ଫେଲ ମାରିଛି ବସୁଧା ଯୋଜନା : ପାଣି ପାଇବାରୁ ବଞ୍ଚôତ ଗ୍ରାମବାସୀ

 ବିଞ୍ଝାରପୁର: ପଞ୍ଚାୟତ ଓ ବ୍ଲକ ପାନୀୟ ଜଳ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ପ୍ରହସନ ପାଲଟିଛି । ବିରାଟ ବିରାଟ ବସୁଧା ପାଣି ଟାଙ୍କି କେବଳ ଆଖି ଦୃଶିଆ ପାଲଟିଛି । ବର୍ତ୍ତମାନ ସମୟରେ ଖରା ହେଉଥିଲେ ସୁଦ୍ଧା ପାଣି ବିନା ଅଚଳ ହୋଇ ପଡିଛି ଅନେକ ବସୁଧା ପ୍ରକଳ୍ପ । ସୂଚନା ଥାଉକି ବ୍ଲକର କଏଣାରଘୁନାଥପୁର ପଞ୍ଚାୟତରେ ଥିବା ବାଙ୍କିପାଳବସୁଧା ଯୋଜନାରେ ନିର୍ମିତ ପ୍ରକଳ୍ପଟି ଏବେ ଅଚଳ ହୋଇ ପଡିରହିଛି । କିଛି ଦିନ ପୂର୍ବେ ଏହି ପ୍ରକଳ୍ପଟି କାଁ...ଭାଁ ଚାଲୁଥିବା ବେଳେ ଗ୍ରାମବାସୀ ଜଳ ସଙ୍କଟର ମୁକୁଳି ପାରିଥିଲେ । ତେବେ ହଠାତ ପ୍ରକଳ୍ପଟି ବନ୍ଦ ହୋଇ ପଡିରହିଛି । ଯାହାକୁ ନେଇ ଭରସା କରି ଚଳି ଆସୁଥିବା ଲୋକ ବା ପରିବାର ଏବେ ପାଣିରୁ ବଂଚିତ  ରହିଛନ୍ତି । ବହୁବାର ଏ ସମ୍ପର୍କ ରେ ବିଭାଗୀୟ କତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ହୋଇ ଥିଲେ ସୁଦ୍ଧା ସେହି ପରି ପଡିରହିଛି । ତେବେ ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ବିଦୁ୍ୟତ ବିଲ ବକେୟା ଥିବା ସହ ଆବଶ୍ୟକ ଠାରୁ ଅଧିକ ବିଲ ଆସୁଥିବା କାରଣରୁ ଏହା ବନ୍ଦ ରଖାଯାଇଛି ବୋଲି ମତ ରଖିଥିଲେ । ତେବେ ବିଲ କିଏ ପୈଠ କରିବ ଓ କାହିଁକି କରିନାହାନ୍ତି ତାହା ଏବେ ତଦନ୍ତ ସାପେକ୍ଷ ରହିଥିବା ବେଳେ ବଂଚି ତ ଥିବା ପରିବାରବସୁଧା ପାଣିରୁ ଉପକୃତ ହେବେ ତାହା ସନେ୍ଦହ ଘେରରେ ରହିଛି ।