ମନ୍ଦିର ଶବ୍ଦର ବର୍ତ୍ତମାନ ପ୍ରୟୋଗ


ଶ୍ରୀମନ୍ଦିର ଜଗତରେ ଏକ ମାତ୍ର ମନ୍ଦିର ଯେଉଁଠାରେ ତିନି ବ୍ରହ୍ମ ରହିଛନ୍ତି । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ଶ୍ରୀବଳରାମ ମା ସୁଭଦ୍ରାଙ୍କ, ଶ୍ରୀସୁଦର୍ଶନଙ୍କ ସଂଯୋଗ ଶକ୍ତି । ଶ୍ରୀଜଗନ୍ନାଥଙ୍କ ନବକଳେବରରେ ବ୍ରହ୍ମ ପରିବର୍ତ୍ତନ କି୍ରୟା ସବୁଥର ହୋଇ ଆସୁଛି । ଅନ୍ନବ୍ରହ୍ମ ଯାହା ଶ୍ରୀ ମହାପ୍ରସାଦ ଯାହାକୁ ଚଣ୍ଡାଳ ଠାରୁ ବ୍ରାହ୍ମଣ ଭକ୍ତି ଓ ଶ୍ରଦ୍ଧାରେ ମାଗି ଖାଇଥାନ୍ତି । ବହୁଦୂର ଯାଏ ମହାପ୍ରସାଦ, ନେଇଗଲେ ବି ତାହା ସର୍ବମାନ୍ୟ ମହାପ୍ରସାଦ । ନାମ ବ୍ରହ୍ମ ପ୍ରଭୁଙ୍କର ନାମର ପ୍ରକୃତ ମହିମା କଳିଯୁଗର ତାରକ ବ୍ରହ୍ମ ନାମ ଏଇ ଦେବ ସନ୍ନିକଟ ସ୍ଥାନରେ ଅହରହ ନାଦରେ ଶୁଣାଯାଏ ମଣିମା ମଣିମା ନାଦ ଏଠାରେ ମାନବୀୟ ନୁହଁ ଏହା ସମ୍ପୂର୍ଣ୍ଣ ଦେବ ଉପଚାରର ଏକ ଅଙ୍ଗ । ଏହାବାଦ ଶ୍ରୀ ଲାଗେ ମହାଲକ୍ଷ୍ମୀଙ୍କ ପାଇଁ ମହାସରସ୍ୱତୀଙ୍କ ପାଇଁ ରାଧାରାଣୀଙ୍କ ପାଇଁ ପ୍ରଭୁଙ୍କ ବାସସ୍ଥାନରେ ଏମାନେ ସଦା ରହି ମାନବ ପୂଜିତକୁ ସେମାନେ ଦିଅଁଙ୍କ ସେବାରେ ସଦାରତ । ଏଥିରେ ନୀଳଚକ୍ରକୁ ପତିତପାବନବାନା ଯାହା ପରମ ରହସ୍ୟମୟ । ନୀଳଚକ୍ର ଦର୍ଶନ ବହୁ ଦୂରରୁ କରାଗଲେ ବୁଝାଯାଏ ପ୍ରଭୁ ସାନିଧ୍ୟକୁ ଆମେ ପହଞ୍ଚô ଗଲୁଣି । ଗୀତରେ ଗୀତିକାର ସ୍ୱର ଧରୁଛନ୍ତି ଚନ୍ଦନପୁରରୁ ପତିତପାବନ ଅଳପ ଅଳପ ଦିଶେ । ଏହାର ବହୁ ଅର୍ଥ ବି କରାଯାଇପାରେ ମାତ୍ର ସ୍ଥୂଳ ଅର୍ଥରେ ଶ୍ରୀକ୍ଷେତ୍ର ସନ୍ନିକଟ ଚନ୍ଦନପୁରରୁ ଶ୍ରୀମନ୍ଦିରର ବାନା ଦୃଶ୍ୟ ହୁଏ । ଏକାଦଶୀ ପାଳନ କରିଥିବା କୌଣସି ବ୍ରତ ରଖିଥିବା ଲୋକ ସେଇଠାରୁ ବାନା ଦର୍ଶନ କରି ଉଦଯାପନ କରିବା ଏବେ ବି ଦେଖାଯାଏ ।
ଏହା ବାଦ ଆଉ ସବୁ ଦିଅଁ ଦେବୀ ମନ୍ଦିର ବୃନ୍ଦାବନ ଶ୍ରୀଧାମ ଏଠାରେ ରାଧାରାଣୀଙ୍କ ନାମରେ ମହିମା ଏବେ ବି ରହିଛି । ଖାଲି ରାଧାଲୀଳାରେ ଶ୍ୟାମଲୀଳା ବି ମିଶି ରହିଛି । ଏଠାରେ ଅନେକ ମନ୍ଦିର ଅଛି । ହିନ୍ଦୁ ଧର୍ମର ମନ୍ଦିର କେବଳ ଭାରତରେ ନୁହେଁ ଏବେ ଅନେକ ଦେଶରେ ଦେଖାଯାଉଛି । ତେବେ ଅନେକ ଦିଅଁଙ୍କ ମନ୍ଦିର ଏବେ ପ୍ରତିଗ୍ରାମରେ ଅଛି ଓ ବହୁ ଧାମରେ ରହିଛି । ବ୍ୟକ୍ତିଗତ ଧନୀ ପରିବାର ସ୍ୱକୀୟ ମନ୍ଦିର ଅଛି । କିଛି ପରମ୍ପରାର ଉପାସ୍ୟ ଦିଅଁଙ୍କ ମନ୍ଦିର ରହିଛି । ହନୁମାନଙ୍କ ମନ୍ଦିର ଅଛି ପୁଣି ଖରାଖିଆ ହନୁମାନ ବହୁ ସ୍ଥାନରେ ଠିଆ ରହିବା ଓ ଭକ୍ତିରେ ଲୋକେ ପୂଜା କରିବା ଦେଖାଯାଏ । ଖରାଖିଆ ମହାଦେବ (ଆକାଶ ଲିଙ୍ଗମ୍) ବହୁ ସ୍ଥାନ ଖୋଲୋ ଆକାଶ ତଳେ ରହିବି ମହିମାବନ୍ତ ହେଲେ ଯେତେ ମନ୍ଦିର ଶିବଙ୍କର ଅଛି ଆଉ କାହାର ଏତେ ମନ୍ଦିର କୌଣସି ଦେବତାଙ୍କର ନାହିଁ । ଏହାବାଦ ଅଛି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ପୀଠ । ଗଙ୍ଗା, ଯମୁନା, ସରସ୍ୱତୀ, ନର୍ମଦାଙ୍କ ପରି ନଦୀମାନେ ଜଳତୀର୍ଥ ହେଲେ ବି ତାଙ୍କର ପ୍ରତୀକ ମନ୍ଦିର ଏପରି ନଦୀର ତଟରେ ଅନେକ ସ୍ତାନରେ ପୂଜା ପାଉଛନ୍ତି । କାଠରେ ବି ମନ୍ଦିର ଅଛି ଯାହା ପାଗୋଡ଼ା ପୂର୍ବେ ଗ୍ରାମଦେବତା ଗ୍ରାମ୍ୟ କୁମ୍ଭାର କାରିଗରଙ୍କ ଦ୍ୱାରା ଟେଘର ପରି ମାଟିରେ ତିଆରି ଖୋଳରେ ଗ୍ରାମ ଦେବତା ଆସ୍ଥାନ ଥିଲା । ଏପରି ମନ୍ଦିର କହିଲେ ଏସବୁକୁ ବୁଝାଉଥିଲା । ମାତ୍ର ଏଇ ମନ୍ଦିର ଶବ୍ଦର ଏବେ ଭିନ୍ନ ରୂପ ଯଥା କଳା ମନ୍ଦିର, ଶାଢ଼ି ମନ୍ଦିର, ସରସ୍ୱତୀ ବିଦ୍ୟା ମନ୍ଦିର, ସରସ୍ୱତୀ ଶିଶୁ ମନ୍ଦିର, କେତେ ଫେସନର ନାମ ସୂର୍ଯ୍ୟ ମନ୍ଦିର ନାମରେ ସଂଶ୍ଲିଷ୍ଟ । ଏସବୁ ଲୋକେ ପୁଣି ଆଦୃତ । ମନ୍ଦିର ମଧ୍ୟରେ ଦିଅଁ ମାତ୍ର ଏଠାରେ ଦିଅଁ ଭୂମିକା ଭିନ୍ନ ଦିଗରେ ଆସୁଛି । ଯଦି ମନ୍ଦିର ଅପତ୍ୟା ଲଗାଯିବାକୁ ସମସ୍ତେ ଇଚ୍ଛୁକ ମନୁଷ୍ୟର ରିସ୍ତା ପାଇଁ ମନୁଷ୍ୟ ଆଗ୍ରହୀ ହୋଇ ବିଲୁଆକୁ ନନା, ବାଘକୁ ମାମୁଁ, ବିଲେଇକୁ ନାନୀ, ପୁଷିକୁ ମାଉସୀ, ଗାଈକୁ ମାଆ, ଚନ୍ଦ୍ରଙ୍କୁ ମାମୁଁ ଡାକିଲା ପରି ତେବେ ଦେବତା ପରି ରିସ୍ତା ଆମେ କଣ କରିଲେ ଆମର ସମ୍ମାନ ହାନି ହେବନି? ଆମ ରାଜ୍ୟରେ ଅଛି ବିଦ୍ୟାଦାୟିନୀ ସରସ୍ୱତୀଙ୍କ ଭିନ୍ନ ନାମ ବାଣୀରେ ବାଣୀ ବିହାର, ପ୍ରକୃତରେ ତକ୍ରାଳ ଏହାର ଅନେକ ପ୍ରାଧାନ୍ୟ ଥିଲା । ଏଥିରୁ ବହୁ ସାରସ୍ୱତ ସାଧକ ବିଦ୍ୱାନ ଭାରତବର୍ଷ ନୁହଁ ବିଶ୍ୱରେ ବହୁ ସ୍ଥାନରେ ପ୍ରତିଭାବାନ ହୋଇଛନ୍ତି । ତାପରେ ଅନେକ ବିହାର ଗଢ଼ି ଉଠିଲାଣି ହେଲେ ଆଦ୍ୟ ନାମରୁ ଆସିବା ବିଦ୍ୱାନ ହିଁ ଏସବୁର ସ୍ରଷ୍ଟାରେ ଅଛନ୍ତି । ଏବେ ଅନେକ ରାଜନୈତିକ ଦଳ, ହେଲେ ମୂଳ ଦଳ କଂଗ୍ରେସ ହିଁ ଏସବୁର ଉତ୍ସ । କେହି ଅଭିମାନ କରି ଦଳଛାଡ଼ି ଗୋଷ୍ଠୀ ଗଢ଼ି ଭିନ୍ନ ଦଳ ଗଢ଼ିଛନ୍ତି । ସେପରି ଏସବୁ ବିହାର, ଜଗନ୍ନାଥ ମନ୍ଦିର ଶ୍ରୀକ୍ଷେତ୍ରରେ ଯାହା ଅନ୍ୟତ୍ର ସେହି ପ୍ରକାର କେବେ ସେପରି ହୋଇପାରେ । ନାମ ଅଛି, ନାମର ମୂଲ୍ୟାୟନ ଠିକ ରହିଛି ସିନା ସର୍ବଜନ ଆକର୍ଷଣର କେନ୍ଦ୍ର ବିନ୍ଦୁ ନୁହେଁ କି ଶ୍ରୀମନ୍ଦିରର ପରି ସେବାକାରୀ ନାହାଁନ୍ତି । ଅନ୍ନ ବ୍ୟଞ୍ଜନ ଠିକ ସେପରି ହୋଇ ଲାଗି ମହାପ୍ରସାଦ ନିୟମରେ ହୁଏନାହିଁ । ବୟସାଧିକ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ଆସ୍ତେ ଆସ୍ତେ କମିଗଲେଣି  । ଯେଉଁମାନେ ଅଛନ୍ତି ସେମାନେ ଅତିବୃଦ୍ଧି  । ଏମାନେ କରିଥିବା ସ୍ୱାଧୀନତା ଆନେ୍ଦାଳନର ଅନୁଭୂତି ଉଦେ୍ଦଶ୍ୟ କେହି ବୁଝନ୍ତି ନାହିଁ । ପୁଣି ତାଙ୍କର ପରାମର୍ଶରେ କାନୁନର ଢ଼ାଞ୍ଚା ବଦଳାନ୍ତି ନାହିଁ ନୂଆ ଯୋଜନା କରନ୍ତି ନାହିଁ । ଏତେ ଦଳ ପାଇଁ ସେମାନେ କେବେ ଖୁସ ହୁଅନ୍ତି ନାହିଁ । ପ୍ରଶାସନର ମନ୍ଦିର ପ୍ରତିରାଜ୍ୟରେ ଆସେମ୍ବ୍ଲି ଓ ଦେଶର ପାର୍ଲାମେଣ୍ଟ ମନ୍ଦିରର ଶୁଦ୍ଧତା ଆଉ ସତ୍ୟ ପାଳନ ଏଠାରେ କରାନଗଲେ ତାହା ମନ୍ଦିରର ସମ୍ମାନ ପାଇବ କେମିତି? ଅଦାଲତ ବିଚାରାଳୟ ଧର୍ମରାଜଙ୍କର ମନ୍ଦିର ଏଠାରେ ଯମଦଣ୍ଡ ଧାରୀ ଯମରାଜ ବନାମ ଧର୍ମରାଜଙ୍କ ପ୍ରତିନିଧି ବିଚାରପତି ଯେ ଦଣ୍ଡ ସଂହିତାରେ ବିଚାର କରି ନ୍ୟାୟ ଦେଉଛନ୍ତି । ଏହା ଏକ ବିଶେଷ ସମ୍ମାନନୀୟ ସ୍ଥାନ । ଏ ମନ୍ଦିରରେ ଯମରାଜଙ୍କର ମତ୍ତ ବିଚାରବନ୍ତ । ଯମମାନେ ନିୟମ, ଯାହା ସାର୍ବଜନୀନ ପାଳନୀୟ । ମନ ଏକ ମନ୍ଦିର, ହୃଦୟ ଏକ ମନ୍ଦିର । ମନ ମନ୍ଦିରରେ ଆତ୍ମାରାମ ଅଛନ୍ତି, ହେଲେ ରାମଙ୍କ ସହିତ ରାବଣ ମୁକ୍ତ ରାମାୟଣ ନଥିବା ପରି ଅବସ୍ଥା ମଧ୍ୟ ଅଛି । ରାବଣର ସମସ୍ତକୁ ଚେଷ୍ଟାର ଏକ କ୍ଷେତ୍ର ମନରେ ହୃଦୟରେ ରାଜ କରିପାରେ ତେବେ ରାମ ଶକ୍ତି ରାବଣର ଅନ୍ତ କରାଇପାରନ୍ତି । ରାମଙ୍କୁ ଜାଗ୍ରତ ମନ ଓ ହୃଦୟରେ କରାଇବା ଅଭ୍ୟାସ ଶିକ୍ଷାକରି ଚେଷ୍ଟାରେ ବଢ଼ାଇ ଚାଲିଲେ ହେଲା । ହନୁମାନ ହୃଦୟ ଚିରି ଋଷିମାନଙ୍କୁ ମାଆ ସୀତାଙ୍କୁ ଦେଖାଇଛନ୍ତି ହୃଦୟରେ କେମିତି ସୀତା ରାମଙ୍କୁ ସେ କେମିତି ଆସ୍ଥାନ ଦେଇଛନ୍ତି । ଲହୁଣୀ, ମାଖନ ଚୋର ଏସବୁ କୃଷ୍ଣଙ୍କର ନାମ, ଗୋପାଙ୍ଗନାଙ୍କର ସେ ହୃଦୟ ଚୋର ଥିଲେ । ହୃଦୟରେ ହୃଦଯନ୍ତ୍ର ଅଛି ଯେ ଛାତିପଟା କଠିନ ହାଡ଼ ତଳେ ଏହା ଅଛି ।  ଏହା ଏମଡିରେ କିଏ କେତେ ପ୍ରକାର ଚିକିତ୍ସା ବିଦ୍ୟାରେ ଉଚ୍ଚଶିକ୍ଷିତ ଏମାନେ ଏଇ ଡାକ୍ତରଖାନାର ରୋଗୀ ଚିକିତ୍ସା କରୁଛନ୍ତି । ଏଠାରେ ରୋଗୀ ହୋଇ ବ୍ୟକ୍ତି ଆସି ବହୁ ସଂଖ୍ୟାରେ ଆରୋଗ୍ୟ ହୋଇ ଫେରନ୍ତି । ଯେ କୌଣସି ମନ୍ଦିର ପରି ଏଠାରେ ସେବକ ବିଭିନ୍ନ ବିଦ୍ୟାରେ ଧୂରୀଣ ହୋଇ ସେବାରତ । ପ୍ରସାଦ ହେଉଛି ଔଷଧ, ମନ୍ଦିର ପରି ଡାକ୍ତରଖାନାର ଆଭ୍ୟନ୍ତର ସ୍ୱଚ୍ଛ ଲୋକ ଗହଳି ହେଲେ ବି ନୀରବତା ରକ୍ଷା ସମସ୍ତଙ୍କର ରହିବା ଦର୍ଶାଯାଇ ପାଳନ କଡ଼ାକଡ଼ି କରାଯାଉଛି । ମନ୍ଦିରରେ ସର୍ବ ଦର୍ଶନ ସମୟରେ ସାହାଣ ମେଲା । ଏମିତି ଡାକ୍ତରଖାନାରେ ରୋଗୀଙ୍କ ପରିଜନ ସାକ୍ଷାତରେ ସମୟ ଅଛି । ସୁତରାଂ ଏ ଚିକିତ୍ସା ମନ୍ଦିର ଉଚ୍ଚାରଣରେ କିଛି ଅପରାଧ ହୋଇନପାରେ । ସ୍ମରଣ କରନ୍ତୁ କେତେ ଦିଅଁଙ୍କ ମନ୍ଦିର ଏବେ ଦୁର୍ଲଭ ଯଥା ଇନ୍ଦ୍ର ସରସ୍ୱତୀ କୁବେର ଯମ ଏମାନଙ୍କର ମନ୍ଦିର ନାହିଁ ହେଲେ ମହିମା ବୁଡ଼ିଯାଇ ନାହିଁ ବରଂ ବର୍ଷରେ ତାଙ୍କ ନାମରେ କିଛି କିଛି ତୀର୍ଥ ପର୍ବ ସାମିଲ ଅଛି । ଧନତେରସ ଏମିତି ଧନ୍ୱନ୍ତରୀଙ୍କ ପର୍ବ, ଇନ୍ଦ୍ର ପୂର୍ଣ୍ଣିମା ଇନ୍ଦ୍ରଙ୍କର, ସରସ୍ୱତୀ ପୂଜା ସରସ୍ୱତୀଙ୍କର, ଯମ ଦ୍ୱିତୀୟା, ଯମଙ୍କର, ଏକ ଏ ପର୍ବ ଦିବସ । ହେଲେ ପ୍ରତ୍ୟକ୍ଷ ମନ୍ଦିର ଏମାନଙ୍କର ନାନା ଚିକିତ୍ସା ମନ୍ଦିର ଏପରି ଅଦୃଶ୍ୟ ଦିଅଁଙ୍କ ମନ୍ଦିର । 
ମୋ : ୯୪୩୭୦୩୧୨୫୩