ଆୟୁଷ୍ମାନ ଯୋଜନାରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଆୟୁଷ୍ମନ କାର୍ଡ ଗ୍ରହଣ କରିବ ସ୍ୱାସ୍ଥ୍ୟସେବାରେ ବଡ ଭୂମୀକା । ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ ହେଲେ । ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ଯେପରି ବାଦ ନପଡନ୍ତି, ଯେପରି କୌଣସି ଅବହେଳା ନହୁଏ ସେନେଇ ତାଗିଦ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, ଆୟୁଷ୍ମାନରେ ଅବହେଳା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆୟୁଷ୍ମାନ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନି । ଏନେଇ ଘରୋଇ ହସ୍ପିଟାଲକୁ ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ଆୟୁଷ୍ମାନ ପ୍ୟାକେଜ୍ ବଢାଇବାକୁ ଯୋଜନା ଚାଲିଛି । ଆଗାମୀ ଦିନରେ ଯେପରି ଲୋକଙ୍କୁ ଅଧିକ ସୁବିଧା ମିଳିପାରିବ, ସେ ଦିଗରେ ଗୁରୁତ୍ୱ ଦିଆଯାଉଛି ।