ସେବା ଶିବିର ଉଦ୍ୟାପିତ
ଯାଜପୁର: ବରୁଣେଶ୍ୱର ମହାବିଦ୍ୟାଳୟରେ ଚାଲିଥିବା ଜାତୀୟ ସେବା ଯୋଜନା ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନ ଉତ୍ସବରେ ଅତିଥି ଭାବେ ଅଖିଳଚକ୍ରର ସାଧାରଣ ସମ୍ପାଦକ ହରେକୃଷ୍ଣ ପଣ୍ଡା ଯୋଗ ଦେଇ ସେବା ମନୋଭାବ ମାନବୀୟ ଚେତନାରୁ ସୃଷ୍ଟି ହୋଇଥାଏ ଏହା ଏକ ମହତ କାର୍ଯ୍ୟ ବୋଲି କହିଥିଲେ । ସାମାଜିକ କର୍ମୀ ରବୀନ୍ଦ୍ର କୁମାର ପରିଡା ସେବା ଏକ ସାମାଜିକ ଜୀବନର ଉକ୍ରର୍ଷ ବୋଲି କହିଥିଲେ । ଯୋଜନାରେ ୮୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପୋଷ୍ୟ ଗ୍ରାମ ଲେଙ୍କା ସାହିରେ ସଫେଇ, ସାମାଜିକ ଚେତନାମୂଳକ କାର୍ଯ୍ୟ କରି ଗ୍ରାମବାସୀଙ୍କ ଦ୍ୱାରା ସେବାର୍ଥି ମାନେ ବେଶ ପ୍ରସଂଶିତ ହୋଇଥିଲେ । ଉଦ୍ୟାପନୀ ଉତ୍ସବରେ ଯୋଜନା କାର୍ଯ୍ୟକାରୀ ଅଧିକାରୀ ବାସୁଦେବ ମଲ୍ଲିକ, ଅଧିକାରିଣୀ ମୋନାଲିସା ନାୟକ, ଅଧ୍ୟାପକ ବଳରାମ ବେହେରା, ଜ୍ୟୋସ୍ନା ରାଣୀ ଜେନା, ରୋସିତା, ବିଶ୍ୱରଞ୍ଜନ ନାୟକ ଯୁକ୍ତ ୨ ପ୍ରୋଗ୍ରାମ ଅଫିସର ଡ. ଦୀପକ ଜେନା ଅଂଶ ଗ୍ରହଣ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷା ବିନ୍ଦୂରେଖା ନାୟକ ପତାକା ଉତୋଳନ କରି ଉଦଘାଟନ କରିଥିଲେ ।