ମାଡ଼ି ଆସୁଛି ଗଭୀର ଜଳସଙ୍କଟ

ମାଡ଼ି ଆସୁଛି ଗଭୀର ଜଳସଙ୍କଟ


ବର୍ତ୍ତମାନ ଦିନକୁ ଦିନ ପାଣିପାଗରେ ଅସ୍ୱାଭାବିକ ଭାବରେ ପରିବର୍ତ୍ତନ ଘଟୁଥିବାରୁ ଏହାର କୁପ୍ରଭାବ ସର୍ବପ୍ରଥମେ ପାନୀୟ ଜଳ ଉପରେ ପଡ଼ିବ । ବର୍ତ୍ତମାନ ଭାରତ ବିଶ୍ୱର ସର୍ବବୃହତ୍‌ ଜନବହୁଳ ରାଷ୍ଟ୍ର । ଏଠାରେ ଦୈନନ୍ଦିନ ବ୍ୟବହାର ନିମିତ୍ତ ଜଳର ଆବଶ୍ୟକତା ଯେଭଳି ଭାବରେ ରହିଛି, ସେହିଭଳି ପିଇବା ଉଦ୍ଦେଶ୍ୟରେ ଓ କୃଷି କ୍ଷେତ୍ର ପାଇଁ ମଧ୍ୟ ଜଳର ଆବଶ୍ୟକତା ରହିଛି । ତେବେ ଆସନ୍ତା ୨୦୫୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜିଲ୍ଲାରେ ଜଳସଙ୍କଟ ଗୁରୁତର ହେବ ବୋଲି ଏକ ସତକ ର୍ସୂଚନା ମିଳିଛି । ଏ ସମ୍ପର୍କରେ ଏକ ସର୍ଭେକରି ଦୁଇଟି ସଂସ୍ଥା ପ୍ରକାଶ କରିଛନ୍ତିଯେ ୨୦୫୦ ମସିହା ସୁଦ୍ଧା ମୁଣ୍ଡପିଛା ଜଳର ଚାହିଦା ପ୍ରାୟ ୩୦ ଭାଗ ପର୍ଯ୍ୟନ୍ତ ବଢ଼ିଯିବ । ଅନ୍ୟପକ୍ଷରେ ବିଭିନ୍ନ ସୂତ୍ରରୁ ମିଳୁଥିବା ବ୍ୟବହାର୍ଯ୍ୟ ଜଳର ପରିମାଣରେ ଶତକଡା ୧୫ ଭାଗ ପର୍ଯ୍ୟନ୍ତ ହ୍ରାସଘଟିବ । ଏହାର ସରଳ ଅର୍ଥଟି ହେଲା ବର୍ତ୍ତମାନ ମୁଣ୍ଡପିଛା ଯେତିକି ଜଳଖର୍ଚ୍ଚ କରାଯାଉଛି ସେଥିରୁ ୧୫ ଶତାଂଶ କମ୍‌ ଜଳ ମିଳିବ । ୨୦୫୦ ମସିହା ସୁଦ୍ଧା ଜନସଂଖ୍ୟା ବୃଦ୍ଧି ଘଟିଚାଲିବ । ସେହି ଅନୁପାତରେ ଜଳରଚାହିଦା ମଧ୍ୟ ବୃଦ୍ଧି ପାଇବ । କିନ୍ତୁ ଚାହିଦା ଅନୁଯାୟୀ,ଜଳ ଉପଲବ୍ଧ ହେବ ନାହିଁ । ଏହିସମସ୍ୟାକୁନେଇ ଅନେକ ପ୍ରକାରର ଆନୁଷଙ୍ଗିକ, ପାରିବାରିକ ଏବଂ ସାମାଜିକ ସମସ୍ୟା ଉପୁଜିବ । କିଛି ଜିଲ୍ଲାରେ ଜଳସଙ୍କଟ ଅତି ଉକ୍ରଟ ଆକାର ଧାରଣ କରିପାରେ । ନିତ୍ୟ ବ୍ୟବହାର୍ଯ୍ୟ ଏବଂ ପାନୀୟ ଜଳର ସଙ୍କଟ ସୃଷ୍ଟି ହେବାମୂଳରେ କୃଷି ଏକ ବଡ଼କାରଣହେବ । କୃଷିକ୍ଷେତ୍ରକୁ ଜଳଯୋଗାଣ ବିଭିନ୍ନ ସୂତ୍ରରୁ ହେବଏବଂଏହା ଫଳରେ ଭୂପୃଷ୍ଠର ଜଳ ଉତ୍ସ ଗୁଡ଼ିକ ଶୁଖିଯିବା ସହିତ ଭୂଗର୍ଭସ୍ଥ ଜଳସ୍ତର ନିମ୍ନଗାମୀ ହେବ । 
ବର୍ତ୍ତମାନ ଦେଶରେ କୃଷିକ୍ଷେତ୍ରକୁ ମୋଟ୍‌ ମଧୁର ଜଳର ୮୦ରୁ ୯୦ ଶତାଂଶ ବ୍ୟବହାର କରାଯାଉଛି । ଘରୋଇ ଉପଯୋଗ ଏବଂ ଶିଳ୍ପକ୍ଷେତ୍ରରେ ଉପଯୋଗ ପାଇଁ କେବଳ ୧୦ରୁ ୨୦ଶତାଂଶ ଜଳହିଁ ଆବଶ୍ୟକ ହେଉଛି । ଆସନ୍ତା ୨୦୨୫ରୁ ୨୦୫୦ ମସିହାମଧ୍ୟରେ ମଧୁରଜଳର ସଙ୍କଟ ସର୍ବୋଚ୍ଚ ସୀମାରେ ପହଞ୍ଚିବାର ସମ୍ଭାବନା ରହିଛି । ବର୍ତ୍ତମାନ ଧାନ, ଆଖୁ ଏବଂ ଗହମ ଖେତରେ ସର୍ବାଧିକ ଜଳର ପ୍ରୟୋଗ ହେଉଛି । ଭୂପୃଷ୍ଠର ଜଳକୁ ନେଇ ଏହିତିନିଟି କୃଷିଜାତ ପଦାର୍ଥର ଉତ୍ପାଦନ ହେଉଛି । ଏହିତିନିଟି ଫସଲ ପାଇଁ ଯଦିଜଳସେଚନକୁ ଯୋଜନା ବଦ୍ଧ ଭାବରେ କରାଯିବ, ତେବେବହୁ ପରିମାଣରେ ଜଳ ସଞ୍ଚୟ ହୋଇପାରିବ । ଆଜିକା ଦିନରେ ଭୂପୃଷ୍ଠର ସର୍ବାଧିକ ଜଳ ନଦୀ ଗୁଡ଼ିକରୁ କେନାଲ୍‌ ମାଧ୍ୟମରେ କୃଷିକ୍ଷେତ୍ରକୁ ଯୋଗାଇ ଦିଆଯାଉଛି । କେନାଲ୍‌ ମାଧ୍ୟମରେ କୃଷି କ୍ଷେତ୍ରକୁ ଜଳଯୋଗାଇବା ଦ୍ୱାରା ୬୫ ଶତାଂଶ ପର୍ଯ୍ୟନ୍ତ ଜଳ ଅପଚୟ ହୁଏ । ଏହାର ଯଥାଯଥ ଓ ଉପଯୋଗୀ ଭାବରେ ପରିଚାଳନା କରାଗଲେ ୨୦ ଶତାଂଶ ଜଳସଂରକ୍ଷଣ କରାଯାଇପାରିବ । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ କୃଷିକ୍ଷେତ୍ରକୁ ଯୋଗାଇ ଦିଆଯାଉଥିବା ଜଳର ସଞ୍ଚୟ ଉପରେ ଗୁରୁତ୍ୱ ଦିଆଯାଏନାହିଁ । ଯାହା ଧୀରେ ଧୀରେଚିନ୍ତାରକାରଣ ପାଲଟିଛି ।
ଭାରତରେ ସମଗ୍ର ବିଶ୍ୱର ମୋଟ୍‌ ଜନସଂଖ୍ୟାର ୧୭ ଶତାଂଶ ଲୋକ ଅଛନ୍ତି । କିନ୍ତୁ ବିଶ୍ୱର ମୋଟ୍‌ ଜଳର ମାତ୍ର ୪ ଶତାଂଶ ମଧୁର ଜଳ ମିଳିପାରିବାର ସାଧନ ରହିଛି । ଜଳର ଉପଲପବ୍ଧତାକୁ ନେଇ ନିର୍ଦ୍ଧାରଣ କରାଯାଇଥିବା ଏକ ମାନକ ଅନୁସାରେ ମୁଣ୍ଡପିଛା ୧୭୦୦ କ୍ୟୁବିକ୍‌ ମିଟର ଜଳରୁ ଯଦି କମ୍‌ହୁଏ, ତାହାହେଲେ ସେହି ଅଞ୍ଚଳକୁ ଜଳାଭାବ ବା ସଂକଟଗ୍ରସ୍ତ ଅଞ୍ଚଳ ବୋଲି ପରିଗଣନା କରାଯାଏ । ଏହି ସୂଚକାଙ୍କକୁ ଗ୍ରହଣ କରାଗଲେ ବର୍ତ୍ତମାନ ଭାରତର ୭୬ ଶତାଂଶ ଲୋକଙ୍କ ନିକଟରେ ଜଳର ଅଭାବ ରହିଛି । ଭବିଷ୍ୟତରେ ମଧୁରଜଳର ପରିଚାଳନା ଯୋଜନାବଦ୍ଧ ଭାବରେ କରାନଗଲେ ହୁଏତ ଜଳକୁ ନେଇକିଛି ଏକ ନୂତନ ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିପାରେ!