ମାଗଣା ଯୋଜନାର ମୂଲ୍ୟ

 ନିର୍ବାଚନ ସମୟରେ ଭୋଟଦାତାଙ୍କୁ ଦେଇଥିବା ମାଗଣା ଲୋକପ୍ରିୟ ପ୍ରତିଶ୍ରୃତି ଏବେ ଅଣ-ବିଜେପି ଶାସିତ ପଞ୍ଜାବ ଓ ହିମାଚଳ ପ୍ରଦେଶକୁ ବହୁମୂଲ୍ୟ ଦେବାକୁ ପଡିଛି । ଉଭୟ ରାଜ୍ୟ ଗୁରୁତର ଆର୍ଥôକ ସଂକଟର ସମ୍ମୁଖୀନ ହୋଇଛନ୍ତି । ପଞ୍ଜାବରେ କ୍ଷମତାସୀନ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟର ବିଦୁ୍ୟତ ଉପଭୋକ୍ତାଙ୍କୁ ମାସିକ  ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦୁ୍ୟତ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ପାଇଁ ବିଦୁ୍ୟତ ରିହାତି ବାବଦରେ ବାର୍ଷିକ ୨୦ହଜାର କୋଟି ଟଙ୍କାର ଆର୍ଥôକ ବୋଝ ପଡିଛି । ବିଦୁ୍ୟତ ବିଲ୍ ରିହାତି ବାବଦରେ ରାଜ୍ୟ ସରକାରଙ୍କୁ ବାର୍ଷିକ ୨୦ହଜାର କୋଟି ଟଙ୍କା ଦେବାକୁ ହେବ । ସବସିଡି୍ ଦେୟ ପ୍ରଦାନରେ ବିଳମ୍ବ ସହ ୪୫୦୦ କୋଟି ଟଙ୍କା ବକେୟା ବିଲ୍ ପଞ୍ଜାବର ଗୁରୁତର ଆର୍ଥôକ ସ୍ଥିତି ଆହୁରି ଗୁରୁତର ହୋଇପଡିଛି । ସେହିପରି ପଞ୍ଜାବ ରାଜ୍ୟ ବିଦୁ୍ୟତ ନିଗମ ଲିମିଟେଡ ପ୍ରାପ୍ୟ ଆଦାୟ ଦକ୍ଷତା ୧୦୬ ପ୍ରତିଶତରୁ ୭୩ ପ୍ରତିଶତକୁ ହ୍ରାସ ପାଇଛି ଏବଂ ଏହାର ବିଦୁ୍ୟତ ପରିବହନ କ୍ଷତି ବଢିଚାଲିଛି । ସରକାରୀ ବିଭାଗ ଏବଂ ଦେୟ ଖିଲାପକାରୀଙ୍କ ଠାରୁ ବକେୟା ବିଦୁ୍ୟତ ଶୁଳ୍କ ଆଦାୟ ନିଗମ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଥିବା ସତ୍ତ୍ୱେ ବିଶେଷ ସଫଳତା ମିଳିନଥିବା କୁହାଯାଏ । ସେହିପରି ରାଜ୍ୟସରକାରଙ୍କ ଋଣ ସୀମା ମଧ୍ୟ ନିକଟତର ହୋଇଆସୁଛି । ସେହିପରି ହିମାଚଳରେ କ୍ଷମତାସୀନ କଂଗ୍ରେସ ସରକାର ପୁନର୍ବାର ରାଜ୍ୟରେ ପୁରୁଣା ପେନସନ ସ୍କିମ୍ (ଓପିଏସ) ଲାଗୁ କରିଥିବାରୁ ରାଜକୋଷ ଉପରେ ମାସିକ ୨୦୦୦ ଟଙ୍କା ଆର୍ଥôକ ବୋଝ ପଡୁଛି । ସରକାରୀ କର୍ମଚାରୀଙ୍କ ବେତନ ଓ ପେନସନ ବାବଦରେ ସରକାରଙ୍କ ଉପରେ ବ୍ୟୟଭାର ବଢିଥିବାବେଳେ ଋଣ ପରିମାଣ ବଢିବାରେ ଲାଗିଛି । ଏପରିକି ଦୈନନ୍ଦିନ କାର୍ଯ୍ୟ ପାଇଁ ସରକାରଙ୍କୁ ଋଣ ଉପରେ ନିର୍ଭର କରିବାକୁ ହେଉଛି । କେବଳ ଏତିକି ନୁହେଁ ଆସନ୍ତା ଆର୍ଥôକ ବର୍ଷରେ କେନ୍ଦ୍ର ସରକାରଙ୍କ ରାଜସ୍ୱ ନିଅଣ୍ଟିଆ ଅନୁଦାନ ମଞ୍ଜୁର ଆଶା କରାଯାଉଥିବା ପରିମାଣର ଯଦି ଅଧା ହେବ, ତେବେ ପରିସ୍ଥିତି ଆହୁରି ଖରାପ ହୋଇଯିବ, ଏଥିରେ ସନେ୍ଦହ ନାହିଁ । କେବଳ ପଞ୍ଜାବ କିମ୍ବା ହିମାଚଳ ନୁହଁନ୍ତି, ନିର୍ବାଚନ ବୈତରଣୀ ପାର ହେବା ତଥା କ୍ଷମତା ଦଖଲ କରିବା ପାଇଁ ଭୋଟଦାତାମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଲୋକପ୍ରିୟ ମାଗଣା ଯୋଜନା ପ୍ରତିଶ୍ରୁତି ରାଜନୈତିକ ଦଳମାନଙ୍କର ମୁଖ୍ୟ ଆୟୁଧ ହୋଇଛି । ଏଥିରୁ ଜାତୀୟ କିମ୍ବା ଆଂଚଳିକ ଦଳ କେହି ବାଦ୍ ନୁହଁନ୍ତି । ନିକଟରେ ମହାରାଷ୍ଟ୍ରରେ ଲଡକୀ ବହେନ ଯୋଜନା ନିର୍ବାଚନ  ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଲଡକୀ ବହେନ ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୫୦୦ଟଙ୍କା ଭତ୍ତା ପ୍ରତଶ୍ରୃତି ବିଜେପିକୁ ପୁନର୍ବାର କ୍ଷମତାସୀନ କରାଇଛି । କହିବା ବାହୁଲ୍ୟ ଯେ, ଏହି ଯୋଜନା ବାବଦରେ ବାର୍ଷିକ ୪୬,୦୦୦ କୋଟି ଟଙ୍କା ବ୍ୟୟ କରିବାକୁ ହେବ । ସେହିପରି ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ମୈୟ ଯୋଜନା ଜେଏମଏମ ନେତୃତ୍ୱାଧୀନ ‘ଇଣ୍ଡିଆ’ ପୁଣି କ୍ଷମତା ଦଖଲ  କରିଥିବାବେଳେ ଯୋଜନାରେ ପ୍ରତି ମହିଳାଙ୍କୁ ମାସିକ ୨୫୦୦ଟଙ୍କା ଭତ୍ତା ଦେବା ପାଇଁ ଘୋଷଣା କରାଯାଇଛି ।  ଏ ବାବଦରେ ଝାଡଖଣ୍ଡ ସରକାର ବାର୍ଷିକ ଅଠର ହଜାର କୋଟି ଟଙ୍କା ବ୍ୟୟ କରିବେ । ଓଡିଶାରେ ସୁଭଦ୍ରା ଯୋଜନାରେ ଏବେ ୨୧ବର୍ଷରୁ ୭୦ବର୍ଷ ମଧ୍ୟରେ ପ୍ରତ୍ୟେକ ମହିଳାଙ୍କୁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ।  ପଶ୍ଚିମବଙ୍ଗର ଟିଏମସି ସରକାରଙ୍କ ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନାରେ ବଜେଟରେ ୧୪,୪୦୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ମାସିକ ୧୨୦୦ଟଙ୍କା ଓ ଅନ୍ୟ ବର୍ଗର ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଇଛନ୍ତି । କର୍ଣ୍ଣାଟକର କଂଗ୍ରେସ ସରକାର ଗୃହଲକ୍ଷ୍ମୀ ଯୋଜନାରେ ବିପିଏଲ ପରିବାରର ମହିଳାଙ୍କୁ ମାସିକ ୨୦୦୦ଟଙ୍କା ଭତ୍ତା ଦେଇଥିବାବେଳେ ୨୮,୬୦୮ କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହା ନିଃସନେ୍ଦହ ଯେ, ମହାରାଷ୍ଟ୍ର ସମେତ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ପଞ୍ଜାବ, ହରିଆନା, ତେଲେଙ୍ଗାନା, ଛତିଶଗଡ, ମଧ୍ୟପ୍ରଦେଶ, ତାମିଲନାଡୁ ସରକାରଙ୍କ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ମାଗଣା ଲୋକପ୍ରିୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହାକି କେବଳ ରାଜ୍ୟର ଋଣଭାର ବଢାଉ ନାହିଁ, ରାଜ୍ୟକୁ ଏକ ଅନିଶ୍ଚିତ ଆର୍ଥôକ ସଂକଟକୁ ଠେଲି ଦେଉଛି । ଏହି ଯୋଜନା ପାଇଁ ଭବିଷ୍ୟତରେ କେବଳ ବହୁ ମୂଲ୍ୟ ଦେବାକୁ ହେବ ନାହିଁ, ଜନହିତ କର ବଦଳରେ ଜନବିରୋଧୀ ପାଲଟିଯିବ,ଏହା ନିଃସନେ୍ଦହ ।
ସୌଭାଗ୍ୟ ରଂଜନ ମହାନ୍ତି, ମୋ:୯୪୩୭୯୯୪୩୭୯