ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସୁଲତା ଦେଓ

ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ  ସୁଲତା ଦେଓ

ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ଉପହାସ କରିଛନ୍ତି ସୁଲତା । ଯେତିକି ସମୟରେ ଲୋକେ ମରିଛନ୍ତି ସେତିକି ସମୟରେ କାହାର ଧର୍ମ ପଚାରି ହେବନାହିଁ ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସୁଲତା ।  ଆହୁରି କହିଛନ୍ତି କୌଣସି ଆତଙ୍କବାଦୀ କେବେ ଧର୍ମ ଜାତି ସହ ବନ୍ଧା ନୁହେଁ ଗୋଟିଏ ପଟେ ହିନ୍ଦୁ କି ନୁହେଁ ପଚାରି ଆତଙ୍କବାଦୀ ଗୁଳି ମାରିଚାଲିଥିଲେ ବୋଲି ମୃତକଙ୍କ ପରିବାର କହୁଥିବା ବେଳେ ଏପଟେ ସାଂସଦ ସୁଲତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହି ଘଟଣା ନେଇ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ଯେଉଁମାନେ ଉପହାସ କରୁଛନ୍ତି ସେମାନେ ନିଜେ ଉପହାସ ଯୋଗ୍ୟ । ତାଙ୍କୁ ଲୋକମାନେ ଉପହାସ କରିବା କଥା । ଦୁଃଖର କଥା ଜଣଙ୍କର ଦୁଃଖ ବେଳେ ଆଦୌ ଉପହାସ କରିବା ଉଚିତ ନୁହେଁ । ଆମ ସଂସ୍କୃତି ଆମକୁ ଏହା ଶିକ୍ଷା ଦେଇନି ବୋଲି ଦେବୀ ମିଶ୍ର କହିଥିବା ବେଳେ ଏହିଭଳି କଥା ଆଦୌ ଶୋଭନୀୟ ନୁହେଁ ବୋଲି କହିବା ସହ ନିନ୍ଦା କରିଛନ୍ତି ।