ପଦ ହରାଇଲେ ସଙ୍ଗୀତା; ଦାୟିତ୍ୱରେ ରହିବେ କିଏ?

ବ୍ୟାସନଗର : ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପତ୍ରସଂଖା ୮୭୧୨ ତା ୨୩/୦୪/୨୦୨୫ ଆଧାରରେ ଗତ ୨/୦୪/୨୦୨୫ ରିଖରେ ଅନୁଷ୍ଠିତ ବ୍ୟାସନଗର ପୋ÷÷ରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଅଣା ଯାଇଥିବା ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି । ବିଜ୍ଞପ୍ତି ଆଧାରରେ ସଙ୍ଗୀତାଙ୍କୁ ଏଣିକି ନିଜ ପଦ ହରାଇବା ସହ ପୋ÷÷ରାଧ୍ୟକ୍ଷା ଭାବରେ ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି । ଓଡିଶା ପୋ÷÷ର ଆଇନ ୧୯୫୦ ଧାରା ୨୩ ଅନୁସାରେ ରାଜ୍ୟ ସରକାର ସଙ୍ଗୀତାଙ୍କ ବିରୋଧରେ ଆସିଥିବା ଦୁଇ ତୃତୀୟାଂଶ ପାରିଷଦଙ୍କ ଅନାସ୍ଥା ସପକ୍ଷରେ ମତକୁ ବିଚାରକରି ଏଭଳି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେବେ ଦୀର୍ଘ ଦିନଧରି ବ୍ୟାସନଗର ପୋ÷÷ର ପରିଷଦରେ ଲାଗି ରହିଥିବା ଅଚଳାବସ୍ତାରେ ଆପାତଃତ ଅନ୍ତ ଘଟିଛି ବୋଲି କୁହାଯାଇପାରେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ସଙ୍ଗୀତାଙ୍କ ପରେ ଏହି ଦାୟିତ୍ୱ ଏବେ କାହା ଉପରେ ନ୍ୟସ୍ତ କରାଯିବ । ଯେ ହେତୁ ପରିଷଦର ସମୟ ଶେଷ ପୂର୍ବରୁ ସଙ୍ଗୀତାଙ୍କୁ ଗାଦିଚୁ୍ୟତ ହେବାକୁ ପଡିଲା ତେଣୁ ଏବେ ସେ କ୍ଷେତ୍ରରେ ପୁନଃ ନିର୍ବାଚନ ହେବ ନା ଉପାଧ୍ୟକ୍ଷଙ୍କୁ ଏହି ଆସନରେ ବସାଯିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଠି କରିଛି । 
ଏଠାରେ ସ୍ମରଣଯୋଗ୍ୟ ସଙ୍ଗୀତା ପିଙ୍ଗୁଆ ଗତ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥି ହୋଇ ବହୁ ମତରେ ବିଜୟୀ ହୋଇଥିଲେ । ଅନୁସୁଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଏହି ଆସନରେ ସଙ୍ଗୀତା ବିଜୟୀ ହେବାପର ଠାରୁ ବହୁ ସମୟରେ ପାରିଷଦଙ୍କ ବିରୋଧର ଶିକାର ହେବାକୁ ପଡିଥିଲା । ପାରିଷଦଙ୍କୁ ବିଶ୍ୱାସକୁ ନନେବା, ମନଇଚ୍ଛା କାର୍ଯ୍ୟ କରିବା ଏପରିକି ସହରର ବିକାଶ ପ୍ରତି ଅଧ୍ୟକ୍ଷା ସମ୍ମାନ ନଦେବା ଯୋଗୁ ତାଙ୍କ ବିରୋଧରେ ସମସ୍ତେ ଏକାଠି ହୋଇ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଶେଷରେ ଗତ ଏପ୍ରିଲ ୨ ତାରିଖରେ ଜିଲ୍ଲାପାଳ ଯାଜପୁରଙ୍କ ନିଦେ୍ର୍ଦଶରେ କଳିଙ୍ଗନଗର ଏଡିଏମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈ÷ଠକରେ ଅନାସ୍ଥା ସମ୍ପର୍କରେ  ପାରିଷଦ ସେମାନଙ୍କର ମତ ଦେଇଥିଲେ । ୨୬ ଜଣ ପାରିଷଦଙ୍କ ମଧ୍ୟରୁ ୨୦ ଜଣ ପାରିଷଦ ଅନାସ୍ଥା ସପକ୍ଷରେ ମତ ଦେଇଥିବା ବେଳେ ୬ଜଣ ଅନୁପସ୍ଥିତ ଥିଲେ । ବୈ÷ଠକର ଚୁଡାନ୍ତ ତଥ୍ୟ ଆଧାରରେ ଗୃହ ଓ ନଗର ଉନ୍ନୟନ ବିଭାଗ ୨/୦୪/୨୦୨୫ ରିଖଠାରୁ ଶ୍ରୀମତୀ ପିଙ୍ଗୁଆଙ୍କୁ ପୋ÷÷ରାଧ୍ୟକ୍ଷା ପଦବୀରୁ ନିବୃତ ରହିବା ସହ ସମସ୍ତ ଦାୟିତ୍ୱରୁ ମୁକ୍ତ କରାଗଲା ବୋଲି ଏହି ଚିଠିରେ ସ୍ପଷ୍ଠ କରିଛନ୍ତି । ତେବେ ସଙ୍ଗୀତାଙ୍କୁ ଗାଦୀରୁ ହଟାଇବା ପରେ ବ୍ୟାସନଗର ସହରର ବିକାଶର ଗତି କେଉଁ ଆଡେ ଯାଉଛି ତାହା ଉପରେ ଏବେ ସହରବାସୀଙ୍କ ନଜର ।