ଉନ୍ନୟନମୂଳକ କାର୍ଯ୍ୟ ବନ୍ଦ ପ୍ରତିବାଦରେ ବିଜେଡିର ଗଣଧାରଣା 

 ବାଲେଶ୍ୱର : ସଦର ବ୍ଲକ ଏବଂ ପୌରାଞ୍ଚଳରେ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ସମ୍ପ୍ରତି ବିଜେପି ବିଧାୟକଙ୍କ ଚାପରେ ବନ୍ଦ କରାଯାଇଥିବାରୁ ପୂର୍ବତନ ସଦର ବିଧାୟକ ସଦର ବିଧାୟକ ସ୍ୱରୂପ ଦାସଙ୍କ ନେତୃତ୍ୱରେ ଏକ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଦର ବ୍ଲକ ସମ୍ମୁଖରେ ବିଜେଡି ପକ୍ଷରୁ ଅନୁଷ୍ଠିତ ପ୍ରତିବାଦ ସଭା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରଂଜନ ବାଗଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ପ୍ରତିବାଦ ସଭାରେ ବିଜେଡି ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ବିଧାୟକଙ୍କ ହିନ କାର୍ଯ୍ୟକୁ ନିନ୍ଦା କରିବା ସଂଗେ ସଂଗେ ଏହା ଦ୍ୱାରା ବିଧାୟକ ସାମୂହିକ ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଛନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ । ପୂର୍ବତନ ବିଧାୟକ ସ୍ୱରୂପ ଦାସ ଉଦ୍ବୋଧନ ଦେଇ ଉକ୍ତ ପ୍ରଗତିମୂଳକ କାର୍ଯ୍ୟ ସବୁକୁ ସ୍ଥାନୀୟ କମିଟି ଦ୍ୱାରା କରା ଯାଇଥିବାବେଳେ କାହିଁକି ଏହି କାର୍ଯ୍ୟ ସବୁକୁ ବନ୍ଦ କରାଯାଉଛି ବୋଲି ପ୍ରଶ୍ନ ଉଠାଇଥିଲେ । ଏଥିସହିତ କାର୍ଯ୍ୟ ଶେଷ ହୋଇଥିବା ପ୍ରକଳ୍ପ ଗୁଡିକର ତୁରନ୍ତ ବିଲ ଅଞ୍ଚଳବାସୀଙ୍କୁ ପ୍ରଦାନ କରିବାକୁ ସେ ଦାବି କରିବା ସଂଗେ ସଂଗେ ଆରମ୍ଭ ହୋଇଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ ସମାପ୍ତ କରିବାକୁ ସେ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ନିବେଦନ କରିଥିଲେ । ନଚେତ୍ ଏହି ଆନେ୍ଦାଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ । ଏହି ପ୍ରତିବାଦ ସଭାରେ ମୁ୍ୟନିସିପାଲିଟିର ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ଉପନଗରପାଳ ମନୋଜ ରାଉତ, ଜିଲ୍ଲା ପରିଷଦ ସଭ୍ୟା ସୋନାଲି ବିଶ୍ୱାଳ, ସଦର ବ୍ଲକ ବିଜେଡି ସଭାପତି ବସନ୍ତ ପଣ୍ଡା, ଟାଉନ ସଭାପତି ସନତ ଦାସ, ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଧିରେନ ନାୟକ, ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ବିଭୁଦତ୍ତ ପରିଡା, ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର, ବିଜେଡି ନେତା ସଂଗ୍ରାମ ମଲ୍ଲିକ, ଅକୁର ତରେଇ, ସୁଜିତ ପଣ୍ଡା, ବିଜୟାନନ୍ଦ ସ୍ୱାଇଁ, ସରପଞ୍ଚ ଅଜିତ ମହାପାତ୍ର, ଲକ୍ଷ୍ମୀକାନ୍ତ ଜେନା, କାଉସିଲର ତଥା ଟାଉନ ମହିଳା ସଭାପତି ମୀନା ମହାନ୍ତି, କାଉସିଲର ମିତା ପଟ୍ଟନାୟକ, କବିତା ମୃମୁ, ମିରାଜ ବାନୋ, ସନ୍ଧ୍ୟାରାଣୀ ଜେନା, ସବିତା ରାଣୀ ଦାସ, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ଶଶୀରେଖା ମହାନ୍ତି, ସେକ ଆୟୁବ, କାର୍ତ୍ତିକ ସାହୁ, ପୂର୍ବତନ କାଉନସିଲର ସାକିର ଖାନ, ସଂଜୟ ବେହେରା, ବିଶ୍ୱଜିତ ମହାପାତ୍ର, ନଳିନୀକାନ୍ତ ଦାସ, ଅଶୋକ ଆଢ୍ୟ, ଅଶୋକ ଦାସ, ସୁନିଆ ମୃମୁ, ଅତୁଲ ଶତପଥୀ, ଦେବାଶିଷ ଦାଶ, ପ୍ରଫୁଲ୍ଲ ଜେନା, ଅଶୋକ ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ସଭ୍ୟ ତଥା ବିଜେଡି ନେତୃବୃନ୍ଦ ଯୋଗ ଦେଇ ବିଜେପି ସରକାରର ଏତାଦୃଶ ଜନ ବିରୋଧି କାର୍ଯ୍ୟକୁ ତୀବ୍ର ସୋମାଲୋଚନା କରିଥିଲେ ।