କାଶ୍ମୀର ଆତଙ୍କବାଦୀ ଆକ୍ରମଣ : ମୃତକଙ୍କୁ ବରିଷ୍ଠ ନାଗରିକ ମଞ୍ଚର ଶ୍ରଦ୍ଧାଞ୍ଜଳି

 ପଟାମୁଣ୍ଡାଇ : କାଶ୍ମୀର ପହଲିଗାମ ପର୍ଯ୍ୟଟନସ୍ଥଳୀରେ ଆତଙ୍କବାଦୀ ହମଲାରେ ମୃତକଙ୍କୁ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି  । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ  ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, କୋଷାଧ୍ୟକ୍ଷ  ଚର୍ତ୍ତୁଭୂଜ ରାଉଳ, ଉପଦେଷ୍ଟା ପ୍ରଫେସର ଦୁର୍ଯେ୍ୟାଧନ, ପ୍ରଫେସର  ରମେଶ ଚନ୍ଦ୍ର ଜେନା, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ଡ. ନରହରି ଲେଙ୍କା, ପ୍ରଫେସର  ଗୋଲକ ଚନ୍ଦ୍ର ମହାରଣା, ନୃସିଂହ ପ୍ରସାଦ ଚୌଧୁରୀ, ସଚିନନ୍ଦନ ଦାସ, ଇପ୍ସ ତପନ କୁମାର ପାତ୍ର, କବି ସଚିତ୍ର କୁମାର ବେହୁରା, ଶିକ୍ଷାବିତ ସୁରେଶ ଚନ୍ଦ୍ର ଜେନା, ତୈ୍ରଲୋକ୍ୟ ପ୍ରସାଦ ମିଶ୍ର, ଗାଳ୍ପିକ ପ୍ରଦୀପ  ନାୟକ, ଗନ୍ଧର୍ବ ଲେଙ୍କା, ଜଗନ୍ନାଥ  ନାୟକ ଓ କହ୍ନାଇ ଚରଣ  ପରିଡା  ପ୍ରମୁଖ ଯୋଗଦେଇ   ଆତଙ୍କବାଦୀମାନଙ୍କ  ଏପରି ବର୍ବୋରଚିତକାଣ୍ଡ ସମଗ୍ର  ଦେଶର ସୁରକ୍ଷା ପାଇଁ ଏକ  ଆହ୍ୱାନ ବୋଲି  ମତପ୍ରକାଶ  କରିବା ସହିତ କଡା ଭାଷାର ଏହାର ଦୃଢ ନିନ୍ଦା କରିଥିଲେ  । ଏଥି ସହିତ ଶୋକ ସନ୍ତପ ପରିବାର ପ୍ରତି  ସମବେଦନା  ଜ୍ଞାପନ କରିଥିଲେ  । ମୃତକଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା  । ଶେଷରେ  ପଣ୍ଡିତ ତୈ୍ରଲୋକ୍ୟ ପ୍ରସାଦ ମିଶ୍ର  ଧନ୍ୟବାଦ ଦେଇଥିଲେ  ।