ମାଲେସିଆ ଯିବେ ଓଡିଶା ଚାଷୀ

ମାଲେସିଆ ଯିବେ ଓଡିଶା ଚାଷୀ

କୃଷକ ଏବଂ କୃଷି ଅଧିକାରୀ ଯିବେ ମାଲେସିଆ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଜଳ ସମ୍ପଦ ବିଭାଗର ମିଳିତ ସହଯୋଗରେ ୧୪ ଜଣ କୃଷକ ଓ ୧୪ଜଣ ଅଫିସରଙ୍କୁ ମନୋନୀତ କରାଯାଇଛି । କାଲିଠୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ, କୃଷି ଅନୁସନ୍ଧାନ କେନ୍ଦ୍ର ପରିଦର୍ଶନ କରିବେ ଚାଷୀ ଓ କୃଷି ଅଧିକାରୀ । ଛତୁ ଉତ୍ପାଦନ, ଆଧୁନିକ ପ୍ରଣାଳୀରେ ଉନ୍ନତ ଉଦ୍ୟାନ କୃଷି ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଶିଖିବା ପାଇଁ ମଧ୍ୟ ସେଠାରେ ସୁଯୋଗ ମିଳିବ  ।

ଆଜି ଆନୁଷ୍ଠାନିକ ଭାବେ  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ରାଜ୍ୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବ୍ୟବସାୟକୁ ଦ୍ବିଗୁଣିତ କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ହେଉଛି । ମାଲେସିଆ ଗସ୍ତ କାଳରେ ପ୍ରତି ଦିନର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀ ଓ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଓଡିଶା ଫେରିବା ପରେ ୩ଦିନ ମଧ୍ୟରେ ସମସ୍ତ ରିପୋର୍ଟ ବିଭାଗରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ନଦେଲେ ପଦନ୍ନୋତି ସମୟରେ ଏହାକୁ ବିଚାର କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି ।