ରାସ୍ତା ଅବରୋଧ; ଥାନାରେ ଅଭିଯୋଗ
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: କୋରେଇ ବ୍ଳକ ଅନ୍ତର୍ଗତ ମୂଳାପାଳ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ସର୍ବସାଧାରଣ ରାସ୍ତାକୁ ବନ୍ଦ କରି ଗ୍ରାମବାସୀଙ୍କୁ ଯାତାୟତକୁ ବନ୍ଦ କରିବା ନେଇ ପଞ୍ଚାୟତର ଜନପ୍ରତିନିଧି ଓ ଗ୍ରାମବସୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଗୋବିନ୍ଦପୁର ଗ୍ରାମର ରାମଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ରମଶେ ଚନ୍ଦ୍ର ପଣ୍ଡା ପ୍ରମୁଖ ସର୍ବସାଧାରଣ ରାସ୍ତାକୁ ବନ୍ଦ କରି ପଡିଶା ମାନଙ୍କ ସହ ଗାଳି ଓ ମାରପିଟ କରି ଉକ୍ତ ରାସ୍ତା ୪ମାସରୁ ଉର୍ଦ୍ଧ ହେବ ବନ୍ଦ କରି ରଖିଛନ୍ତି । ଫଳରେ ଧନତ୍ରୀ, ରଣପାଳ ଗ୍ରାମବାସୀ ଓ ମହନ୍ତ ସାହି, ଦଳିତ ସାହି ଓ ବ୍ରାହ୍ମଣ ଶାସନ ସାହିର ଲୋକମାନଙ୍କୁ ଯାତାୟତ ବନ୍ଦ କରିଛନ୍ତି । ଫଳରେ ମନ୍ଦିର, ସ୍କୁଲ ଓ ଅଙ୍ଗନୱାଡିକୁ ଓ ଶୌଚପାଇଁ ନଦୀକୁ କେହି ଯାତାୟତ କରିପାରୁ ନାହାନ୍ତି । ରାସ୍ତାଟି କଂକ୍ରିଟ ହୋଇଥିଲେ ବି ସର୍ବସାଧାରଣ ଯାତାୟତକୁ ବାରଣ କରାଯାଇଛି । ସର୍ବସାଧାରଣ ରାସ୍ତାକୁ ମୁକ୍ତ କରିବା ପାଇଁ ସରପଞ୍ଚ ଜୟନ୍ତ କୁମାର ନାୟକ, ସମିତିସଭ୍ୟ ମଧୁସୂଦନ ନନ୍ଦୀ, ନାଏବ ସରପଞ୍ଚ ପାର୍ବତୀ ସାହୁ, ୱାର୍ଡସଭ୍ୟା ଅନ୍ନପୂର୍ଣ୍ଣା ପଣ୍ଡାଙ୍କ ସମେତ ଗୋବିନ୍ଦପୁର ଗ୍ରାମବାସୀ ଅବରୋଧ ହଟାଇବାକୁ ଅଭିଯୋଗ କରିଛନ୍ତି ।