ମହାନ ରାଷ୍ଟ୍ରଭକ୍ତ ବୀର ସାବରକର


ସ୍ୱତନ୍ତ୍ର ବୀର ବିନାୟକ ଦାମୋଦର ସାବରକର ଜଣେ ଜନ୍ମଜାତ ଦେଶଭକ୍ତ ଥିଲେ । ତାଙ୍କ ନାଁ ଶୁଣିଲେ ମନରେ ସାହାସ, ଶୌର୍ଯ୍ୟ, ପରାକ୍ରମ ତଥା ରାଷ୍ଟ୍ରଭକ୍ତିର ଭାବନା ଆପେ ଆପେ ଉଦ୍ରେକ ହୋଇଥାଏ । ଏହି ମହାପୁରୁଷଙ୍କ ଅବିର୍ଭାବ ହୁଏ ୨୮ମେ, ୧୮୮୩ ମସିହା, ନାସିକ ତହସିଲ ଭଗୁର ଗାଁ’ରେ । ତାଙ୍କ ପିତାଙ୍କ ନାମ ଦାମୋଦର ପନ୍ତ ସାବରକର, ମାତାଙ୍କ ନାମ ରାଧାବାଇ ଥିଲା । ବିନାୟକଙ୍କୁ ଯେତେବେଳେ ୯ବର୍ଷ ଆୟୁ, ସେତେବେଳେ ମାଆ ରାଧାବାଇ ହଇଜାରେ ପ୍ରାଣ ହରାଇଥିଲେ । ମାତାଙ୍କ ବିୟୋଗର ୭ବର୍ଷ ପରେ ପିତା ଦାମୋଦର ପ୍ଲେଗ ରୋଗରେ ଦେହ ତ୍ୟାଗ କଲେ । ବିନାୟକ ଶିବାଜୀ ହାଇସ୍କୁଲରୁ ୧୯୦୯ ମସିହାରେ ମେଟ୍ରିକ୍ ପରୀକ୍ଷାରେ ପାସ କରିଥିଲେ । ୧୯୦୯ ମସିହାରେ ରାମଚନ୍ଦ୍ର ତ୍ରୟମ୍ବକ ଚିପଲୁଣକରଙ୍କ ପୁତ୍ର ଜମୁନାବାଇଙ୍କ ସହିତ ବିନାୟକଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା । ବିନାୟକଙ୍କ କଲେଜ ଶିକ୍ଷାର ଉତ୍ତରଦାୟିତ୍ୱ ତାଙ୍କ ଶ୍ୱଶୁର ବହନ କରିଥିଲେ । ସାବରକର ହେଉଛନ୍ତି, ପ୍ରଥମ ଭାରତୀୟ, ଯେ କି ୧୯୦୫ ମସିହାରେ ବଙ୍ଗଳା ବିଭାଜନ ପରେ ପୁଣେଠାରେ ବିଦେଶୀ ବସ୍ତ୍ର ଗୁଡ଼ିକର ହୋଲି ଜଳାଇଥିଲେ । ସେ ପ୍ରଥମ ଭାରତୀୟ ଅଟନ୍ତି ଯେ କି ଲଣ୍ଡନର ଇଣ୍ଡିଆ ହାଉସଠାରେ ୧୦ମେ, ୧୯୦୭ରେ ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସ୍ୱର୍ଣ୍ଣଜୟନ୍ତୀ ସଭା ଆୟୋଜନ କରାଇଥିଲେ । ୧୯୦୮ରେ ବୀର ସାବରକରଙ୍କ ରଚିତ ପୁସ୍ତକ “ଦି ଇଣ୍ଡିଆନ ୱାର ଅଫ ଇଣ୍ଡିପେଣ୍ଡନ୍ସ” ଲେଖାର ମୁଦ୍ରଣ ସମସ୍ୟା ଦେଖାଗଲା, ଲଣ୍ଡନଠାରୁ ଆରମ୍ଭକରି ପ୍ୟାରିସ, ଜର୍ମାନୀ ପର୍ଯ୍ୟନ୍ତ ପ୍ରୟାସ କରାଗଲା ତଥାପି ସଫଳତା ମିଳିଲାନାହିଁ, ପୁସ୍ତକକୁ ଗୁପ୍ତ ରୂପେ ହଲାଣ୍ଡରୁ ପ୍ରକାଶ କରାଗଲା । ପୁସ୍ତକର କପି ଗୁଡ଼ିକ ଫ୍ରାନ୍ସରେ ପହଞ୍ଚôଗଲା । ୧୯୦୯ ମସିହାରେ ସାବରକର ବାରିଷ୍ଟରୀ ପରୀକ୍ଷାରେ ପାସ ହେଲେ କିନ୍ତୁ ରାଜନିଷ୍ଠ ଶପଥ ଗ୍ରହଣ କରିବାକୁ ଅଗ୍ରାହ୍ୟ ହେଲେ, ଏଣୁ ତାଙ୍କୁ ଓକିଲାତି କରିବାକୁ ଅନୁମତି ମିଳିଲା ନାହିଁ । ୧ ଜୁଲାଇ ୧୯୦୯ ମଦନଲାଲ ଧୀଙ୍ଗରାଙ୍କ ଦ୍ୱାରା ଉଲିୟମ ହଟ କର୍ଜନଙ୍କୁ ଗୁଳି କରି ମାରିଦିଆଯିବା ପରେ ବୀର ସାବରକର ଲଣ୍ଡନ ଟାଇମସରେ ଏକ ଲେଖା ଲେଖିଥିଲେ । ୮ ଜୁଲାଇ ୧୯୧୦ରେ ତାଙ୍କୁ ଏମ.ଏସ୍,ମୋରିୟା ନାମକ ଜାହାଜରେ ଭାରତକୁ ନିଆ ଯିବା ରାସ୍ତାରେ ଜାହାଜରୁ ଖସି ସମୁଦ୍ରରେ ପହଁରି ପହଁରି କୂଳକୁ ଖସି ଆସିଥିଲେ । ଭାରତର ସେ ପ୍ରଥମ ରାଜନୈତିକ ବନ୍ଦୀ ଅଟନ୍ତି, ଯାହାଙ୍କୁ ଦୁଇ ଦୁଇଥର ଆଜୀବନ କାରାଦଣ୍ଡର ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା । ୨୪ ଡ଼ିସେମ୍ବର ୧୯୧୦ରେ ପ୍ରଥମ ଆଜୀବନ କରାଦଣ୍ଡରେ ଦଣ୍ଡିତ କରାଗଲା, ପରେ ୩୧ ଜାନୁଆରୀ ୧୦୧୧ରେ ପୁଣି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ନାସିକ ଜିଲ୍ଲାର କଲେକ୍ଟର ଜ୍ୟାକସନଙ୍କ ହତ୍ୟା ପରେ ନାସିକ ଷଡ଼ଯନ୍ତ୍ର ଅପରାଧରେ ତାଙ୍କୁ ୭ ଅପ୍ରେଲ ୧୯୧୧ରେ କଳାପାଣି ପଠାଗଲା । ତାଙ୍କୁ ସେଲୁଲାର ଜେଲରେ ବନ୍ଦୀ ରଖାଗଲା । ତାଙ୍କୁ ବଳଦଭଳି ଯୋତାଯାଇ ତେଲ ପେଡ଼ିବାକୁ ପଡ଼ୁଥିଲା । ଏହା ବ୍ୟତୀତ ବାହାର ଜଙ୍ଗଲ ପାହାଡ଼ିଆ ଅଞ୍ଚଳକୁ ସମତଳ କରିବା କାର୍ଯ୍ୟରେ ନିୟୋଜିତ କରାଯାଉଥିଲା । ଥକିପଡ଼ିଲେ, ବିଶ୍ରାମ ନେଲେ ବେତମାଡ଼, ଚାବୁକ ମାଡ଼ ଖାଇବାକୁ ପଡ଼ୁଥିଲା । ତାଙ୍କୁ ପୁରା ପେଟ ଖାଇବାକୁ ଭୋଜନ ଦିଆଯାଉନଥିଲା । ୪ ଜୁଲାଇ ୧୯୧୧ରୁ ୨୯ ମେ, ୧୯୨୧ ପର୍ଯ୍ୟନ୍ତ ପୋର୍ଟବ୍ଲେୟର ଜେଲରେ ରହିଥିଲେ । ୧୪ ଅଗଷ୍ଟ ୧୯୧୧ରେ ତାଙ୍କ ବି.ଏ.ଉପାଧି ପଦ ରଦ୍ଦ କରିବାକୁ ଶିକ୍ଷା ସଚିବ ପତ୍ର ଲେଖିଥିଲେ । ୩୦ ମେ ୧୯୨୧ ଓ ୩୧ ମେ ୧୯୨୧ ଦୁଇଦିନ ତାଙ୍କ ପନôୀଙ୍କୁ ଭେଟିବାକୁ ଜେଲ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଥିଲେ ।
୧୯୨୧ରେ ମୁକ୍ତ ହୋଇ ସାବରକର ସ୍ୱଦେଶ ଫେରିଲେ । ପୁଣି ୩ବର୍ଷ ତାଙ୍କୁ ଜେଲଦଣ୍ଡ ଦିଆଯାଇଥିଲା । ମାର୍ଚ୍ଚ ୨୫ ୧୯୨୫ରେ ତାଙ୍କୁ ସାକ୍ଷାତକାର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରତିଷ୍ଠିତ ଡ଼ଃ ହେଡ଼ଗେୱରଙ୍କ ସହିତ ହୋଇଥିଲା । ୧୭ମାର୍ଚ୍ଚ ୧୯୨୮ରେ ତାଙ୍କ ପୁଅ ବିଶ୍ୱାସର ଜନ୍ମ ହୋଇଥିଲା । ଫେବୃୟାରୀ ମାସ ୧୯୩୧ରେ ତାଙ୍କ ପ୍ରୟାସରେ ବମ୍ବେରେ ପତିତପାବନ ମନ୍ଦିର ପ୍ରତିଷ୍ଠା କରାଗଲା, ଯାହା ସମସ୍ତ ହିନ୍ଦୁଙ୍କ ପାଇଁ ସମାନ ରୂପେ ଖୋଲାଥିଲା । ୨୫ ଫେବୃୟାରୀ ୧୯୩୯ରେ ସାବରକର ବମ୍ବେ ପ୍ରେସିଡ଼େନ୍ସିର ଅସ୍ପୃଶ୍ୟତା ଉନ୍ନୀଳନ ସମ୍ମିଳନୀର ଅଧ୍ୟକ୍ଷତା କରିଥିଲେ । ୧୯୩୭ରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର କର୍ଣ୍ଣାବତୀ (ଅହମଦାବାଦ)ରେ ହେବାକୁ ଥିବା ୧୯ତମ ଅଧିବେଶନରେ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ୧୩ ଡ଼ିସେମ୍ବର ୧୯୩୭ ନାଗପୁରର ଏକ ଜନସଭାରେ ଅଲଗା ପାକିସ୍ଥାନ ଚାଲିଥିବା ଉଦ୍ୟମକୁ ପଣ୍ଡ କରିବାକୁ ଉଦ୍ବୋଧନ ଦେଉଥିଲେ । ୨୨ଜୁନ ୧୯୪୧ରେ ତାଙ୍କ ଭେଟ ନେତାଜୀ ସୁଭାଷ ବୋଷଙ୍କ ସହିତ ହୋଇଥିଲା । ୯ ଅକ୍ଟୋବର, ୧୯୪୨ରେ ଭାରତର ସ୍ୱତନ୍ତ୍ରତା ନିବେଦନ କରି ଚର୍ଚ୍ଚିଲଙ୍କୁ ଟେଲିଗ୍ରାମ ବାର୍ତ୍ତାଦ୍ୱାରା ସୂଚନା ଦେଇଥିଲେ । ସାବରକରଙ୍କ ସାରାଜୀବନ ଅଖଣ୍ଡ ଭାରତ ପକ୍ଷରେ ଥିଲା ।
୧୯୪୭ରେ ଭାରତ ବିଭାଜନର ବିରୋଧ କରିଥିଲେ । ମହାତ୍ମା ରାମଚନ୍ଦ୍ର ସନ୍ଥ (ହିନ୍ଦୁ ମହାସଭାର ନେତା) ତାଙ୍କୁ ସମର୍ଥନ କରିଥିଲେ । ୧୯୪୭ ଅଗଷ୍ଟ ୧୫ ତାରିଖରେ ସେ ଭାରତୀୟ ତ୍ରିରଙ୍ଗା ସହିତ ଭଗବା ଧ୍ୱଜା ଉଡ଼ାଇଥବଲେ । ସେ କହିଥିଲେ ସ୍ୱରାଜ୍ୟପ୍ରାପ୍ତି ପାଇଁ ସେ ଖୁସି ଅଥଚ ଖଣ୍ଡିତ ସ୍ୱରାଜ ପାଇଁ ଚିନ୍ତିତ ଅଛନ୍ତି । ଗାନ୍ଧିଜୀଙ୍କ ହତ୍ୟାପରେ ୫ ଫେବୃୟାରୀ ୧୯୪୮ରେ ତାଙ୍କୁ ପ୍ରିଭେନସନ ଅଫ ଡ଼ିଟେନସନ ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା । ୮ ଅକ୍ଟୋବର ୧୯୫୧ରେ ତାଙ୍କୁ ପୁନେ ବିଶ୍ୱବିଦ୍ୟାଳୟରେ ସମ୍ମାନ ସୂଚନ ଡିÿ.ଲିଟ ଉପାଧି ପ୍ରଦାନ କରାଯାଇଥିଲା । ୮ ନଭେମ୍ବର ୧୯୬୩ରେ ତାଙ୍କ ପନôୀ ଯମୁନାବାଇଙ୍କ ପରଲୋକ ହେଲା । ୨୬ ଫେବୃୟାରୀ ୧୯୬୬ରେ ତାଙ୍କ ମୃତୁ୍ୟ ବମ୍ବେଠାରେ ହୋଇଥିଲା ।
ସେ କହୁଥିଲେ ହିନ୍ଦୁ ସମାଜରେ ୭ଗୋଟି ଶିକୁଳି ଦ୍ୱାରା ସମାଜକୁ ସଂକୁଚିତ କରାଯାଇଛି । ୧ମ ସ୍ପର୍ଶବନ୍ଦୀ-ଛୁଅାଁ, ଅଛୁଅାଁ ଭାବ, ୨ୟ ରୋଟୀ ବନ୍ଦୀ – ଛୋଟ ଜାତି ସଙ୍ଗେ ଉଚ୍ଚଜାତି ମିଶି ଖାଇବାବାରଣ, ୩ୟ-ବେଟୀ ବନ୍ଦୀ – ଛୋଟ ଜାତିର ଝିଅ ଉଚ୍ଚଜାତିର ଲୋକ ବିବାହ ବାରଣ, ୪ର୍ଥ-ବ୍ୟବସାୟବନ୍ଦୀ, ବ୍ୟବସାୟରେ ମଧ୍ୟ ଜାତିଭେଦ, ୫ମ ସିନ୍ଧୁବନ୍ଦୀ - ଦରିଆପାର ପାଠପଢା କଟକଣା, ୬ଷ୍ଟ ବେଦୋକ୍ତ ବନ୍ଦୀ - ଧର୍ମଶାସ୍ତ୍ରରେ ଛୋଟ ଜାତି, ୭ମ – ଶୁଦ୍ଧିବନ୍ଦୀ – ଶୁଦ୍ଧିକ୍ରିୟାରେ କଟକଣା, - ବିଜଧର୍ମକୁ ପ୍ରର୍ତ୍ତ୍ୟାବର୍ତ୍ତନରେ ନାସ୍ତି । ସେ କହୁଥିଲେ ଯେ ଦେଶଦ୍ରୋହୀର ପ୍ରଥମ ପଂକ୍ତିରେ ଠିଆ ହେବାଠାରୁ ବେଶୀ ଠିକ୍ ହେବ ଦେଶଭକ୍ତିର ଅନ୍ତିମ ଧାଡ଼ିରେ ଠିଆ ହେବା ।  ପ୍ରକୃତରେ ବୀର ସାବରକର ଥିଲେ ଭାରତ ମାତାର ସୁଯୋଗ୍ୟ ସନ୍ତାନ, ଦେଶଭକ୍ତିର ମହିମା ତାଙ୍କୁ ଅତୁଳନୀୟ । 
ମୋ -୯୭୭୭୭୪୪୦୭୧