ବଡ଼ଚଣା ବ୍ଲକ ଉପାଧ୍ୟକ୍ଷଙ୍କ ପଞ୍ଚାୟତରେ ମିଳୁନି ସ୍ୱଚ୍ଛ ଜଳ,  ସଂଜୟନଗର ଗ୍ରାମରେ ବଢୁଛି କିଡ୍ନୀ ରୋଗୀଙ୍କ ସଂଖ୍ୟା

ାା ପ୍ରଭାନୁ୍ୟଜ ।ା ଯାଜପୁର:ବଡ଼ଚଣା ବ୍ଲକ ଉପାଧ୍ୟକ୍ଷଙ୍କ ପଞ୍ଚାୟତରେ ମିଳୁନି ସ୍ୱଚ୍ଛ ଜଳ । ସ୍ୱଚ୍ଛ ଜଳ ଅଭାବରୁ କେଉଁ ଗାଁରେ ବଢୁଛି କିଡ଼ନୀ ରୋଗ ତ କେଉଁଠି ଚର୍ମରୋଗ । ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସରକାର ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ହଜାର ହଜାର କୋଟି ଟଙ୍କା ବିନିଯୋଗ କରୁଛନ୍ତି । ବୃହତ ପ୍ରକଳ୍ପ ମାଧ୍ୟରେ ପ୍ରତିଘରକୁ ସ୍ୱଚ୍ଛଜଳ ଯୋଗାଇ ଦେଉଥିବା ସଭାସମିତିରେ ଘୋଷଣା କରୁଛନ୍ତି । ଯାଜପୁର ଜିଲା ମଧ୍ୟ ଏଥିରୁ ବାଦ ଯାଇନି । ହେଲେ ଆଜିବି ସ୍ୱଚ୍ଛ ଜଳ ଅନେକ ଗାଁ ପାଇଁ ଅପହଁଚ ହୋଇଛି । ତହିଁ ମଧ୍ୟରୁ ବଡ଼ଚଣା ବ୍ଲକ ଉପାଧ୍ୟକ୍ଷ ପଞ୍ଚାୟତ ଅନ୍ୟତମ । ବ୍ଲକ କାର୍ଯ୍ୟାଳୟ ଠାରୁ ଦୁଇ ଏବଂ  ବଡ଼ଚଣା ମେନିକାଲ ଠାରୁ ପାଞ୍ଚ କିଲୋମିଟର ଦୂରତାରେ ରହିଛି ଆଦିବାସୀ ସଂଜୟନଗର ଗ୍ରାମ । ଏହି ଗ୍ରାମରେ ଅନେକ ଆଦିବାସୀ ପରିବାର ବସବାସ କରନ୍ତି । ଗ୍ରାମରେ ଉପଯୁକ୍ତ ବିଶୁଦ୍ଧ ପାନୀୟ ଜଳ ନମିଳିବାରୁ ଅନେକ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ଗ୍ରାମର ୭ରୁ ଉର୍ଦ୍ଧ ବ୍ୟକ୍ତି ଏହି ରୋରଗରେ ଆକ୍ରାନ୍ତ ହୋଇ ଚିକିସôିତ ରହିଛନ୍ତି । କିଡ୍ନୀ ରୋଗରେ କଷ୍ଟଯନ୍ତ୍ରଣା ପାଉଥିବା ବେଳେ ଅନେକଙ୍କ ଉପଯୁକ୍ତ ଚିକିତ୍ସା ଅଭାବରୁ ଜୀବନ ଯାଉଛି । ଯାହା ଫଳରେ ଅନେକଙ୍କ ଘର ଉଜୁଡି ଯାଉଛି । ସ୍ୱଚ୍ଛ ପାନୀୟ ଜଳ ପାଇଁ କିଡନୀ ରୋଗ ବୃଦ୍ଧି ପାଇବାରେ ଲାଗିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଜନସାଧାରଣଙ୍କୁ ଉପଯୁକ୍ତ ସ୍ୱଛ ନିର୍ମଳ ପାନୀୟ ଜଳ ଯୋଗାଇ ଦେବାରେ ପୂର୍ବ ସରକାର ବିଫଳ ହୋଇଥିବା ମଧ୍ୟ କରିଛନ୍ତି ଅଭିଯୋଗ । ଗ୍ରାମବାସୀ ସ୍ୱଚ୍ଛ ଓ ନିର୍ମଳ ପାଣି ଟୋପାଏ ନପାଇ ଦୁଃଖରେ ଜୀବନ କାଟୁଛନ୍ତି । ଜଣେ କି ଦୁଇଜଣ ନୁହେଁ, ଗ୍ରାମର ୭ରୁ ଉର୍ଦ୍ଧ ଯୁବକ, ବୃଦ୍ଧବୃଦ୍ଧା କିଡନୀ ରୋଗରେ ଆକ୍ରାନ୍ତ । ସେମାନେ ଯାହା ରୋଜଗାର କରିନ୍ତି ତାହା ସମୁଦ୍ରକୁ ଶଙ୍ଖେ ମାତ୍ର । ମହିଳାମାନେ ଦିନ ମଜୁରୀଆ ଭାବେ ଯାହା ଆଣନ୍ତି ତାହା ଚିକିତ୍ସା ଖର୍ଚ୍ଚରେ ସରିଯାଏ । ପରିବାର ଚଳିବା କଷ୍ଟକର ହୋଇପଡୁଛି । ଏହି ଗ୍ରାମରେ ପୂର୍ବରୁ ଅନେକ ରୋଗର ଶିକାର ହୋଇ ମରଣ ମୁଖରେ ପଡିଛନ୍ତି । ଯଦି ନୂତନ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଆଦିବାସୀ ସାହିରେ ସ୍ୱଚ୍ଛ ପାଣିର ସୁବ୍ୟବସ୍ଥା ନକରନ୍ତି ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଆକ୍ରାନ୍ତ ରମେଶ ଚନ୍ଦ୍ର ବାସ୍କେଙ୍କ ଅଭିଯୋଗ ହେଉଛି ଗ୍ରାମରେ ନଳକୂପ ରହିଛି । ଯାହା ଉପରେ ୫୦ରୁ ଉର୍ଦ୍ଧ ପରିବାର  ନିର୍ଭର କରୁଛନ୍ତି । କିନ୍ତୁ ଏହି ନଳକୂପ ପାଣି ପିଇବା ପାଇଁ ଅନୁପଯୁକ୍ତ । ହେଲେ କୈାଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ସେମାନେ  ବାଧ୍ୟ ହୋଇ  ନଳକୂପରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷେ କୌଣସି ମତେ ଖବର ପାଇ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀମାନେ ଗ୍ରାମରେ ପହଁଚି ରୋଗୀମାନଙ୍କ ସହ ଆଲୋଚନା କରିଛନ୍ତି  ନୂତନ ସରକାର ଓ ଜିଲା ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାର ଅଛି ।