ତ୍ୟାଗ ଓ ତିତିକ୍ଷାର ସମର୍ଥ ପୁରୁଷ

ଲଳିତ ଲେଙ୍କା : ଉକ୍ରଳମଣି ଗୋପବନ୍ଧୁ ଥିଲେ ଓଡ଼ିଶାର ସ୍ୱଦେଶୀ ଆନେ୍ଦାଳନର ଆଦ୍ୟ ପ୍ରବକ୍ତା ଓ ନିର୍ବିବାଦୀୟ ଲୋକପି୍ରୟ ଜନନେତା  । ଏହି ଶ୍ମଶ୍ରୁଳ ତଥା ଅଶ୍ରୁଳ ମଣିଷଟିର ପରିଧାନ ଥିଲା ଖଣ୍ଡେ ଖଦି ଲୁଗା ଓ ଦେହରେ ପଡିଥିବା ଖଦିଚାଦର  । ସରଳ ନିରାଡମ୍ବର ଜୀବନ ଭିତରେ ପୁରି ରହିଥିଲା  ସମଗ୍ର ବିଶ୍ୱଜନ ପାଇଁ ସେବା କରିବାର ଆକାଂକ୍ଷା  । ସର୍ବୋପରି ସେ ଥିଲେ ପରଦୁଃଖରେ କାତର ହୋଇ ପଡୁଥିବା ମଣିଷଟିଏ  । ଦେଶମାତୃକାର ସେବା ତଥା ମାନବ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ  । ମାତୃଭୂମି, ମାତୃଭାଷା, ଶିକ୍ଷା, ସଂସ୍କୃତିର ଉନ୍ନତି କଳ୍ପେ ନିଜ ସମଗ୍ର ଜୀବନକୁ ସମର୍ପିତ କରି ଦେଇଥିଲେ  । ନିଜ ପୁତ୍ରକୁ ରୋଗଶଯ୍ୟାରେ ଛାଡି ଦେଇ ବନ୍ୟା ପ୍ରପୀଡିତ ଅଞ୍ଚଳକୁ ଲୋକଙ୍କ ସେବା ପାଇଁ ଚାଲିଯାଇଥିଲେ ସେ  । ପାଞ୍ଚଦିନ ପରେ ଘରକୁ ଫେରିବା ପରେ ଦେଖିଛନ୍ତି ପୁତ୍ର ତାଙ୍କର ଆରପାରିକୁ  ଚାଲିଯାଇଛି  । ଉଦ୍ଗତ କୋହ ଓ ଲୁହକୁ ଚାପି ପତ୍ନୀଙ୍କୁ ବୁଝାଇ ଗୋପବନ୍ଧୁ କହିଛନ୍ତି- “ଗୋଟିଏ ପୁତ୍ର ଦେଇ
ହୃଦୟେ ମୋହର ଶତ ପୁତ୍ର ମୁଁ କୁଢାଇ ଆଣିଛି ଏଇ  ।”
 (ବିଶ୍ୱଜୀବନ ପଥେ- ରାଧାମୋହନ ଗଡ଼ନାୟକ)
ଗୋପବନ୍ଧୁ ଆବିର୍ଭାବ ସମୟ ହେଉଛି ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧ (୧୮୭୭ ମସିହା)  । ଏହି ସମୟରେ ଓଡ଼ିଶାର ଜାତୀୟ ଜୀବନରେ ନିରାଶା ଓ ନୈରାଶ୍ୟର କଳାବାଦଲ ଘୋଟି ରହିଥିଲା  । ଇଂରେଜମାନଙ୍କ ବିରୋଧରେ ୧୮୧୭ ମସିହାରେ ପାଇକ ବିଦ୍ରୋହ, ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ଓ ୧୮୬୯ ମସିହାରେ ଓଡ଼ିଆ ଭାଷା ବିଲୋପ ଆନେ୍ଦାଳନ ଓଡ଼ିଆ ଜାତିର ଜନଜୀବନକୁ ବହୁଳ ଭାବେ ହତବମ୍ବ କରି ଦେଇଥିଲା  । ତଥାପି ଏହିସବୁ ଘଟଣା ପାଇଁ ଓଡ଼ିଆମାନଙ୍କ  ଭିତରେ ଜାତୀୟତା ଭାବର ସୃଷ୍ଟି ପାଇଁ ଏକ ପୃଷ୍ଠଭୂମି ପ୍ରସ୍ତୁତ ହେଉଥିଲା କହିଲେ ଅତୁ୍ୟକ୍ତି ହେବ ନାହିଁ  । ସର୍ବ ଭାରତୀୟ ସ୍ତରରେ ୧୮୫୭ ମସିହାରେ ସଙ୍ଗଠିତ ସିପାହୀ ବିଦ୍ରୋହ ପରେ ଏକ ଜାତୀୟବାଦୀ ଆନେ୍ଦାଳନ ଆରମ୍ଭ କରାଗଲା  । ୧୮୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ସ୍ଥାପନ ସ୍ୱାଧୀନତା ଆନେ୍ଦାଳନ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା  । ୧୯୦୫ ରେ ବଜରଙ୍ଗ ଆନେ୍ଦାଳନ, ୧୯୧୬ରେ ବାଳଗଙ୍ଗାଧର ତିଳକଙ୍କ ହୋମରୁଲ୍ ଲିଗ୍  ଗଠନ ଓ ମହାତ୍ମା ଗାନ୍ଧିଙ୍କ ଦ୍ୱାରା ସତ୍ୟାଗ୍ରହ ଆନେ୍ଦାଳନ ଦ୍ୱାରା ସତ୍ୟବାଦୀ ସାଧକ ଗୋଷ୍ଠୀ (ଗୋପବନ୍ଧୁ, ନୀଳକଣ୍ଠ, ଗୋଦାବରୀଶ, କୃପାସିନ୍ଧୁ, ଅନନ୍ତ ମିଶ୍ର ପ୍ରମୁଖ) ସେଥିରେ ସାମିଲ ହୋଇ ଉକ୍ରଳୀୟ ଜନଜୀବନକୁ ଭାରତୀୟ ସଂସ୍କୃତିର ଆଧାରଗେ ଗତିଶୀଳ କରଇବା ପାଇର୍ଁ ପ୍ରୟାସ କରିଥିଲେ  ।
ଗୋପବନ୍ଧୁ ବ୍ୟକ୍ତିତ୍ୱ ଥିଲା ଅସାଧାରଣ  । ତାଙ୍କ ତ୍ୟାଗ, ସାଧନା, ଆଦର୍ଶ ଦ୍ୱାରା ପ୍ରରୋଚିତ ହୋଇ ତକ୍ରାଳୀନ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ଓ ସାଧକମାନେ ଏକତ୍ରିତ ହୋଇ ସତ୍ୟବାଦୀର ବକୁଳ ବନର ଛୁରିଅନା କୁଞ୍ଜ ତଳେ ଏକତ୍ରିତ ହୋଇ ନବ ଉକ୍ରଳ ଗଠନର ସ୍ୱପ୍ନ ଦେଖିଥିଲେ  । ପଣ୍ଡିତ ନୀଳକଣ୍ଠ, ଗୋଦାବରୀଶ, ହରିହର, କୃପାସିନ୍ଧୁ, ଲିଙ୍ଗରାଜ, ଅନନ୍ତ ମିଶ୍ର ଆଦି ସାଧକଗଣ ଦେଶସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ  । ଜାତୀୟତା ଭାବର ପରିପ୍ରକାଶ, ଓଡ଼ିଶାର ଅସ୍ତିତ୍ୱ ପ୍ରତିଷ୍ଠା, ସାଂସ୍କୃତିକ ଅଭୁ୍ୟତ୍ଥାନ, ଧାର୍ମିକ ସଂସ୍କାର ଓ ଉକ୍ରଳୀୟ ଜାତୀୟତା ସହିତ ଭାରତୀୟ ଜାତୀୟତାର ସମନ୍ୱୟ ସ୍ଥାପନ କରିବା ଥିଲା ସତ୍ୟବାଦୀ ସାଧକମାନଙ୍କର ଲକ୍ଷ୍ୟ ଓ ଆଦର୍ଶ  । ଗୋପବନ୍ଧୁଙ୍କ ଜୀବନ ଓ ସାଧନାର ମାର୍ଗ ଥିଲା ସର୍ବଦା ଭିନ୍ନ  । ଓଡ଼ିଆମାନଙ୍କ ଭିତରେ ଜାତିପ୍ରେମ, ଦେଶପ୍ରେମର ଧାରା ପ୍ରବାହିତ କରିବା ପାଇଁ ସେ ଅତୀତ ଇତିହାସ, କିମ୍ବଦନ୍ତୀ ଓ ଗୋ÷ରବର କାହାଣୀମାନଙ୍କୁ ଆଧାର ଭାବେ ଗ୍ରହଣ କରିଥିଲେ  । ପୁଣି ଉକ୍ରଳୀୟମାନଙ୍କ ହୃଦୟକୁ ଜୟ କରିବା ପାଇଁ ମାନବ ସେବା ହିଁ ଈଶ୍ୱର ସେବା ମନ୍ତ୍ରକୁ ପ୍ରାଧାନ୍ୟ  ଦେଇଥିଲେ  । ଦୀନ ଦରିଦ୍ରର ବନ୍ଧୁ ଭାବରେ ଅସହାୟ ଲୋକର ଆଖିରୁ ଲୁହ ପୋଛି ଦେବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ  । ଅନ୍ୟ ଅର୍ଥରେ କହିଲେ ଉକ୍ରଳୀୟ ସମାଜ ନିର୍ମାଣରେ ସାମ୍ୟ ଓ ମୈତ୍ରୀଭାବ ଉପରେ ସେ ଗୁରୁତ୍ୱ ଦେଉଥିଲେ  । ସମଗ୍ର ମାନବ ସମାଜ ପାଇଁ ତାଙ୍କ ହୃଦୟରେ ଭରି ରହିଥିଲା ଅସରନ୍ତି ଦରଦ  । ସେଥିପାଇଁ କୁହାଯାଏ ଗୋପବନ୍ଧୁ ଥିଲେ ଜଣେ ଦରଦୀ ଓ ମରମୀ ମଣିଷ  । ଗୋପବନ୍ଧୁ ଦୃଷ୍ଟିରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ମଣିଷ ହେଉଛନ୍ତି ସମାନ  । ସେ ପ୍ରତ୍ୟେକ ନରକୁ ନାରାୟଣ ଜ୍ଞାନ କରୁଥିଲେ  । ମଣିଷକୁ ଭଲ ପାଇବା, ତାର ଇଛା, କର୍ମ ଓ ବ୍ୟକ୍ତିତ୍ୱକୁ ସମ୍ମାନ କରିବା ସହିତ ତାର ସୁଖ ଦୁଃଖରେ ଭାଗୀଦାର ହେବା ହିଁ ହେଉଛି ମାନବତା ବାଦ  । ଗୋପବନ୍ଧୁ ତାଙ୍କ ଜୀବନରେ ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ  । ତାଙ୍କର ବ୍ୟକ୍ତିତ୍ୱ ଓ କବିତ୍ୱ ଥିଲା ମାନବତାବାଦରେ ପରିପ୍ଳୁତ  । ଆଣ୍ଠୁଲୁଚା ଖଦି ପରିଧାନ କରି ଓଡ଼ିଶାର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଘୂରି ଘୂରି ଦରିଦ୍ର, ନିଃସହାୟ ଓ ବନ୍ୟା ପ୍ରପୀଡିତ ଲୋକମାନଙ୍କ ଆଖିରୁ ଝରି ପଡୁଥିବା ଲୁହକୁ ପୋଛିବାରେ ସହାୟତା କରିଛନ୍ତି  । ଓଡ଼ିଆ ଜାତିର ଦୁଃଖ ଦୁର୍ଦ୍ଦଶାକୁ ଲାଟ ସଭାରେ କାନ୍ଦି କାନ୍ଦି ପ୍ରକାଶ କରିବାର ପ୍ରଚେଷ୍ଟା କେବଳ ମାନବବାଦୀ ଗୋପବନ୍ଧୁ ହିଁ କରିପାରିଥିଲେ  ।
ଗୋପବନ୍ଧୁଙ୍କ ସାରସ୍ୱତ ସୃଷ୍ଟି ସମ୍ଭାର ମଧ୍ୟରେ ରହିଛି  । ଅବକାଶ ଚିନ୍ତା ‘କାରା କବିତା’ ‘ବନ୍ଦୀର ଆତ୍ମକଥା’,  ‘ଧର୍ମପଦ’,ନଚିକେତା ଓ ଗୋ-ମାହାତ୍ମ୍ୟ  । ଏଥି ସହିତ ‘ସମାଜ’ ଓ ‘ସତ୍ୟବାଦୀ’ରେ ଗୋପବନ୍ଧୁ ଅନେକ ସମୟୋପଯୋଗୀ ଗଦ୍ୟ ରଚନା ମଧ୍ୟ ସୃଷ୍ଟି କରି ଯାଇଛନ୍ତି  । ତାଙ୍କ କାବ୍ୟ କବିତାରେ ଉକ୍ରଳୀୟ ଐତିହ୍ୟ, ସଂସ୍କୃତି, ପରମ୍ପରା, ସ୍ୱାଭିମାନ, ଜାତୀୟ ତଥା ସାମାଜିକ ଚେତନା ସହିତ ମାନବତାବୋଧର ମଧୁର ସମନ୍ୱୟ ସାଧିତ ହୋଇଥିବା ପରି ମନେ ହୁଏ  । ଗୋପବନ୍ଧୁ ଜେଲ ଭିତରେ ରହି ‘କାରା କବିତା’ ଓ ‘ଧର୍ମପଦ’ ରଚନା କରିଥିଲେ  । ଏହି ସବୁ କବିତା ପୁସ୍ତକରେ ମାନବ ପ୍ରୀତି, ସ୍ୱଦେଶ ପ୍ରୀତି, ଜାତୀୟତା ଭାବ, ବିଭୁଚେତନା ସହିତ ମାନବତାବୋଧର ପୁସ୍ତକ ପରି ପ୍ରକାଶ ଘଟିଅଛି  । ତ୍ୟାଗ, ତିତିକ୍ଷା ଓ ଆତ୍ମୋତ୍ସର୍ଗର ମହାନ ପରମ୍ପରାକୁ ଗୋପବନ୍ଧୁ ‘ଧର୍ମପଦ’ ଖଣ୍ଡ କାବ୍ୟରେ ପ୍ରକାଶ କରିଛନ୍ତି  ।
ଦେଶପ୍ରେମୀ ଗୋପବନ୍ଧୁ କାରା କବିତାରେ ଆମ ସଂସ୍କୃତି ଓ ପରମ୍ପରାର କଥା କହିବା ଭିତରେ ନିଜ ଦେଶ, ଜାତିର ଚିନ୍ତା ତାଙ୍କୁ ବ୍ୟଥିତ କରି ପକାଉଥିବା ସୂଚିତ ହୋଇଥାଏ  । ଗୋପବନ୍ଧୁଙ୍କ ଅନ୍ତର  ସର୍ବଦା ଦେଶ, ସତ୍ୟ ଓ ସ୍ୱାଧୀନତା ପାଇଁ ବ୍ୟାକୁଳିତ ଥିଲା  । କବି ଗୋପବନ୍ଧୁଙ୍କ ଭାଷାରେ-
 “ସତ୍ୟ ସ୍ୱାଧୀନତା ଲାଗିଯାର କାରବାସ
ତା ଲାଗି ଏ ପୁଣ୍ୟ କେବଳ କରେ ମୁଁ ବିଶ୍ୱାସ   ।”
ଦେଶ ଓ ଜାତି ପାଇଁ ଆତ୍ମୋତ୍ସର୍ଗର ଅନେକ ଦୃଷ୍ଟାନ୍ତ ଆମ ପୁରାଣ ଓ ଇତିହାସରେ ରହିଛି  । ସତ୍ୟ ସ୍ୱାଧୀନତା ଲାଗି ଉକ୍ରଳୀୟମାନଙ୍କ ହୃଦୟରେ ଜାଗରଣ ସୃଷ୍ଟି କରିବାକୁ ସେ ‘ଧର୍ମପଦ’ ଚରିତ୍ରକୁ କୋଣାର୍କ ମନ୍ଦିର ନିର୍ମାଣ ସଂପର୍କିତ ଏକ କିମ୍ବଦନ୍ତୀକୁ ଗ୍ରହଣ କରିଛନ୍ତି  । ଆମ ଓଡ଼ିଶାରେ ବାରଶହ ବଢେଇରେ ଦାୟ କି ପୁଅରେ ଦାୟ’ ଏକ ବହୁ ପ୍ରଚଳିତ ତଥା ଲୋକପ୍ରିୟ ଲୋକବାଣୀ  । ଏହାକୁ ଆଧାର କରି ଗୋପବନ୍ଧୁ ଦେଶ ଓ ଜାତି ପାଇଁ ଆତ୍ମୋତ୍ସର୍ଗର ଗୋ÷ରବ ମଧ୍ୟରେ ଧର୍ମପ୍ରଦର ମାନବବୋଧକୁ ପ୍ରକାଶ କରିଛନ୍ତି  । କବିଙ୍କ ଭାଷାରେ-
“କାପୁରୁଷ ପରି ମରିବା ଜଗତେ
ନୁହେଁ ନର ପଉରୁଷ,
ପରହିତ ସାଧି ମରେ ଯେ ମହୀରେ
ସେହି ଏକା ସୁପୁରୁଷ   ।” (ଧର୍ମପଦ)
କୋଣାର୍କ ମନ୍ଦିର ମୁଣ୍ଡି ମାରିବା ପରେ ବାରଶହ ବଢେଇଙ୍କ ମଧ୍ୟରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହୋଇଛି, ତାହାର ସମାଧାନ ପାଇଁ ପିତା ବିଶୁ ମହାରଣାଙ୍କୁ ପ୍ରସ୍ତାବ ଦେଇଛି ନିଜ ଜୀବନକୁ ଜାତି ଭାଇଙ୍କ  ରକ୍ଷା ପାଇଁ ଉତ୍ସର୍ଗ କରିଦେବାକୁ  । ଶେଷରେ ଧର୍ମପଦ ଦେଉଳ ଉପରୁ ଚନ୍ଦ୍ରଭାଗା ନଦୀକୁ ଡେଇଁ ପଡିଛି  । ଏଥିରେ ଧର୍ମପଦ ଜୀବନର ତ୍ୟାଗ ଓ ଆଦର୍ଶର କଥା କବି କହିଛନ୍ତି  । ସମଷ୍ଟିର ସ୍ୱାର୍ଥ ପାଇଁ ବ୍ୟକ୍ତି ସ୍ୱାର୍ଥ ବଳି ପଡିଛି  । ନିଜ ମୃତୁ୍ୟ ବିନିମୟରେ ଧର୍ମପଦ ଶିଳ୍ପୀକୁଳର ସୁରକ୍ଷା, ସ୍ୱାଭିମାନ ଓ ସମ୍ମାନ ରଖି କାଳ କାଳକୁ ଅମର ହୋଇ ଯାଇଛି  । ତାହାର ମାନବତାବୋଧର ପଟାନ୍ତର ନାହିଁ  ।
ଧର୍ମପଦର ଜୀବନ ଦର୍ଶନ ଗୋପବନ୍ଧୁଙ୍କୁ ବହୁତ ଭାବେ ପ୍ରଭାବିତ କରିଥିଲା ପରି ମନେ ହୁଏ  । ସ୍ୱରାଜ୍ୟ ସଂଗ୍ରାମ ପାଇଁ ଉକ୍ରଳୀୟମାନଙ୍କୁ ଆହ୍ୱାନ ଦେବା ପାଇଁ ଗୋପବନ୍ଧୁ ଧର୍ମପଦର ଆତ୍ମୋତ୍ସର୍ଗର କଥା କହିଛନ୍ତି  ।  ଗୋପବନ୍ଧୁ ‘ବନ୍ଦୀର ଆତ୍ମକଥା’ କବିତାରେ ଉକ୍ରଳୀୟମାନଙ୍କୁ ସ୍ୱାଧୀନତାର ଯଜ୍ଞକୁଣ୍ଡରେ ସ୍ୱାର୍ଥର ଆହୁତି ଦେବା ସହିତ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରିବା ପାଇଁ ଚାହିଁଛନ୍ତି  ।
କବିଙ୍କ ଭାଷାରେ - 
“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲିଯାଆନ୍ତୁ ପିଠିରେ 
ଦେଶର ସ୍ୱରାଜ ପଥେ ଯେତେ ଗାଢ
ପୁରୁ ତହିଁ ପଡି ମୋର ମାଂସ ହାଡ  ।”
ଯଥାର୍ଥରେ ଗୋପବନ୍ଧୁ ଥିଲେ ଉକ୍ରଳର ମଣି  । ତାଙ୍କର ଚିନ୍ତା ଓ ଚେତନା ଥିଲା ଅସାଧାରଣ  । ନିଷ୍ଠାପର ଦେଶସେବକ ଓ ଦୁଃଖୀ ଦରିଦ୍ରଙ୍କ ଦରଦୀ ବନ୍ଧୁ ଭାବରେ ସେ ଥିଲେ ସୁପରିଚିତ  । ଉକ୍ରଳମାତା ସେବା କରିବା ଭିତରେ ସାରା ବିଶ୍ୱଜନର ସେବା କରିବା ସହିତ ସମାନ  ବୋଲି ଥିଲା ଗୋପବନ୍ଧୁଙ୍କର ଗଭୀର ବିଶ୍ୱାସ  । ଦେଶ ଓ ଜାତି ପାଇଁ କାରାବରଣ କରିବା ସହିତ ଓଡ଼ିଆମାନଙ୍କ ଭିତରେ ଗୋପବନ୍ଧୁ ସୃଷ୍ଟି କରିଥିଲେ ତ୍ୟାଗ, ଦେଶପ୍ରେମ, ସେବା, ତିତିକ୍ଷା ଓ ଦେଶପ୍ରେମର ଉନ୍ମାଦନା  । ଯୁଗେ ଯୁଗେ ଓଡ଼ିଆମାନଙ୍କ ପାଇଁ ଚିରନମସ୍ୟ ହୋଇ ରହିବା ସହିତ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଗୋପବନ୍ଧୁ ଏକ ସ୍ୱତନ୍ତ୍ର ଆଇନରେ ଆସୀନ ହୋଇ ରହିଥିବେ । ଓଡ଼ିଆ ଜାତି ପାଇଁ ସେ ଚିରନମସ୍ୟ  ।
       ମୋ-୯୪୪୮୬୧୦୧୬୫