ସୁନା ଦର ଓ ଟ୍ରମ୍ପଙ୍କ ନୀତି

ଡୋନାଲ୍ଡ ଟ୍ରମ୍ପ ୨ୟ ଥର ଆମେରିକାର ରାଷ୍ଟ୍ରପତି ହେବେ । ୨୦୧୬ ମସିହା ନଭେମ୍ବର ୮ ତାରିଖରେ ଟ୍ରମ୍ପ ପ୍ରଥମ ଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ସେ  ସମୟରେ ଭାରତରେ ୧୦ଗ୍ରାମ ସୁନାର ମୂଲ୍ୟ ବା ଦର ଥିଲା ୩୦୦୧୦ ଟଙ୍କା । ଟ୍ରମ୍ପ ନିର୍ବାଚିତ ହେବା ପରେ ସୁନାର ମୂଲ୍ୟ କମିଲା ଏବଂ ନଭେମ୍ବର ୩୦ ତାରିଖ ବେଳକୁ ୧୦ ଗ୍ରାମ ଦର ୨୮୦୧୦ ଟଙ୍କାରେ  ପହଞ୍ଚô ଯାଇଥିଲା । ୮ ବର୍ଷ ପରେ ଟ୍ରମ୍ପ ୨ୟ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଟ୍ରମ୍ପ ନିର୍ବାଚିତ ହେବା ପରେ ଭାରତରେ ସୁନାର ଦର ମଧ୍ୟ କମିଥିଲା ।  ଇଣ୍ଡିଆ ବୁଲିୟାନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ ଅନୁସାରେ ଦୀପାବଳୀର ଠିକ ଦିନକ ପୂର୍ବରୁ ଅର୍ଥାତ୍ ୨୦୨୪ ମସିହା ଅକ୍ଟୋବର ୩୦ ତାରିଖରେ ଭାରତରେ ୧୦ ଗ୍ରାମ ସୁନାର ଦର ୭୯୬୮୧ ଟଙ୍କାରେ ପହଞ୍ଚôଥିଲା । ଏହା ଥିଲା ଭାତରେ ସର୍ବକାଳୀନ ଅଧିକ ମୂଲ୍ୟ ବା ଦର । ଦୀପାବଳି ଦିନ ଠାରୁ ସୁନାର ଦର କମିବାରେ ଲାଗିଲା । ପ୍ରାରମ୍ଭରେ ଦର କମିବାର ହାର ଧିମା ଥିଲା କିନ୍ତୁ ତା ପରେ ୫ ଦିନ ମଧ୍ୟରେ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ହଜାରେ ଟଙ୍କା କମିଲା । କିନ୍ତୁ ନଭେମ୍ବର ୬ରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଜିତିବା ପରେ ଦର କମିବାରେ ଲାଗିଲା । ଆଗକୁ ଆଉ କେତେ କମିବ ବା ବଢ଼ିବ ସେ କଥା କହିବା ମୁସ୍କିଲ । କାରଣ ହେଉଛି ସୁନାର ଦର ବା ମୂଲ୍ୟ କୌଣସି ଦେଶ ସ୍ଥିର କରିପାରିବେ ନାହିଁ । ଏହାର ଦର ଆନ୍ତର୍ଜାତୀୟ ସ୍ତରରେ ଭାରତ ଠାରୁ ୮ ହଜାର କିଲୋମିଟର ଦୂର ଲଣ୍ଡନର ବୁଲିୟନ ମାର୍କେଟ ଆସୋସିଏସନ (ଏଲ୍ବିଏମ୍ଏ) ସ୍ଥିର କରିଥାଏ ଓ ନିୟନ୍ତ୍ରଣ କରିଥାଏ । ଏହି ବୁଲିୟନ ମାର୍କେଟ ଆସୋସିଏସନ ଅନ୍ୟ ଦେଶ ମାନଙ୍କ ସହ ମିଶି କାମ କରିଥାଏ । ୨୪ କ୍ୟାରେଟ ଶୁଦ୍ଧ ସୁନାର ପ୍ରତି ଆଉନ୍ସ ର ଦର ଡ଼ଲାରରେ ସ୍ଥିର କରାଯାଇଥାଏ । ଏକ ଆଉନ୍ସ ହେଉଛି ୨୮.୩ ଗ୍ରାମ ।
ଲଣ୍ଡନର ବୁଲିୟାନ ମାର୍କେଟ ଆସୋସିଏସନ ଅକ୍ଟୋବର ୩୦ ପରଠାରୁ ସୁନାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ କରୁଛି । ୨୦୨୪ ଅକ୍ଟୋବର ୩୦ ରେ ଲଣ୍ଡନର ବୁଲିୟନ ମାର୍କେଟ ଆସୋସିଏସନରେ ସୁନାର ପ୍ରତି ଆଉନ୍ସ ଦର ୨୭୮୪ ଡ଼ଲାର ଥିଲା । ୧୪ ନଭେମ୍ବର ସୁଦ୍ଧା ଏହି ଦର ୨୫୪୮ ଡ଼ଲାର କୁ ଖସି ଆସିଥିଲା । ସାରା ବିଶ୍ୱ ପାଇଁ ଏହି ଦର ଲାଗୁ । ସୁନାଦର କମିବାର ୪ଟି ମୁଖ୍ୟ କାରଣ ରହିଛି । ପ୍ରଥମ କାରଣ ହେଉଛି ଡ଼ଲାର ମଜଭୁତ ହେଲେ ସୁନାର ଆବଶ୍ୟକତା କମିଥାଏ । ଟ୍ରମ୍ପଙ୍କ ବିଜୟପରେ ଡ଼ଲାର ମୂଲ୍ୟ (ବିନିମୟ ମୂଲ୍ୟ) ବଢ଼ିବାର ଦେଖାଯାଇଥିଲା । ଟ୍ରମ୍ପଙ୍କ ବିଜୟର ୧୦ ଦିନ ମଧ୍ୟରେ ଡ଼ଲାର ଇଣ୍ଡେକ୍ସ ୭ ପ୍ରତିଶତ ମଜଭୁତ ହୋଇଥିଲା । ଡ଼ଲାରର ଇଣ୍ଡେକ୍ସରେ ବିଶ୍ୱର ଅନ୍ୟ ଦେଶ ମାନଙ୍କ ମୁଦ୍ରା/ କରେନ୍ସିର ବିନିମୟ ମୂଲ୍ୟ ସ୍ଥିର କରାଯାଇଥାଏ । ସାଧାରଣତଃ ସାରା ବିଶ୍ୱରେ ବଡ଼ ବଡ଼ ସ୍ତରରେ ବା ଅନ୍ୟ ଅର୍ଥରେ ଧନପତି ମାନେ ସୁନା ବା ଡ଼ଲାରରେ ପୁଞ୍ଜି ନିବେଶ କରିଥାନ୍ତି । ଯେତେବେଳେ ଆମେରିକୀୟ ଡ଼ଲାର ମଜଭୁତ ହୁଏ ସେତେବେଳେ ସୁନାର ଦର କମିଯାଏ । ନିବେଶକଙ୍କ ମତରେ ଟ୍ରମ୍ପ ରାଷ୍ଟ୍ରପତି ହେଲେ ଡ଼ଲାର ମଜଭୁତ ହେବ ଏଣୁ ଡ଼ଲାରରେ ନିବେଶ ଲାଭଜନକ ହେବ । ଏବେ କ୍ରିଷ୍ଟୋ କରେନ୍ସି ବଜାର ବଢ଼ିବାରେ ଲାଗିଛି । ନଭେମ୍ବର ୧୪ ତାରିଖ ସୁଦ୍ଧା ଏକ ‘ବିଟ କଏନ’ର ମୂଲ୍ୟ ୯୧୪୫୧.୬୦ ଡ଼ଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୭୭.୨୫ ଲକ୍ଷ ଟଙ୍କାରେ ପହଞ୍ଚôôଥିଲା । କେବଳ ୧୦ ଦିନ ମଧ୍ୟରେ ବିଟ୍କଏନର ମୂଲ୍ୟ ୩୬.୪୦ ପ୍ରତିଶତ ବଢ଼ିଥିଲା । ଅନ୍ୟ ଏକ କାରଣ ବା ୩ୟ କାରଣ ହେଉଛି ଜିଓ ପଲିଟିକାଲ ପ୍ରସଙ୍ଗ ହ୍ରାସ । ବିଗତ କିଛି ବର୍ଷ ହେବ ସାରା ବିଶ୍ୱରେ ଜିଓପଲିଟିକାଲ ଅସ୍ଥିରତା ବଢିବାରେ ଲାଗିଛି । ଅସ୍ଥିରତା ସମୟରେ ସୁନାରେ ପୁଞ୍ଜି ନିବେଶକୁ ସୁରକ୍ଷିତ ବୋଲି ଗ୍ରହଣ କରାଯାଇଥାଏ । ରୁଷ- ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ- ହମାସ ଯୁଦ୍ଧ କାରଣରୁ ସୁନାର ଦର କ୍ରମାଗତ ଭାବେ ବଢିବାରେ ଲାଗିଥିଲା  । ଅନ୍ୟ ପକ୍ଷରେ ଟ୍ରମ୍ପଙ୍କ ୟୁକ୍ରେନ ନୀତି ଓ ମଧ୍ୟ ଏସୀୟ ନୀତି ମଧ୍ୟ ସୁନା ଦର କମିବାର ଅନ୍ୟ ଏକ କାରଣ । ଶେଷ ବା ୪ର୍ଥ କାରଣ ହେଉଛି ମୁନାଫା ବା ଲାଭ ଅସୁଲି ସହ ସୁନା ମୂଲ୍ୟର ସମ୍ପର୍କ । ୨୦୨୪ ମସିହା ଆରମ୍ଭ ବା ଜାନୁୟାରୀ ୧ ତାରିଖଠାରୁ ଅକ୍ଟୋବର ୩୦ ମଧ୍ୟରେ ସୁନାର ଦର ୨୦ ପ୍ରତିଶତରୁ ଅଧିକ ବଢିଯାଇଥିଲା । ଉସôବ ଋତୁରେ ସୁନାର ଡିମାଣ୍ଡ ବା ଆବଶ୍ୟକତା ଅଧିକ ବଢିଯାଇଥିଲା । ଦୀପାବଳୀ ପରଠାରୁ ଏଥିରେ ବ୍ୟତିକ୍ରମ ଘଟିଲା ଏଣୁ ସୁନା ମୂଲ୍ୟ କମିଲା । ବଜାର ବିଶେଷଜ୍ଞ ମାନଙ୍କ ମତରେ ଜାନୁୟାରୀ ମାସ ଶେଷ ସୁଦ୍ଧା ଆଭୂଷଣ ବଜାରରେ ସ୍ଥିରତା ଆସିବାର ସମ୍ଭାବନା ରହିଛି କାରଣ ସେତେବେଳକୁ ଟ୍ରମ୍ପଙ୍କ ନୀତିକୁ ନେଇ ସ୍ପଷ୍ଟ ଚିତ୍ର ଆସିଯାଇଥିବ । ଏହା ପରେ ଟ୍ରମ୍ପଙ୍କ ଷ୍ଟ୍ରାଟେଜି ଅନୁସାରେ ମାର୍କେଟରେ ଟେଡ଼୍ ଓ୍ୟାର (ବ୍ୟାବସାୟିକ ଯୁଦ୍ଧ) ଚାଲିପାରେ । ଏଣୁ ସୁନାର ମୂଲ୍ୟ କେତେବେଳେ ବଢିବ ତ ପୁଣି କେତେବେଳେ କମିବ, ଏପରି ଅବସ୍ଥା ଲାଗି ରହିପାରେ । ଚଳିତ୨୦୨୫ରେ ଭାରତରେ ସୁନାର ଦର ବଢ଼ିବ ବୋଲି ଆକଳନ କରାଯାଉଛି । ୨୦୨୫ ଶେଷ ସୁଦ୍ଧା ଭାରତରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମର ଦର ୮୫ ହଜାର ଟଙ୍କାରେ ପହଞ୍ଚôପାରେ । ସେହିପରି ଆନ୍ତର୍ଜାତୀୟ ସ୍ତରରେ ସୁନାର ମୂଲ୍ୟ ଆଉନ୍ସ ପ୍ରତି ୩ ହଜାର ଡ଼ଲାର ହୋଇପାରେ । ସୁନା ଦର ବଢିବାର ୩ଟି କାରଣ ରହିଛି । ପ୍ରଥମ କାରଣ ହେଉଛି ବିଶ୍ୱର ସବୁ ଦେଶର ବ୍ୟାଙ୍କ (କେନ୍ଦ୍ରୀୟ ବ୍ୟାଙ୍କ) ମାନେ ଅଧିକରୁ ଅଧିକ ସୁନା କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ରୁଷ- ୟୁକ୍ରେନ ଯୁଦ୍ଧ ପରଠାରୁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କମାନେ ଅଧିକରୁ ଅଧିକ ସୁନା କିଣୁଛନ୍ତି । ୨୦୨୨ରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମାନେ ଯେତିକି ସୁନା କିଣୁଥିଲେ ଏବେ ଏହାର ପରିମାଣ ୩ ଗୁଣ ବୃଦ୍ଧି ପାଇଛି । ଆମେରିକାର ଫେଡ଼େରାଲ ବ୍ୟାଙ୍କ (କେନ୍ଦ୍ରୀୟ ବ୍ୟାଙ୍କ) ସୁଧ ହାର କମାଇପାରେ । ଏଣୁ ସୁନାର ମୂଲ୍ୟ ବଢିବା ନିଶ୍ଚିତ । ସୁଧହାର ବଢିଲେ ସୁନାର କିଣାବିକା ବଢେ । ଟ୍ରମ୍ପ ତାଙ୍କ ନିର୍ବାଚନୀ ରାଲିରେ ମଧ୍ୟ ପୂର୍ବ ଯୁଦ୍ଧ ଏବଂ ରୁଷ- ୟୁକ୍ରେନ ଯୁଦ୍ଧ ବନ୍ଦ କରିବା କଥା କହିଛନ୍ତି । ଏବେ ରାଷ୍ଟ୍ରପତି ହେବାପରେ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ କରିବେ ନିଶ୍ଚୟ । କିନ୍ତୁ ବର୍ତ୍ତମାନର ଅବସ୍ଥା ଯାହା ସେଥିରୁ ସ୍ପଷ୍ଟ ଯେ ଯୁଦ୍ଧ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିପାରେ । ଯଦି ଯୁଦ୍ଧ ଲମ୍ବା ଚାଲେ ତେବେ ସୁନାର ମୂଲ୍ୟ ବଢ଼ିବା ଥୟ ।
ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪