ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ

ଆନନ୍ଦପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ୧୨୧ତମ ମନ କି ବାତ କାର୍ଯ୍ୟକ୍ରମ ୭ ନମ୍ବର ୱାର୍ଡ ବିଜେପି ପକ୍ଷରୁ ପାଳିତ ହୋଇଯାଇଛି । ସଭାପତି ସମ୍ବିତ କୁମାର ଦାସ ଏବଂ ସମ୍ପାଦକ ସନ୍ତୋଷ ରାଜଙ୍କ ସଂଯୋଜନା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ କିପରି ଘରେ ଘରେ ପହଞ୍ଚôପାରିବ ଏବଂ ଯେଉଁଠି ସାଧାରଣ ଲୋକଟିଏ ଏହାର ସୁଫଳ ପାଇପାରୁନାହାନ୍ତି, ସେମାନେ କିପରି ପାଇ ପାରିବେ ଏବଂ କେଉଁ କାର୍ଯ୍ୟକର୍ତ୍ତା କିପରି ଲୋକଙ୍କ ସହିତ ଯୋଡି ହୋଇ ରହିଛି ତାହାର ରିପୋର୍ଟ କାର୍ଡ ପଇଠ କରିବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର ମଣ୍ଡଳ ସଭାପତି ହେମନ୍ତ ସାହୁ, ପ୍ରାକ୍ତନ ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ସନ୍ତୋଷ କୁମାର ଜେନା, ବବିତା ଶତପଥୀ କାର୍ଯ୍ୟକର୍ତ୍ତା ସିପୁ ଜେନା, ଗଣେଶ୍ୱର ମହାନ୍ତି, ପଦ୍ମଲୋଚନ ପାଣିଗ୍ରାହୀ, ପିଣ୍ଟଲ ଜେନା, ମାନସ ସାହୁ, ରଞ୍ଜନ ନାଏକ, ପୂର୍ଣ୍ଣଚନ୍ଦ୍ର ପାତ୍ର, ଅରୂପାନନ୍ଦ ମିଶ୍ର, ଦିଲ୍ଲୀପ ବେଜ, ସତ୍ୟବ୍ରତ ଦାସ, ରୁଦ୍ର ରାଜ, ସାଇପ୍ରୀତମ ରଣା, ଦୁଃଖବନ୍ଧୁ ରଣା, ମୀନ ଦାସ, ଗଗନ ସିଂ, ମୁରଲୀଧର ମିଶ୍ର, ଗଗନ ସିଂ, ମଳୟ ମିଶ୍ର, ଚନ୍ଦନ ଜେନା, ବାବୁ ଦାସ, ମନୋଜ ସିଂ, ଜଗା ବେହେରାଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।