‘ଶିକ୍ଷା ହିଁ ସଭ୍ୟତା ବିକାଶର ମୂଳ ମନ୍ତ୍ର’   

 ବୈଶିଙ୍ଗା: ପଣସିଆ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ହିମାଂଶୁ ଶେଖର ନନ୍ଦ ବ୍ରହ୍ମଚାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଗୁରୁମା ଦମୟନ୍ତୀ ମହାନ୍ତ ସ୍ୱାଗତ ଅଭିଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ରୁପସା ନୀଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ବେହେରା ଯୋଗ ଦେଇ ପିଲାମାନଙ୍କ ମଧ୍ୟରେ ଗୁରୁଜୀ ଗୁରୁମା ଏବଂ ଅଭିଭାବକମାନେ ଉପଯୁକ୍ତ ଶିକ୍ଷା ଏବଂ ସଂସ୍କାର ଭରି ଦେବା ଆବଶ୍ୟକ ବୋଲି କହିଥିଲେ । ଉକôଳ ଶିକ୍ଷା ପରିଷଦ ଓଡିଶାର ରାଜ୍ୟ ସମ୍ପାଦକ ଯୋଗେନ୍ଦ୍ର ଦାଶ ଯୋଗ ଦେଇ ପିଲାମାନଙ୍କୁ ମହାପୁରୁଷମାନଙ୍କ ଜୀବନୀ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ବରଣ୍ୟ ଅତିଥି ଭାବେ ପଂଚାୟତ ସମିତି ସଦସ୍ୟ ଶଶୀକାନ୍ତ ଦାସ, ବରିଷ୍ଠ ସଦସ୍ୟ ବ୍ରଜସୁଦର ଦାସ, ଅକ୍ଷୟ କୁମାର ମିଶ୍ର,  ବିଶିଷ୍ଟ ଭାଗବତ ପ୍ରବଚକ ପର୍ଶୁରାମ ମିଶ୍ର ରଘୁବୀର ସିଂ, ତିଳତ୍ତମା ନାୟକ, ବରିଷ୍ଠ ଶିକ୍ଷାବିତ୍ ମହେଶ୍ୱର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ କାହ୍ନୁଚରଣ ପତି ଅନୁଷ୍ଠାନ ଗଠନର ଆଭିମୁଖ୍ୟ ସହ ଅନୁଷ୍ଠାନର ନାନା ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପ୍ରଧନ ଆଚାର୍ଯ୍ୟ ରଂଜିତା ପତି ବାର୍ଷିକ ବିବରଣୀ ପାଠ କରି ଥିବାବେଳେ  ସଦସ୍ୟ ପ୍ରଦୀପ କୁମାର ଭଞ୍ଜ ଧନ୍ୟବାଦ ଅର୍ପଣ କରିଥଲେ । ଏହି ଅବସରରେ ଅନୁଷ୍ଠାନ ଜମି ଦାନ କରିଥିବା ଦାତା ପାର୍ବତୀ ମଣି ପତିଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଚଳିତ ବର୍ଷ ଶ୍ରେଷ୍ଠ ଗୁରୁମା ଭାବେ ଦମୟନ୍ତୀ ମହାନ୍ତଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପରିଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।