ମିଛର ଆଶ୍ରୟ
‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ । ଜୀବନର ଛୋଟ କଥାର ବଡ ବି·ରକୁ ନେଇ ‘ଅମୃତ ବିନ୍ଦୁ'ର ଉପସ୍ଥାପନା । ଆଜି ଜାଣିବା ମିଛର ଆଶ୍ରୟ ବାବଦରେ କିଛି କଥା । ପ୍ରତ୍ୟେକ ଦିନ ଭଳି ଆଜିର ନିବେଦନକୁ ମଧ୍ୟ ଆପଣ ଗ୍ରହଣ କରନ୍ତୁ, ଅନୁଭବ କରନ୍ତୁ ।
ଜୀବନରେ ସମସ୍ତେ ଅନ୍ୟକୁ ମିଛ ନ କହିବା ପାଇଁ ଉପଦେଶ ଦେଉଥିଲେ ମଧ୍ୟ, ମିଛର ଆଶ୍ରୟ ନ ନେଇ ଅନେକେ ରହିପାରନ୍ତି ନାହିଁ । ମିଛ ହେଉଛି ଏମିତି ଏକ କଥା, ଯାହା ଅନ୍ୟଠୁ ଶୁଣିବା ପାଇଁ ଖରାପ ଲାଗେ; କିନ୍ତୁ ଅନ୍ୟକୁ କହିବା ବେଳକୁ ଭଲ ଲାଗେ ।
ଅନ୍ୟଠୁ ମିଛ ଶୁଣିଲା ବେଳକୁ ହାଁ ମତେ ମିଛ କହୁଚିର ପ୍ରଭାବରେ ଚହଲିଯାଏ, ହେଲେ ମିଛ କହିଲା ବେଳକୁ ମଣିଷ ଭାବେ ମୋ ଠୁ କିଏ ଚଲାକ୍ ନା କଣ ?
ମିଛକୁ ସମସ୍ତେ ନିନ୍ଦା କରୁଥିଲେ ମଧ୍ୟ, ମିଛର ମାହାତ୍ମ୍ୟକୁ ସମସ୍ତେ ଆବୋରି ରହିଥାଆନ୍ତି । ଗୋଟେ ମିଛକୁ ଘୋଡେଇବା ପାଇଁ ଶହେ ମିଛର ଆବଶ୍ୟକତା ପଡିଥାଏ । ମନ ଭିତରେ ସମସ୍ତେ ଗୋଟେ ଗୋଟେ ମିଛର ମୁଣି ଲୁଚେଇକି ରଖିଥାନ୍ତି । ସେ ମୁଣିରୁ ଅଳ୍ପ, ବହୁତେ ସମସ୍ତେ ବ୍ୟବହାର କରିଥାନ୍ତି । ହେଲେ ଅନ୍ୟ କାହାର ମିଛ ମୁଣି ଦେଖିଲେ ଚିହିଁକି ଉଠନ୍ତି ।
ମିଛ କହିବା ମହାପାପ ବୋଲି ସମସ୍ତେ କହନ୍ତି । କିନ୍ତୁ ଏହି ପାପକୁ ନିଜ ଜୀବନରୁ ପ୍ରାୟ ଲୋକ ଦୂରେଇପାରନ୍ତି ନାହିଁ । କେତେକ ପରିସ୍ଥିତିରେ ମିଛ ବି ଭଲ । ଯେଉଁ ମିଛରେ ଏକ ମହତ୍ୱର ଉଦେ୍ଦଶ୍ୟ ସାଧିତ ହେଉଛି । ଯେଉଁ ମିଛ ଅନ୍ୟର ଅପକାର କରୁଛି, ଯେଉଁ ମିଛ ଅନ୍ୟକୁ ଅକାରଣରେ ଆଘାତ ଦେଉଛି, ସେହି ମିଛର ପ୍ରଭାବ ଦିନେ ଅ ।ମକୁ ମଧ୍ୟ ଦଂଶନ କରିଥାଏ । କେବଳ ମିଛକୁ ସାହାରା କରି ଜୀବନ ଜୀଉଁଥିବା ମଣିଷ, ଦିନେ ସେ ମିଛର ବଳୟରେ ହିଁ ଆକ୍ତାମାକ୍ତା ହେଇ ଦହସିତ ହେବାଟା ନିଶ୍ଚିତ ବୋଲି ଜାଣନ୍ତୁ ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।