ତାତିଲେ ଅମରେଶଙ୍କ ସମର୍ଥକ
ବିଜେଡି କଳି ପଦାରେ ପଡିଲା । ରାଜ୍ୟ ପରିଷଦ ସଦସ୍ୟକୁ ନେଇ ବିଜେଡିରେ ବିଦ୍ରୋହ । ରାଜ୍ୟ ପରିଷଦ ସଦସ୍ୟ ତାଲିକାରୁ ଅମରେଶ ଜେନାଙ୍କ ବାଦ ପଡିବାକୁ ନେଇ ତାତିଲେ ଅମରେଶଙ୍କ ସମର୍ଥକ । ଗତକାଲି ବିଳମ୍ବିତ ରାତିରେ ବିଜେଡିର ମଙ୍ଗୁଆଳ କୁହାଯାଉଥିବା ସଞ୍ଜୟ ଦାସବର୍ମାଙ୍କୁ ଘେରିଛନ୍ତି ଅମରେଶଙ୍କ ସମର୍ଥକ । ତେବେ ବିଜେଡିରେ ୪, ୫ ଜଣ ନେତା ମନମୁଖୀ ଚଳାଇଛନ୍ତି ।
ଭୁବନେଶ୍ବର ରାଜନୀତିରେ କିଛି ବରିଷ୍ଠ ନେତା ନିଜ ମନମୁଖୀ ଚଳାଇଥିବା ଅଭିଯୋଗ କରିଛନ୍ତି ଅମରେଶ ଜେନା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଅମରେଶ ଜେନା କହିଛନ୍ତି, ଏକାମ୍ର ଅଞ୍ଚଳର ଜଣେ ନେତା ତଥା ପୂର୍ବତନ ମନ୍ତ୍ରୀ ଚାହୁଛନ୍ତି ସେ ଏକା ଭୁବନେଶ୍ବରରେ ରାଜନୀତି କରିବେ । ଏଭଳି ୫ ଜଣ ନେତାଙ୍କ ପାଇଁ ଆଗକୁ ବିଜେଡି ଭାଙ୍ଗିଯିବ ବୋଲି ଅମରେଶ ଜେନା ତାତ୍ସଲ୍ୟ କରି କହିଛନ୍ତି ।