ସମବାୟ କୃଷି-ସମୟର ଆବଶ୍ୟକତା

ସମଗ୍ର ରାଜ୍ୟରେ ଅଧିକ ପରିମାଣରେ ଜମି ଥିବା ପରିବାରର ଲୋକମାନେ କୃଷି ପ୍ରତି ଆଗ୍ରହ ଦେଖାଇବା ବଦଳରେ ଚାକିରି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହା ଫଳରେ କୃଷି ଅବହେଳାର ଶିକାର ହେଉଛି  । ଜମି ପଡ଼ିଆ ପଡୁଛି । ବିଶେଷ କରି ବ୍ୟକ୍ତିଗତ ମାଲିକାନାରେ ଥିବା ଜମି ଆବଶ୍ୟକତା ଅନୁସାରେ ରାଷ୍ଟ୍ରର ଉତ୍ପାଦିକା ବୃଦ୍ଧିରେ ସହାୟକ ହେଉନାହିଁ । ଶ୍ରମଜୀବୀମାନଙ୍କର ରୁଚିରେ ପରିବର୍ତ୍ତନ, ସହରାଞ୍ଚଳରେ କର୍ମନିଯୁକ୍ତି ତଥା ପ୍ରତିଦିନ ମଜୁରୀ ମିଳିବାର ବ୍ୟବସ୍ଥା, ମନରେଗା ଯୋଜନା ଭଳି କର୍ମନିଯୁକ୍ତି ଆଇନ୍ ଗ୍ରାମାଞ୍ଚଳର ଯୁବଗୋଷ୍ଠୀଙ୍କ ନିମିତ୍ତ ଆତ୍ମନିଯୁକ୍ତି ତାଲିମ୍ ଏବଂ ଏ କ୍ଷେତ୍ରରେ ବ୍ୟାପକ ସୁଯୋଗ ଆଦି ବିଭିନ୍ନ କାରଣକୁ ନେଇ ଗ୍ରାମାଞ୍ଚଳର କୃଷି ତଥା ସହର ନିକଟବର୍ତ୍ତୀ ଅଞ୍ଚଳର କୃଷି ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ କୃଷି ଏକ ବାଧ୍ୟବାଧକତା ସମ୍ପନ୍ନ ବୃତ୍ତି । ଯିଏ ଚାକିରି କରିପାରୁନାହିଁ, ସହରକୁ ଯାଇପାରୁନାହିଁ ଅଥଚ ଜମି ଅଛି ସେହିଭଳି ବ୍ୟକ୍ତିମାନେ ହିଁ କେବଳ କୃଷିରେ ନିୟୋଜିତ ହେଉଛନ୍ତି । କାରଣ ସେମାନଙ୍କ ନିକଟରେ ଅନ୍ୟ କୌଣସି ଉପାୟ ନାହିଁ । ଅନେକ କ୍ଷେତ୍ର୍ରରେ ଜମିକ ବିକ୍ରି କରି ଦେଇ ତାହାର ଅନ୍ୟ ଉପଯୋଗ ପାଇଁ ଚେଷ୍ଟା କରାଯାଉଛି । ସାମଗ୍ରିକ ଭାବରେ ଏ ପ୍ରକାରର ଅସୁବିଧାଜନକ ପରିସ୍ଥିତି କିମ୍ବା ବାଧ୍ୟବାଧକତା ଜନିତ ପରିସ୍ଥିତି କୃଷି ଉତ୍ପାଦନ ହ୍ରାସର କାରଣ ପାଲଟୁଛି । 
କେବଳ ଭୁବନେଶ୍ୱରକୁ ଯଦି ଏକ ଉଦାହରଣ ଭାବରେ ନିଆଯାଏ, ବର୍ତ୍ତମାନ ଦେଖାଯାଉଛି ଯେ କଟକ ଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ପ୍ରାୟ ୫୦ କିଲୋମଟିର ଦୂରତା ମଧ୍ୟରେ ଚାଷ ଜମି ସବୁ ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର କରାଗଲାଣି । ଲକ୍ଷ ଲକ୍ଷ ହେକ୍ଟର ଜମି ପଡ଼ିଆ ପଡିଛି । ଏ ଗୁଡ଼ିକ ବିକ୍ରୀ ହେବା ପାଇଁ ଆଉ ଚାଷ କରାଯାଉନାହିଁ । ନିକଟସ୍ଥ  ଜମିରେ ଚାଷ ହେଉନଥିଲେ ବ୍ୟକ୍ତିଗତ ଭାବରେ ଜଣେ ବ୍ୟକ୍ତି ଚାହିଁଲେ ବି ଚାଷ କରିପାରିବ ନାହିଁ । ଫସଲ ଉଜୁଡ଼ିଯିବ । କୃଷି ଶ୍ରମିକ ମିଳିବେ ନାହିଁ । ଫସଲ ବି ସୁରକ୍ଷିତ ରହିବ ନାହିଁ । ଏହିଭଳି ବିଭିନ୍ନ ପ୍ରକାରର ଅସୁବିଧା ନିକଟସ୍ଥ ଜମି ଗୁଡ଼ିକରେ ଦେଖାଯାଉଛି । କୃଷି ଏଭଳି ଏକ ବୃତ୍ତି ଯାହାକୁ ଥରେ ଭାଙ୍ଗି ଦେଲେ ଆଉ ଦ୍ୱିତୀୟ ଥର ସଜଡ଼ିବା ସମ୍ଭବ ନୁହେଁ । ବସ୍ତା ସିଲେଇ କରିବା ଡ଼ାମ୍ଫଣ ଠାରୁ ଆରମ୍ଭ କରି କୃଷିରେ ପଶୁମାନଙ୍କୁ ନିୟୋଜିତ କରିବା ପାଇଁ ଗୁହାଳ ପର୍ଯ୍ୟନ୍ତ ଅନେକ କିଛି ସାଜସଜା ନ ହେଲେ ବୁଝି ହୁଏ ନାହିଁ । ସେଥିପାଇଁ ଆବଶ୍ୟକ ହେଉଥିବା ଭୂମିର ପରିମାଣ ଯଥେଷ୍ଟ ଅଧିôକ ହେବା ଦରକାର । ଏସବୁ ପାଇଁ ଆବଶ୍ୟକ ଭୂମି ବା ଜାଗା ଆଉ ମିଳୁନାହିଁ । ଏସବୁକୁ ବିକ୍ରୀ କରି ଅନେକ ସ୍ଥଆରେ ଆପାର୍ଟ୍ମେଣ୍ଟ କରାଗଲାଣି କିମ୍ବା ବ୍ୟବସାୟିକ  ପ୍ରତିଷ୍ଠାନ ଖୋଲି ଦିଆଗଲାଣି । ତେଣୁ ଅନେକ କୃଷି ଜମି ବର୍ତ୍ତମାନ ଅଣକୃଷି ଉଦେ୍ଦଶ୍ୟରେ ବ୍ୟବହାର କରାଗଲେ ତାହା ଲାଭଦାୟକ ହେଉଛି । ଆଉ ଯିଏ କିଛି କରିପାରୁନାହିଁ ତାହା ଜମି ସେମିତି ପଡ଼ିଆ ପଡ଼ିଛି । ବର୍ତ୍ତମାନ ପଡ଼ିଆ ପଡୁଥିବା ଜମି ନିମିତ୍ତ ସମବାୟ ଭିତ୍ତିକ କୃଷି ନାମରେ ଏକ ନୂତନ ଯୋଜନାର ଆବଶ୍ୟକତା ରହିଛି । ଏହି ଯୋଜନାରେ ଚାଷ ଜମି ଗୁଡ଼ିକୁ ସମବାୟ ଭିତ୍ତିରେ କୃଷି ଉଦେ୍ଦଶ୍ୟରେ ବିନିଯୋଗ କରାଯିିବ । ଜମିର ପରିମାଣ ନେଇ ଜମି ମାଲିକମାନଙ୍କୁ ଉତ୍ପାଦନର ଲାଭାଂଶ ଦିଆଯିବ । ଜଣେ ବ୍ୟକ୍ତି ଚାହିଁଲେ ବି ଚାଷ କରିପାରିବେ ନାହିଁ । ବର୍ତ୍ତମାନର ପରିସ୍ଥିତି ଜମିକୁ ପଡ଼ିଆ ପକାଇବାକୁ ବାଧ୍ୟ କରୁଛି । କିନ୍ତୁ ସମବାୟଭିତ୍ତିକ ଚାଷ ହେଲେ ଏହି ସମସ୍ୟା ଦୂର ହୋଇପାରିବ । ତେଣୁ ସରକାର ପଡ଼ିଆ ପଡୁଥିବା ଜମିର ସର୍ବାଧିକ ଉପଯୋଗକୁ ଦୃଷ୍ଟିରେ ରଖି ଏ ପ୍ରକାରର ଏକ ଆଇନ୍ ଆଣିବା ବ୍ୟବସ୍ଥା କରିଲେ ଏହା ଉଭୟ ଜମି ମାଲିକ ଏବଂ ରାଜ୍ୟର ଲାଭ ହେବ ।