ସାହିତ୍ୟ ସଂସ୍କୃତି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ ।ା ଯାଜପୁର : ବିରଜା କଲ୍ଚରାଲ୍ ଏକାଡେମୀ ଓ ମହାତ୍ମାଗାନ୍ଧୀଙ୍କ ୧୫୬ତମ ଜନ୍ମବାର୍ଷିକୀ କମିଟି ଆୟୋଜନ ରେ ରାଜ୍ୟସ୍ତରୀୟ ସାହିତ୍ୟ ସଂସ୍କୃତି ସମାରୋହ ଅକ୍ଟୋବର ୨ ସନ୍ଧ୍ୟା ୬ ଘଟିକା ସମୟରେ ଯାଜପୁର ସହରସ୍ଥିତ ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବ । ଏହି ସାମରୋହ ଉପଲକ୍ଷେ ୪୮୦ ପୃଷ୍ଠା ସଂବଳିତ ‘କ୍ରାନ୍ତି କାମୋଦୀ କଳ୍କୀ’ ଏକ ମନୋଜ୍ଞ ଶାରଦୀୟ ଓ ସ୍ୱନକ୍ଷତ୍ର ବିଶେଷାଙ୍କ ଲୋକାର୍ପଣ ହେବା ସହିତ ଉକ୍ରଳ ଭୂମିରେ ଜନ୍ମନେଇଥିବା ସାହିତ୍ୟ ଓ ସାହିତ୍ୟାନୁରାଗୀ ବିଭିନ୍ନବର୍ଗର ପ୍ରଜ୍ଞାବାନ ବ୍ୟକ୍ତିବିଶେଷଙ୍କୁ ‘ମହାତ୍ମା ଗାନ୍ଦୀ ପ୍ରତିଭା ସମ୍ମାନ-୨୦୨୪’ ପ୍ରଦାନ କରାଯିବ । ସମାରୋହକୁ ଭାରତ ସରକାରଙ୍କ ପ୍ରାକ୍ତନ ମୁଖ୍ୟ ଆୟକର ଆୟୁକ୍ତ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତି୍ୟକ ଡ.ନୃସିଂହ ତି୍ରପାଠୀ ଉଦ୍ଘାଟନ କରିବେ । ଏଥିରେ ପ୍ରଫେସର ଡ.ସତ୍ୟନାରାୟଣ ରାଉତରାୟ ମୁଖ୍ୟ ଅତିଥି, ବିଶିଷ୍ଟ କବି ଶରତ କୁମାର ଦାଶ ମୁଖ୍ୟବକ୍ତା, କବି ଲାବଣ୍ୟ ଶବର ବିଶିଷ୍ଟ ଅତିଥି ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ଶଶିଭୂଷଣ ଦାସ, ‘ଅକ୍ଷାଂଶ’ ସଂପାଦକ ପ୍ରଫେସର ଡ.ହରିଶ୍ଚନ୍ଦ୍ର ବେହେରା, ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରାକ୍ତନ ସହାୟକ ମହାପ୍ରବନ୍ଧକ କବିୟିତ୍ରୀ ସଂଯୁକ୍ତା ଦାଶ ଓ ଶିକ୍ଷାବିତ୍ ଡ. ବଟକୃଷ୍ଣ ମହାପାତ୍ର ଓ ବ୍ୟାସନଗର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଡ.ଦେବସ୍ମିତା ସାହୁ ସମ୍ମାନୀୟ ଅତିଥିଭାବେ ଯୋଗ ଦେବେ । ଏଥିପାଇଁ ସାହିତି୍ୟକ ଘନ ପରିଡ଼ାଙ୍କ ପୌରୋହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାବେଶର ସଫଳତା ନିମନ୍ତେ ଏକ ଅଭ୍ୟର୍ଥନା କମିଟି ଗଠିତ ହୋଇଥିଲା । ଏଥିରେ ଶିକ୍ଷାବିତ ଧରଣୀଧର ମହାପାତ୍ର, ପ୍ରାକ୍ତନ ଅତିରିକ୍ତ ପୁଲିସ ଅଧିକ୍ଷକ ଗଦାଧର ରାଉତ, ଗାଳ୍ପିକ ରମେଶ ଚନ୍ଦ୍ର ପଣ୍ଡା, ସମାଜସେବୀ ଭାସ୍କର ଚନ୍ଦ୍ର ଜେନା, କୁମାର ନାୟକ, ଡ.ସୁଦର୍ଶନ ବେହେରା, ସେକ୍ ଅବଦୁଲ ସାଜିଦ୍, ଚିତ୍ରଶିଳ୍ପୀ ଗୁରୁପ୍ରସାଦ ବେହେରା, ଗୀତିକବି ଶଶିଭୂଷଣ ସାମଲ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏଥି ପାଇଁ ଗଠିତ ହୋଇଥିବା ଅଭ୍ୟର୍ଥନା କମିଟିରେ କଟକ ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ହୃଦ୍ରୋଗ ବିଭାଗର ପ୍ରାକ୍ତନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡ.ସତ୍ୟନାରାୟଣ ରାଉତରାୟ ଅଧ୍ୟକ୍ଷ, ଶିକ୍ଷାବିତ ଧରଣୀଧର ମହାପାତ୍ର ଓ ଡ.ବଟକୃଷ୍ଣ ମହାପାତ୍ର ଉପାଧ୍ୟକ୍ଷ, ଶୀଳ୍ପିକ ରମେଶ ଚନ୍ଦ୍ର ପଣ୍ଡା ସାଧାରଣ ସଂପାଦକ, ବରଦା ପ୍ରସାଦ ମହାପାତ୍ର ମୁଖ୍ୟ ପୃଷ୍ଠପୋଷକ, ବୀରେନ୍ଦ୍ର ମହାନ୍ତି ପୃଷ୍ଠପୋଷକ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତି୍ୟକ ନିତ୍ୟାନନ୍ଦ ପଣ୍ଡା ଉପଦେଷ୍ଟା, ସେକ୍ ଅବଦୁଲ ସାଜିଦ୍ କୋଷାଧ୍ୟକ୍ଷ, ସମାଜସେବୀ ରବୀନ୍ଦ୍ର ପରିଡ଼ା, ଶିକ୍ଷାବିତ ସ୍ମିତାରାଣୀ ଭଞ୍ଜ, କବିୟିତ୍ରୀ ତୁହିନା ମିଶ୍ର ଓ ସାମାଜସେବୀ କାମାକ୍ଷା ପ୍ରସାଦ ନନ୍ଦଙ୍କୁ ସମ୍ପାଦକ ଭାବେ ମନୋନିତ କରାଯାଇଛି ବୋଲି କମିଟିର ମହାସଚିବ ଘନ ପରିଡ଼ା ପ୍ରକାଶ କରିଛନ୍ତି ।