ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକୋତ୍ସବ

ସିଂହପୁର:  ବିଞ୍ଝାରପୁର ବ୍ଲକ୍ ବିତନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ସଭାପତି ବିଜୟ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରବାସୀ ଭାରତୀୟ ଡକ୍ଟର ଶଶଧର ମହାପାତ୍ର, ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥୀ, ସରପଞ୍ଚ ରମେଶ ଚନ୍ଦ୍ର ମଲ୍ଲିକ, ଅବସରପ୍ରାପ୍ତ ସୈନିକ ସଞ୍ଜୟ କୁମାର ପତି, ଅବସରପ୍ରାପ୍ତ ଶିକ୍ଷକ ଧିରେନ୍ଦ୍ର କୁମାର ନାଥ ପ୍ରମୁଖ ଅତିଥି ଯୋଗଦାନ କରି ବିଦ୍ୟାମନ୍ଦିରର ଛୋଟ ଛୋଟ ପିଲା ମାନଙ୍କୁ ଭାବ ଗର୍ଭକ ଉଦ୍ବୋଧନ ପ୍ରଦାନ କରିବା ସଙ୍ଗେ କୃତ ପ୍ରତିଯୋଗିଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ନନ୍ଦିନୀ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ ସୁଶାନ୍ତ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁଜି, ଗୁରୁମା ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।