ଅନନ୍ୟ ସ୍ୱାଧୀନତା ସଂଗ୍ରାମୀ

କୃଷ୍ଣ ଚନ୍ଦ୍ର ସୁଆର : ଗୋପବନ୍ଧୁ ଚୋ÷ଧୁରୀ ଥିଲେ ଜଣେ ଉତ୍ସର୍ଗୀକୃତ ଦେଶ ସେବକ, ବିଚକ୍ଷଣ କର୍ମଯୋଗୀ ପୁଣି ଜଣେ ଋଷିପ୍ରତିମ ମଣିଷ  । ଲୋକ ମୁଖରେ ଗୋପବନ୍ଧୁ ନାମରେ ପରିଚିତ  । ଏଭଳି ଜଣେ ମହାନ ବ୍ୟକ୍ତିତ୍ୱ ଯେ ମଙ୍ଗୁଆଳ ସାଜି ଅସହଯୋଗ ଆନେ୍ଦାଳନରେ ଯୋଗ ଦେବା ପାଇଁ ଡେପୁଟି ମାଜିଷ୍ଟ୍ରେଟ ଚାକିରି ଛାଡି ଦେଇଥିଲେ  । ଖାଲି ସେତିକି ନୁହେଁ ତାଙ୍କ ସ୍ତ୍ରୀ, ପୁଅ, ଝିଅ, ଭାଇ, ଭାଇବୋହୂ ସମସ୍ତ ପରିବାର ଦେଶ ମାତୃକାର ମୁକ୍ତି ପାଇଁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ - ତାହା ଆମ ପାଇଁ ଗୋ÷ରବର ବିଷୟ  । ଏହି ପ୍ରତିଭା ସଂପନ୍ନ ବ୍ୟକ୍ତିଙ୍କର ଆବିର୍ଭାବ ହୁଏ ୧୮୯୫ ମସିହା ମଇ ମାସ ୮ ତାରିଖ ବୁଦ୍ଧ ପୂର୍ଣ୍ଣିମା ଦିନ କଟକ ସହରସ୍ଥ ବଖରାବାଦଠାରେ ଥିବା ଐତିହାସିକ ସ୍ୱରାଜ ଆଶ୍ରମରେ  । ତାଙ୍କ ପିତାଙ୍କ ନାମ ଗୋକୁଳାନନ୍ଦ ଚୋ÷ଧୁରୀ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ  ।  ତାଙ୍କ ନିଜ ଗ୍ରାମ ଜଗତ୍ସିଂହପୁର ଜିଲ୍ଲାର ଖେରସ ଗ୍ରାମ  । ଏକ ସମୟରେ ତାଙ୍କ ବାପା ଏ ଘରେ ରହୁଥିଲେ  । ସେଥିଲେ କଟକର ଖ୍ୟାତନାମା ଜମିଦାର ଓ ଆଇନଜୀବୀ  ।  ସେ ଙକ୍ସସଗ୍ଦଗ୍ଦବ ଚରକ୍ଟକ୍ଟ୍ରକ୍ଷରଗ୍ଦ ଇଗ୍ଦଗ୍ଦକ୍ଟମସବଗ୍ଧସକ୍ଟଦ୍ଭ  (ଓଡ଼ିଶାର ଜନସଂଘ) ଗଠନ କରିଥିଲେ ଏବଂ କଟକ ଜିଲା ବୋର୍ଡର ଚେୟାରମ୍ୟାନ ଥିଲେ  । ସେ କଲଜିଏଟ ସ୍କୁଲରୁ ୧୯୦୮ ମସିହାରେ ପ୍ରଥମ ଶ୍ରେଣୀରେ ମାଟି୍ରକୁ୍ୟଲେସନ ପାଶ କରିଥିଲେ  । ସେଥିପାଇଁ ତାଙ୍କୁ ୧୫ ଟଙ୍କା ବୃତ୍ତି ମିଳିଥିଲା  । ପରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ.ଏ. ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ୧୯୧୦ ମସିହାରେ କଲିକତାର ସୁପ୍ରସିଦ୍ଧ ପ୍ରେସିଡେନ୍ସି କଲେଜରେ ସ୍ନାତକ ଶିକ୍ଷା (ବି.ଏ)ରେ ନାମ ଲେଖାଇଥିଲେ  । ୧୯୧୨ ମସିହାରେ ସେ ଗଣିତ ଅନର୍ସରେ ବି.ଏ. ପରୀକ୍ଷାରେ ପାଶ୍ କଲାପରେ ସେଇ ବିଷୟରେ ସ୍ନାତକୋତ୍ତର ଶ୍ରେଣୀ (ଏମ.ଏ)ରେ ନାମ ଲେଖାଇଥିଲେ  । ୧୯୧୪ ମସିହାରେ ସେ ଏମ୍.ଏ. ପାଶ କରିଥିଲେ  । ଓଡ଼ିଶାର ବିଶିଷ୍ଟ ନାରୀନେତ୍ରୀ ଶ୍ରୀମତୀ ରମାଦେବୀଙ୍କୁ ୧୯୧୪ ମସିହାରେ ବିବାହ କରିଥିଲେ  ।  ଆଇନ ଶିକ୍ଷା ପାଇଁ ସେ ପୁନଶ୍ଚ କଲିକତା ଯାଇଥିଲେ  । ୧୯୧୭ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ପ୍ରିଲିମିନାରୀ ‘ଲ’ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ  । ପିଲାଟି ଦିନୁ ସେ ମେଧାବୀ ଛାତ୍ର ଥିଲେ  ।
୧୯୧୭ ମସିହାରେ ସେ ଡେପୁଟି ମାଜିଷ୍ଟ୍ରେଟ ଚାକିରିରେ ନିଯୁକ୍ତ ହୋଇ କଟକରେ ଅବସ୍ଥାପିତ ହୋଇଥିଲେ  । ୧୯୨୦ ମସିହାରେ ତାଙ୍କୁ  ସରକାର ଯାଜପୁର ଜିଲ୍ଲାର ବରୁଆଁ ଓ ବରୀ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ ବାଣ୍ଟିବା ପାଇଁ ପଠାଇଥିଲେ  । ସେ ସେଠାରେ ପହଞ୍ଚô ଦେଖିଲେ ସାହାଯ୍ୟ ନାଁକୁ ମାତ୍ର ହେଉଛି  । ପ୍ରକୃତରେ ଦୁର୍ଭିକ୍ଷ ପଡିଛି  । ଖାଇବାକୁ ପିଇବାକୁ ନପାଇ ଲୋକେ ଅନାହାରରେ ମରୁଛନ୍ତି  । ଜନସାଧାରଣଙ୍କ ବାସ୍ତବ ଚିତ୍ର ତଥା ସରକାରଙ୍କ ଅଣଦେଖା ତାଙ୍କ ମନକୁ ବହୁତ ବାଧିଲା  । ସେଇଥିରେ ସେ ଚାକିରିରୁ ତାଙ୍କ ମନ ଛାଡି, ଯାଇଥିଲା  । ସେଠାରୁ ଫେରିବା ପରେ ସେ ତାଙ୍କ ଚିଠିରେ ପ୍ରକୃତ ଅବସ୍ଥା ଲେଖି ସରକାରଙ୍କୁ ଜଣାଇ ଦେଲେ  । ସେ ଚାହିଁଥିଲେ ଯେ ଦୁର୍ଭିକ୍ଷ ପଡିଛି ବୋଲି ସରକାର ମାନୁ ଏବଂ ସେହି ଅନୁସାରେ ସାହାଯ୍ୟ ଆସି ପହଞ୍ଚୁ  । କିନ୍ତୁ ଜିଲା କଲେକ୍ଟର ତାଙ୍କ ରିପୋର୍ଟରେ ଦୁର୍ଭିକ୍ଷ ପଡିଥିବା କଥା ସ୍ୱୀକାର କଲେ ନାହିଁ  । ତାଙ୍କ ରିପୋର୍ଟ  କଲେକ୍ଟରଙ୍କ ଠାରୁ ଅଲଗା ହେଲା  ।
ସେ ସରକାରୀ ଚାକିରିରେ ରହିଥିବା ବେଳେ ଦେଶର ରାଜନୈତିକ ଅବସ୍ଥା ତାଙ୍କୁ ପ୍ରଭାବିତ କରିଥିଲା  । ଭାଗୀରଥି ମହାପାତ୍ରଙ୍କ ସହିତ ମିଶି ୧୯୧୯ ମସିହାରେ ବାଖରାବାଦଠାରେ ଭାରତୀ ମନ୍ଦିର  ପ୍ରତିଷ୍ଠା କରିଥିଲେ  । ସେଠାରେ ଗୋଟିଏ ଲାଇବ୍ରେରୀ ଖୋଲିଥିଲା ଓ ଭାରତର ବିଭିନ୍ନ ପ୍ରାନ୍ତରୁ ସମ୍ବାଦପତ୍ର ଓ ସାମୟିକ ପତ୍ରିକା ମାନ ମଗାଯାଉଥିଲା  । ତାଙ୍କ ବ୍ୟତୀତ ହରେକୃଷ୍ଣ ବୋଷ ଓ ଯଦୁମଣି ମଙ୍ଗରାଜ ପ୍ରମୁଖ ରେଭେନ୍ସା କଲେଜର ଛାତ୍ରମାନେ ଏହି ଭାରତୀ ମନ୍ଦିରରେ ଏକାଠି ହୋଇ ବହି ଓ ସମ୍ବାଦପତ୍ରମାନ ଅଧ୍ୟୟନ କରିବା ସାଙ୍ଗକୁ ସାଂପ୍ରତିକ ଘଟଣା ଓ ରାଜନୈତିକ ଉଷ୍ମତା ନେଇ ଆଲୋଚନା କରୁଥିଲେ  । ସେହି ସମସ୍ତ ସଦସ୍ୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ପର୍ଯ୍ୟାୟରେ ନେତୃତ୍ୱ ନେଇଥିଲେ  । ୧୯୨୦ ମସିହାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ବ୍ରିଟିଶ ଶାସନ ବିରୋଧରେ ଅସହଯୋଗ ଆନେ୍ଦାଳନ ଆରମ୍ଭ ହୋଇଥିଲା  । ବିଦେଶୀ ଲୁଗା, ବିଦେଶୀ ଦ୍ରବ୍ୟ ପରିହାର ନିଶା, କୋର୍ଟ, ପଦପଦବୀ ପରିତ୍ୟାଗ, କଚେରୀ, ସ୍କୁଲ କଲେଜ ସମସ୍ତ ବର୍ଜନ ପାଇଁ ସ୍ୱର ଉତ୍ତୋଳନ ହୋଇଥିଲା  । ଫଳରେ ଭାରତୀ ମନ୍ଦିର ସହିତ ସଂପୃକ୍ତ ଥିବା ହରେକୃଷ୍ଣ-ମହତାବ, ନବକୃଷ୍ଣ ଚୋ÷ଧୁରୀ, ଯଦୁମଣି ମଙ୍ଗରାଜ ଓ ରାଜକୃଷ୍ଣ ବୋଷ ପ୍ରମୁଖ କଲେଜ ପଢା ଛାଡି ଦେଇଥିଲେ  । କେତେକ ଉଚ୍ଚପଦସ୍ଥ ଚାକିରି ମଧ୍ୟ ଛାଡି ଥିଲେ  । ଆଦର୍ଶ ଜନନାୟକ ଗୋପବନ୍ଧୁ ଚୋ÷ଧୁରୀ ଅସହଯୋଗ ଆନେ୍ଦାଳନରେ ଯୋଗ ଦେବା ପାଇଁ ୧୯୨୧ ମସିହା ଜାନୁଆରୀ ମାସରେ ଡେପୁଟି ମାଜିଷ୍ଟ୍ରେଟ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ  । ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପରେ ତାଙ୍କର ସପରିବାର ସଂପୂର୍ଣ୍ଣ ରୂପେ ଗାନ୍ଧି ନୀତି ଓ ଆଦର୍ଶ ଅନୁସରଣ କରି ସରଳ ନିରାଡମ୍ବର ଜୀବନ ଯାପନ କଲେ  । ପତ୍ନୀ ରମାଦେବୀ, ପୁଅ ମନମୋହନ ଚୋ÷ଧୁରୀ, ଅନ୍ନପୂର୍ଣ୍ଣା ମହାରଣା ଓ ସାନଭାଇ ନବକୃଷ୍ଣ ଚୋ÷ଧୁରୀ, ଭାଇବୋହୂ ମାଳତୀ ଚୋ÷ଧୁରୀ ସମସ୍ତେ ଦେଶର ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ବାରମ୍ବାର କାରାବରଣ କରିଥିଲେ  ।
ଭାଗୀରଥି ମହାପାତ୍ରଙ୍କ ସହ ମିଶି ତାଙ୍କ ପୈତୃକ ଗ୍ରାମରେ ୧୯୨୨ ମସିହାରେ ଅଳକାଶ୍ରମ ସ୍ଥାପନ କରିଥିଲେ  । ଏଠାରେ ପଢା ଛାଡି ଆସିଥିବା ସ୍ୱାଧୀନତା ସଂଗ୍ରାମୀ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥିଲା ପରେ ସୂତାକଟା, ଲୁଗାବୁଣା ଓ ଅନ୍ୟାନ୍ୟ ରଚନାତ୍ମକ କାର୍ଯ୍ୟରେ ସଂଗ୍ରାମୀମାନଙ୍କୁ ତାଲିମ ଦିଆଯାଉଥିଲା  । ପଣ୍ଡିତ ପ୍ରାଣକୃଷ୍ଣ ପଢିଆରୀ ସରକାରୀ ଚାକିରି ଛାଡି ଏହି ଅନୁଷ୍ଠାନରେ ସାମିଲ ହେଲେ ଏବଂ ବାବାଜି ରାମ ଦାସ ଅଳକାଶ୍ରମକୁ ତାଙ୍କ କର୍ମକେନ୍ଦ୍ର କରି ସେଠାରେ ରହି ଗ୍ରାମେ ଗ୍ରାମେ କଂଗ୍ରେସର ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ  । ଗୋପବାବୁ ଗାନ୍ଧିଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଅଖିଳ ଭାରତ ଚରଖା ସଂଘର ଟ୍ରଷ୍ଟି ନିଯୁକ୍ତ ହୋଇଥିଲେ  । ୧୯୨୫ ମସିହାରେ ଏ ଅନୁଷ୍ଠାନରେ ସଂପାଦକ ନିଯୁକ୍ତ ହୋଇଥିଲେ  । ୧୯୨୫ ମସିହାରେ ଏ ଅନୁଷ୍ଠାନରେ ସଂପାଦକ ନିଯୁକ୍ତ ହୋଇଥିଲେ  । ଗାନ୍ଧିଜୀ ଅଖିଳ ଭାରତ ଚରଖା ସଂଘ ୧୯୨୫ ମସିହାରେ ସ୍ଥାପନ କଲେ  । ଏହା ପୂର୍ବରୁ କଂଗ୍ରେସ ତରଫରୁ ଏକ ଖଦିବୋର୍ଡ ଜରିଆରେ ଚରଖା ପ୍ରଚାର କରାଯାଉଥିଲା  । ଏହା ଅଧୀନରେ ପ୍ରାଦେଶିକ ଖଦି ବୋର୍ଡ ମାନ ଗଠନ କରାଯାଇଥିଲା  । ଓଡ଼ିଶା ପ୍ରାଦେଶିକ ଖଦି ବୋର୍ଡ ଦାୟିତ୍ୱରେ ଗୋପବନ୍ଧୁ ଚୋ÷ଧୁରୀ ଥିଲେ  । ୧୯୨୮ରେ ଗାନ୍ଧିଜୀଙ୍କ ପରାମର୍ଶ କ୍ରମେ ଗାନ୍ଧି ସେବା ସଂଘ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିଥିଲେ  । (କ୍ରମଶଃ)
ଏମ୍.ଆଇ.ଜି ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର- ୯୧୭୮୯୦୮୭୬୩