କୁମାର ଉତ୍ସବର ନିଆରା ପରମ୍ପରା , ଗାଁ ସଦାନନ୍ଦପୁର କଇଁଫୁଲ କୋଠି କୁମାରଙ୍କୁ ପାଇବାକୁ କୁମାରୀମାନଙ୍କ ଚାନ୍ଦ ପୂଜା
ାା ପ୍ରଭାନୁ୍ୟଜ ।ା କୁଆଖିଆ: ସାମ୍ପ୍ରତିକ ସମୟରେ ମଣିଷର ଜୀବନ ଶୈଳୀରେ ବ୍ୟାପକ ପରିବର୍ତ୍ତନ ଘଟିଥିବା ବେଳେ ପିଢିପିଢି ଧରି ପ୍ରଚଳିତ ପ୍ରଥା, ପରମ୍ପରା ଏବଂ ସଂସ୍କୃତିରେ ମଧ୍ୟ ଅବକ୍ଷୟ ଦେଖା ଦେଇଛି । ଏଇ ପୁରାତନ ପରମ୍ପରାକୁ ଉଜ୍ଜୀବିତ କରି ରଖି ଆସୁଥିବା ଏମିତି ଏକ ଗାଁ ଯାହାର ନାଁ ସଦାନନ୍ଦପୁର । ଯାଜପୁର ଜିଲା ରସୁଲପୁର ବ୍ଲକ ରାହାମ୍ବା ପଞ୍ଚାୟତ ମଧ୍ୟରେ ଅବସ୍ଥିତ ଏହି ଗାଁଟି ସଦା ଆନନ୍ଦରେ ଚଳଞ୍ଚଚଳ । ପ୍ରତ୍ୟେକ ଓଡ଼ିଆର ପାର୍ବଣ ଏଠି ପ୍ରତିବିମ୍ବିତ ହୁଏ ଯେମିତି ଗ୍ରାମର ବଡ଼ ପର୍ବ କୁମାର ଉସôବର କୋଠି ଘର । ଗାଁର ପ୍ରତି ଘର ଦାଣ୍ଡ, ଚୋଉଁରା ମୁଳେ କୁମାରୀ ଝିଅ ମାନଙ୍କ ଚାନ୍ଦ ପୂଜା ସହିତ କୋମଳ ହାତର ସ୍ପର୍ଶରେ ଜୀବନ୍ତ ହୋଇ ଉଠନ୍ତି ବିଭିନ୍ନ ଦେବାଦେବୀ ମାନେ । ସନ୍ଧ୍ୟା ହେଲେ ଗ୍ରାମର ମହାନ୍ତି ସାହି, ହଂସୀ ସାହି, ବଣିଆ ସାହି ପରି ୨୦ରୁ ଉର୍ଦ୍ଧ୍ୱ ଜାଗାରେ ଟିକି ଟିକି କଇଁ ପାଖୁଡ଼ାରେ ସଜେଇ ହୁଅନ୍ତି ଗାଁ ଦାଣ୍ଡ । ଜହ୍ନଁର ଆଲୋକରେ ଉଦଭାଷିତ ହୁଏ କଇଁ ପାଖୁଡ଼ାର ମୁଖ ମଣ୍ଡଳ । ଦର୍ଶକଙ୍କ ଭିଡ ଜମେ । କୁମାରୀ ମାନଙ୍କ କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବୋଉଳ ବେଣୀ ଗୀତରେ ଗାଁ, ସାହି ଉଛୁଳି ପଡେ । ସଂଜ ଯାଇ ସମୟ ଅତିକ୍ରାନ୍ତ ହୁଏ ଗାଁ ଯୁବକଙ୍କ କୈାତୁହଳ ବଢେ । କିଛି ଯୁବକଙ୍କ ଦ୍ୱାରା ପ୍ରାୟୋଜିତ ପାଳ କୁଟାରେ ସଜ ହୁଅନ୍ତି ପାଳଭୂତ ବେଶ । ନାଚଗୀତର ତାଳେ ତାଳେ ସେମାନଙ୍କ ଆଗମନ ହୁଏ କୁମାରୀ ମାନଙ୍କ ଦ୍ୱାରା ତିଆରି ଫୁଲ କୋଠିକୁ । ଗ୍ରାମର କୁମାରୀ ମାନଙ୍କୁ ଡରେଇ ଫୁଲ କୋଠି କୁ ଭାଙ୍ଗିବା ବେଳେ ଏହାର ମଜା ନିଅନ୍ତି କୋଠି ଦେଖିବାକୁ ଯାଇଥିବା ଶହ ଶହ ଦର୍ଶକ । ଆନନ୍ଦ ଆଉ କୋଳାହଳରେରେ ଫାଟିପଡେ ଗାଁ ଦାଣ୍ଡ । କଥିତ ଅଛି ଏହି ଗ୍ରାମର ସ୍ୱର୍ଗତ ସପନୀ ମହାନ୍ତି ନାମକ ବ୍ୟକ୍ତି ସୁଦୁର କଲିକତାରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲିଖିତ ଏକ ଚିତ୍ର କଳା କାବ୍ୟ ଆଣି ଗ୍ରାମରେ ପ୍ରଚାର ପ୍ରସାର କରିଥିଲେ । ଏହାକୁ ଅନୁକରଣ କରି ପ୍ରତିବର୍ଷ କୁମାର ଉସôବରେ କଇଁଫୁଲ ଦ୍ୱାରା ଗ୍ରାମର ଯୁବତୀ ମାନେ ନାଗଫାସ, ନାଗ ବନ୍ଧନ, ଅଷ୍ଟକୁଳା ନାଗ ପରି ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଆଙ୍କି ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥାନ୍ତି ବୋଲି ଗ୍ରାମର ଆନନ୍ଦ ଚନ୍ଦ୍ର ସାହୁ ଓ ବିଷ୍ଣୁ ଚରଣ ସାହୁ ମତବ୍ୟକ୍ତ କରନ୍ତି । ଏହିପରମ୍ପରା ଯାଜପୁର ଜିଲ୍ଲାର ଅନ୍ୟ କୈାଣସି ଠାରେ ଦେଖିବାକୁ ମିଳି ନଥିବା ବେଳେ ଶହ ଶହ ବର୍ଷର ଓଡ଼ିଆ ଜାତିର ଐତିହ୍ୟ, ପରମ୍ପରା ଓ ପ୍ରିତି ପାର୍ବଣ ଉଜ୍ଜୀବିତ ରହିଛି ଏହା ଆଜିର ସମୟ ପାଇଁ ଏକ ଆହ୍ୱାନ । ତେବେ ଏହି ପୁରାତନ କଳା ସପ୍ସସ୍କୃତିକୁ ବଂଚେଇ ରଖିବା ପାଇଁ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ଗ୍ରାମର ବରିଷ୍ଠ ବୁଦ୍ଧିଜୀବୀ ମତ ପ୍ରକାଶ କରନ୍ତି ।