ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପାଇଁ ପ୍ରସ୍ତୁତି


ାା ପ୍ରଭାନୁ୍ୟଜ ।ା ଯାଜପୁର: ଯାଜପୁର ଜିଲାର ଅନ୍ୟତମ ପ୍ରତିଷ୍ଠିତ ଶଙ୍ଖଚିଲାସ୍ତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ ୭୫ବର୍ଷରେ ପଦାର୍ପଣ କରିଛି । ପୁରାତନ ଛାତ୍ର ସଂଘ ପକ୍ଷରୁ ବିଦ୍ୟାଳୟ ପ୍ଲାଟିନମ ଜୁବୁଲି ମହୋସôବ ପାଳନ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୁରାତନ ଛାତ୍ର ସଂଘ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା ମଣ୍ଡଳୀ ଓ କର୍ମଚାରୀ ମିଳି ଭାବେ ପ୍ଲାଟିନମ ଜୁବୁଲି ପାଳନ ପାଇଁ ଏକାକାର ହୋଇଯାଇଥିବା ବେଳେ ବିଦ୍ୟାଳୟରେ ବସାଯାଇଛି ଶୁଭ କଳସ । ଶଙ୍ଖଚିଲାର ଆଦ୍ୟ ଦେବୀ ମା’ ହିଙ୍ଗୁଳାଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଶୁଭ କଳସ ବିଦ୍ୟାଳୟକୁ ଆଣି ସ୍ଥାପନ କରାଯାଇଛି । ମା'ଙ୍କ ପାଖରୁ ଆଶୀର୍ବାଦ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଞ୍ଚଳବାସୀ, ପୁରାତନ ଛାତ୍ର ସଂଘ ବରିଷ୍ଠ କର୍ମକର୍ତ୍ତା ମଣ୍ଡଳୀ ଓ ବିଭିନ୍ନ ପୁରାତନ ବ୍ୟାଚର ଛାତ୍ର ବନ୍ଧୁ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ଶୁଭ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଆଜ୍ଞା କଳସ ଧରି ପୁରାତନ ଛାତ୍ରସଂଘ ଉପଦେଷ୍ଟା ତଥା ହିଙ୍ଗୁଳା କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁ ଓ ଉପସଭାପତି ବିଷ୍ଣୁ ଚରଣ ସାହୁଙ୍କ ନେତୃତ୍ୱରେ ମା’ଙ୍କ ପୀଠରୁ ବାହାରି ବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଏହାପରେ ବିଦ୍ୟାଳୟ ପରିସରରେ କଳସ ସ୍ଥାପନା ସହ ବିଶେଷ ଦିବସର ମହତ୍ୱ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପୁରାତନ ଛାତ୍ର ସଂଘ କର୍ମକର୍ତ୍ତାମଣ୍ଡଳୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ତରଫରୁ ଉପସ୍ଥିତ ଛାତ୍ରଛାତ୍ରୀ ଓ ସର୍ବସାଧାରଣଙ୍କୁ ସୂଚନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ବିଶେଷ କରି ପ୍ଲାଟିନମ୍ ଜୁବୁଲି ମହୋତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କୁ ନିମନ୍ତ୍ରଣ କରାଯିବାର ପ୍ରାରମ୍ଭିକ ଉଦ୍ୟମ କରାଯାଇଛି ।  ମହୋସôବ ସଫଳ ହୋଇ ପାରିବ ସେଥି ପାଇଁ ଦେଶ ବିଦେଶରେ ପ୍ରତିଷ୍ଠିତ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଠୁଁ ଆରମ୍ଭ କରି ଅଞ୍ଚଳବାସୀ, ପାଖ ପଡୋଶୀ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ସୁଚିନ୍ତିତ ମତାମତ, ସହଯୋଗର ହାତ ଏବଂ ବିଶେଷ କରି ସ୍ୱତନ୍ତ୍ର ସ୍ମରଣିକା ପ୍ରକାଶନରେ କିଭଳି ବହୁ ସଂଖ୍ୟକ ପୁରାତନ ଛାତ୍ରଛାତ୍ରୀ ଭାଗ ନେଇ ସମୁହ ଐତିହାସିକ ସଫଳତା ଲାଭ କରିପାରିବ ତା ଉପରେ ପୁରାତନ ଛାତ୍ର ସଂଘର ସଭାପତି ଦୀନବନ୍ଧୁ ନାୟକ, ସମ୍ପାଦକ ବିନୋଦ ବିହାରୀ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିଜିତ ବାରିକ ପ୍ରମୁଖ ସମସ୍ତ ଠାରୁ ସହଯୋଗ ମାଗିଛନ୍ତି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯକାରୀ ସଭାପତି ଶ୍ରୀଧର ଦାସ, ଉପଦେଷ୍ଟା ବୈକୁଣ୍ଠ ଚରଣ ଜେନା, ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ଜେନା ଓ ଅନନ୍ତ ଚରଣ ମଲିକ, ସହ ସମ୍ପାଦକ ଦେବ ପ୍ରକାଶ ସାହୁ, ସଭ୍ୟ ତଥା ହିଙ୍ଗୁଳା କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ପଣ୍ଡା, ଆର୍ଯ୍ୟ ବିଭାସ କୁମାର, ସନ୍ତୋଷ କୁମାର ବେହେରା, ବିମଳେନ୍ଦୁ ସାହୁ, ଭାଗିରଥି ବାରିକ୍, ଦିଲୀପ୍ କୁମାର ସାହୁ, ଅମୀୟ କୁମାର ସାହୁ, ଅଶୋକ କୁମାର ପଣ୍ଡା, ବାବାଜୀ ଚରଣ ସାହୁ ପ୍ରମୁଖ ସହଯୋଗ କରିଥିଲେ ।