କୃତି୍ରମ ବୁଦ୍ଧିମତ୍ତା ଓ ଭସ୍ମାସୁର
ବର୍ତ୍ତମାନ କୃତି୍ରମ ବୁଦ୍ଧିମତ୍ତାର କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ସମ୍ପ୍ରସାରଣ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ କୃତି୍ରମ ବୁଦ୍ଧିମତ୍ତାର ଭସ୍ମାସୂର ଅବତାରର ଏକ ବର୍ଣ୍ଣନା ଏବେ ଗଣମାଧ୍ୟମରେ ଦେଖିବାକୁ ମିଳିଛି । କୃତି୍ରମ ବୁଦ୍ଧିମତ୍ତା ବା ଏଆଇକୁ ଗୋଟିଏ ପକ୍ଷରେ ସମାଜ ବରଦାନ ବୋଲି ଭାବୁଥିବା ବେଳେଏହା ପରମାଣୁ ବୋମାଠାରୁ ଭୟଙ୍କର ବୋଲି ବୈଷୟିକ କୌଶଳ ବିଶେଷଜ୍ଞମାନେ ମତ ଦେଲେଣି । ଏଭଳି ଏକ ଘଟଣା ମଧ୍ୟ ଘଟିଗଲାଣି । ପ୍ରକାଶିତ ଏକ ସମ୍ବାଦ ଆଧାରରେ ଯାହା ଜଣାପଡିଛି ଆମେରିକା ସେନାରେ କୃତି୍ରମ ବୁଦ୍ଧିମତ୍ତା ପ୍ରୟୋଗକରି ଏକ ଡ୍ରୋନ୍ ଆକ୍ରମଣର ପରୀକ୍ଷାମୂଳକ ପ୍ରଦର୍ଶନ ଚାଲିଥିଲା । ଡ୍ରୋନ୍କୁ ଶତ୍ରୁ ପକ୍ଷର ବାୟୁସେନା ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସକରିବା ପାଇଁ ନିଦେ୍ର୍ଦଶ ଦେବାଭଳି ଏକ କାର୍ଯ୍ୟକ୍ରମର ପରୀକ୍ଷା କରାଯାଉଥିଲା । ଡ୍ରୋନ୍ଟି ଏହି ମିଶନ୍ରେ ଆଗେଇ ଚାଲିଥିବା ବେଳେ ତାକୁ ଅଧା ବାଟରୁ ଫେରେଇ ଆଣିବା ପାଇଁ ନିଦେ୍ର୍ଦଶ ଦିଆଗଲା । ଡ୍ରୋନ୍ରକାର୍ଯ୍ୟକାରିତାପାଇଁ ପ୍ରଥମରୁ ଯେଉଁ ପ୍ରୋଗ୍ରାମିଂ କରାଯାଇଥିଲା ସେଥିରେ ତାକୁ ଅଧାବାଟରୁ ଫେରେଇ ଆଣିବାର ଯୋଜନା ନଥିଲା । ତେଣ ୁଡ୍ରୋନ୍କୁ ଅଧାବାଟରୁ ଫେରାଇ ଆଣିବାର ନିଦେ୍ର୍ଦଶକୁ ଡ୍ରୋନ୍ଟି ନିଜଉପରେ ଆକ୍ରମଣ ବୋଲି ଗ୍ରହଣ କରିନେଲା ଏବଂ ଆକ୍ରମଣକାରୀ ଉପରେ ପ୍ରତି ଆକ୍ରମଣ ପାଇଁଡ୍ରୋନ୍ ସକ୍ରୀୟ ହୋଇଉଠିଲା । ଏଥିରେ ଡ୍ରୋନ୍ଟି ରିମୋଟ୍ ସାହାଯ୍ୟରେ ନିଦେ୍ର୍ଦଶକୁ କିଭଳି ପାଳନ କରୁଛି ତାହାର ପରିକ୍ଷା କରାଯାଉଥିଲା । କିନ୍ତୁ ପ୍ରୋଗ୍ରାମିଂ ହିସାବରେ ଡ୍ରୋନ୍ ପୂର୍ବର ନିଦେ୍ର୍ଦଶକୁ ପାଳନ କରିତାକୁ ଅଧା ବାଟରୁ ଫେରେଇ ଆଣିବା ପାଇଁ ଚେଷ୍ଟା କରିଥିବା ଟେକ୍ନିସିଆନ୍ଙ୍କ ଉପରେ ଭୟଙ୍କର ଆକ୍ରମଣ କରିଲା । ଏହା ଫଳରେ ଟେକ୍ନିସିୟାନ୍ଙ୍କର ମୃତୁ୍ୟଘଟିଲା । ଏହି ଘଟଣାଟି ବର୍ତ୍ତମାନ ସୂଚାଇ ଦେଉଛି ଯେ କୃତି୍ରମ ବୁଦ୍ଧିମତ୍ତା ବା ଏଆଇ କ୍ଷେତ୍ରରେ ମଣିଷ ଯାହା ଭାବୁଛି ସବୁବେଳେ ତାହା ଘଟିବ ନାହିଁ । ନିଜର ଅସ୍ତ୍ର ମଧ୍ୟ ନିଜକୁ ଧ୍ୱଂସ କରିଦେବ ।
କୃତି୍ରମ ବୁଦ୍ଧିମତ୍ତାର ପ୍ରୟୋଗ ଆବଶ୍ୟକ । କିନ୍ତୁଏହାର ମଧ୍ୟ ଏକ ସୀମା ଅଛି ଏବଂ ଏହି ସୀମା ମନୁଷ୍ୟ ଜାଣି ରଖିବା ଉଚିତ୍ । ଅଜାଣତରେ ଏମିତି କିଛି ପଦକ୍ଷେପ ନେଲେ ତାହା ନିଜକୁ ଧ୍ୱଂସ କରିଦେବ ଆଉ ଏଥିରେ ପ୍ରମାଣ ଖୋଜିବାର ଆବଶ୍ୟକତା ନାହିଁ । ଡ୍ରୋନ୍ ହେଉକିମ୍ବା ଅନ୍ୟ କୌଣସି ବୈଷୟିକ କୌଶଳର ପ୍ରୟୋଗ ହେଉ ସେସବୁ କ୍ଷେତ୍ରରେ ମନୁଷ୍ୟର ବୁଦ୍ଧିକୁ ଯନ୍ତ୍ର ଦେହରେ ଭର୍ତ୍ତି କରି ତାକୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି ଭାବିବା ସବୁବେଳେ ଠିକ୍ ହୋଇନପାରେ ।
ସାଧାରଣ କମ୍ପୁ୍ୟଟରର ପ୍ରୟୋଗକ୍ଷେତ୍ରରେ ମଧ୍ୟ ଦେଖାଯାଇଛି ଯେ ତରବରିଆ ଭାବରେ କମ୍ପୁ୍ୟଟର୍କୁ ପି୍ରଣ୍ଟ ଅର୍ଡର୍ ଦେଇ ତାକୁ ପୁଣିଥରେ କ୍ୟାନସଲ୍ କରିଲେ ଆଉ ତାହା ଗ୍ରହଣ ହେଉନାହିଁ । କୃତି୍ରମ ବୁଦ୍ଧିମତ୍ତା ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ପାଇଁ ଜରୁରୀ । କିନ୍ତୁଏହାର ଅର୍ଥ ନୁହେଁ ଯେ ଏହା ଉପରେ ମନୁଷ୍ୟ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିଯିବ । ଗୋଟିଏ ଗୋଟିଏ ଘଟଣାରୁଏହାର ଭୟାବହ ପରିଣତି ସମ୍ପର୍କରେ ମନୁଷ୍ୟ ସତର୍କ ହୋଇଯିବା ଆବଶ୍ୟକ । ମନୁଷ୍ୟ ଯନ୍ତ୍ରକୁ ନିଜ ପରିଚାଳନା ଅଧୀନରେ ରଖୁ, କିନ୍ତୁ ଯନ୍ତ୍ରର ଚାକରହୋଇନଯାଉ । ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ପୂର୍ବରୁଶହେ ଥର ଚିନ୍ତା କରାଯିବା ଉଚିତ୍ । କୃତି୍ରମ ବୁଦ୍ଧିମତ୍ତା ଯଦି ଅବଲୋକରା କାହାଣୀର ଅବଲୋକରା ଭଳିକାମକରିବା ନିଶ୍ଚିତ ରୂପେ ଏହା ଆର୍ଶିବାଦ ନହୋଇ ଅଭିଷାପରେ ପରିଣତ ହୋଇଯିବ । ତେଣୁ ଏ କ୍ଷେତ୍ରରେ କିଛିବି କରିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯିବା ଉଚିତ୍ ।