କିଡ୍ନୀ ରୋଗରେ ଆକ୍ରାନ୍ତ ଭାଲୁକାହୁଡି ଆଦିବାସୀ ସାହି

କୋରେଇ : କୋରେଇ ବ୍ଲକ୍ ପାଟରଙ୍ଗା ପଞ୍ଚାୟତର ଭାଲୁକାହୁଡି ଆଦିବାସୀ ସାହିର ଶତାଧିକ ପରିବାର ପାଇଁ  ଅଭିଶାପ ପାଲଟିଛି ପାନୀୟ ଜଳ । ମୁନ୍ଦିଏ ପାଣି ପିଇବାକୁ ଲୋକଙ୍କୁ ଡର ଲାଗିଲାଣି । ନାଁ ଅଛି ପାନୀୟ ଜଳ ନା ସରକାରୀ ସୁବିଧା । ସେମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଏକମାତ୍ର ନଳକୂଅ ରହିଛି । ହେଲେ ଏହି ନଳ କୂଅରୁ ବିଶୁଦ୍ଧ ଜଳ ପରିବର୍ତ୍ତେ ଲୌହ ଓ ଅନ୍ୟାନ୍ୟ କ୍ଷତିକାରକ ଧାତବ ପଦାର୍ଥ ମିଶ୍ରିତ ଦୂଷିତ ଜଳ ବାହାରୁଛି । ପାନୀୟ ଜଳର ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଲୋକେ ବାଧ୍ୟହୋଇ ଦୀର୍ଘ ଦିନହେବ ଏହି ଦୂଷିତ ଜଳକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି । ଫଳରେ ଗ୍ରାମର ଅନେକ ଲୋକ କିଡ୍ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗ୍ରାମରେ ଅନେକଙ୍କ ମୃତୁ୍ୟ ହୋଇଥିବା ବେଳେ, ଅନେକ ପୀଡିତ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ପାଇଁ ଲୋକେ ପ୍ରାଣ ହରାଇବାକୁ ବାଧ୍ୟ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲା ପ୍ରଶାସନ କୌଣସି ପଦକ୍ଷେପ ନେଇନାହାନ୍ତି । ଏଥିପାଇଁ ଯାଜପୁର ସିଡିଏମ୍ଓ, ବିଡିଓ, ଯାଜପୁର ଉପଜିଲ୍ଲାପାଳ, ଯାଜପୁର ଜିଲ୍ଲାପାଳ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ଜାତି, ଜନଜାତି ସଚିବ, ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କ ବିରୁଦ୍ଧରେÿ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀଙ୍କୁ ପକ୍ଷଭୁକ୍ତ କରି କିଡ୍ନୀ ରୋଗର ନିରାକରଣ ଖୋଜି ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ଚôତ ହୋଇ ମୃତୁବରଣ କରିଥିବା ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଶ୍ୱନାଥ ପାତ୍ର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଦାବି କରିଛନ୍ତି ।
ଜିଲ୍ଲା ସିଭିଲ ସୋସାଇଟ ଫୋରମ ପକ୍ଷରୁ ବିଶ୍ୱନାଥ ପାତ୍ର ବୁଧବାର ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡିଥିବା ବେଳେ କମିଶନଙ୍କ ରେଜିଷ୍ଟାର ଏବଂ କମିଶନ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ସୁପାରିଶ କରିବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଏହି ଭାଲୁକାହୁଡି ଆଦିବାସୀ ସାହିରେ ୭ଶହରୁ ଅଧିକ ଲୋକ ବସବାସ କରନ୍ତି । ଏମାନେ ପାନୀୟ ଜଳ ରୂପେ ପୋଖରୀ ପାଣିକୁ ବ୍ୟବହାର କରନ୍ତି । ଏହି କିଛି ବର୍ଷ ତଳେ ସରକାରଙ୍କ ପକ୍ଷରୁଏକ ନଳକୂପ ଖୋଳା ଯାଇଥିଲା । କିନ୍ତୁ ବିଡମ୍ବନାର ବିଷୟ ଏଥିରୁ ଅପରିଷ୍କାର ଲୁହା ଗୁଣ୍ଡ ମିଶା ପାଣି ବାହାରୁଛି । ଅନ୍ୟ ଉପାୟ ନ ଥିବାରୁ ସାହିର ଲୋକ ବାଧ୍ୟ ହୋଇ ଏହି ପାଣିକୁ ବ୍ୟବହାର କରୁଛନ୍ତି । ଗ୍ରାମରେ ଏଭଳି ପରିସ୍ଥିତି ଉପୁଜିଛି ଯେ, ୨୦ବର୍ଷୀୟ ଯୁବକଙ୍କ ଚେହେରା ରୋଗରେ ପୀଡିତ ହୋଇ ବୁଢାଭଳି ଦିଶୁଛି । ସେମାନଙ୍କ କହିବାକଥା ପୂର୍ବରୁ ମଧ୍ୟ ଅନେକବାର ବ୍ଲକ୍ ପ୍ରଶାସନଠୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ ହୋଇଛି । ହେଲେ କେହି ଏହା ପ୍ରତି ଧ୍ୟାନ ଦେଇ ନାହାନ୍ତି । ଅତ୍ୟାଧିକ ଗରୀବ ହୋଇଥିବାରୁ ଏଭଳି ଜଟିଳ ରୋଗର ପରୀକ୍ଷ ନୀରିକ୍ଷା କରିବା ପାଇଁ ସେମାନେ ଆର୍ଥôକ ସ୍ୱଚ୍ଛଳ ନୁହଁନ୍ତି । ଯାହା ତାଙ୍କୁ ମୃତୁ୍ୟ ମୁହଁକୁ ଠେଲି ଦେଉଛି । କିଛି ଦିନ ତଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଦେ୍ର୍ଦଶରେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଭବାନୀ ଶଙ୍କର ଦାସଙ୍କ ତତ୍ୱାବଧାନରେ ଭାଲୁକାହୁଡି ଠାରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ୮୯ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ କେତେ ଜଣ କିଡ୍ନୀ ରୋଗରେ ଆକ୍ରାନ୍ତ ଅଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ସେମାନଙ୍କୁ ଦିଆଯାଇ ନଥିଲା ।