଗ ହେବାର ଆଶାଙ୍କା ୪୬% ଅଧିକ। କେବଳ ମଧୁମେହ ନୁହେଁ, ବିଳମ୍ବରେ ଶୋଇବା ଦ୍ୱାରା ଆପଣଙ୍କ 'ବଡି ମାକ୍ସ ଇଣ୍ଡେକ୍ସ' (BMI),ଶରୀର ମଧ୍ୟରେ ଚର୍ବି ବୃଦ୍ଧି ଓ ଫ୍ୟାଟି ଲିଭର ଭଳି ସମସ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଛି। ଧୁମେହ ଶିକାରରୁ ବଞ୍ଚିବା ପାଇଁ ଆମକୁ ଜୀବନଶୈଳୀକୁ କିଛିମାତ୍ରାରେ ବଦଳାଇବାକୁ ପଡ଼ିବ। ଶୀଘ୍ର ରାତିରେ ଖାଇବା, ଶୀଘ୍ର ଶୋଇବା, ନିୟମିତ ବ୍ୟାୟମ କରିବା ଓ ଖାଦ୍ୟ ଶୈଳୀରେ ପରିବର୍ତ୍ତନ କଲେ ଟାଇପ ୨ ଡାଇବେଟିସକୁ ରୋକା ଯାଇ ପାରିବ।