୧୪୯ ନଂ ଏନ୍ଏଚ୍ ଧୂଳିଧୂଅାଁ ପାଇଁ ଦାୟୀ କିଏ?
ତାଳଚେର: ତାଳଚେର ତାଳବେଡ଼ା ଠାରୁ ଆରମ୍ଭ କରି ବାଙ୍କଧରାଛକ ଦେଇ ତାଳଚେର କଲେଜ, ବସ୍ଷ୍ଟାଣ୍ଡ ଛକ, ବାଇପାସ୍ ଛକ, ବହ୍ଲରଛକ ୧୪୯ନମ୍ବର ଜାତୀୟ ରାଜପଥରେ ଧୂଳିଧୂଅାଁ ପାଇଁ ଦାୟୀ କିଏ ବୋଲି ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆ ପ୍ରଶ୍ନ କରିଛନ୍ତି । ଏଥିସହିତ ବାର୍ଷିକ କୋଇଲା ଖଣି ପକ୍ଷରୁ ରୋଡ୍ ସଫେଇ ପାଇଁ ଦିଆଯାଉଥିବା ୪୬ଲକ୍ଷ ଟଙ୍କା ଯାଉଛି କୁଆଡ଼େ ବୋଲି ଜିଏମ୍ଙ୍କୁ ପ୍ରଶ୍ନ କରିବା ସହ ଏହାର ଉତ୍ତର ଦେବାକୁ କହିଛନ୍ତି । ପ୍ରକାଶ ଯେ, ଏହି ଜାତୀୟ ରାଜପଥରେ ଦୈନ୍ଦିନ ଅହରହ ଭାରୀଯାନ ଚଳାଚଳ ଜନିତ ଏହି ରାଜପଥରେ ପାଉଁଶ, କୋଇଲାଗୁଣ୍ଡ ଇତ୍ୟାଦି ପଡ଼ି ପ୍ରଚୁର ପରିମାଣରେ ଧୂଳିଧୂଅାଁ ଉଡୁଛି । ଯାହାଫଳରେ ରାସ୍ତା ଉଭୟ ପାଶ୍ୱର୍ରେ ରହିଥିବା ଗ୍ରାମ ସହିତ ତାଳଚେର କଲେଜ, ଚାଲିଆକୁଟ୍ଟା ଗ୍ରାମ ଓ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀମାନେ ଉକ୍ତ ରାସ୍ତାଦେଇ ଯାତାୟତ କରୁଥିବାବେଳେ ନାକ, କାନ, ଆଖିରେ ଏହି ଧୂଳିପଶି ପଶି ବିଭିନ୍ନ ମାରାତ୍ମକ ରୋଗର ଶୀକାର ହେଉଥିବାବେଳେ କୋଇଲା ଗୁଣ୍ଡର ଆସ୍ତରଣ ପଡୁଥିବା ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କର ଅଭିଭାବକମାନେ ଏହା ପ୍ରକାଶ କରିଛନ୍ତି । ଏପରିକି ନୂତନ ଭାବେ ଯୋଗ ଦେଇଥିବା ଅନୁଗୋଳ ଜିଲ୍ଲ୍ଳାପାଳ ତାଳଚେର ବ୍ଲକ ଅଫିସ ସମ୍ମୁଖରେ ହେଉଥିବା ଜନଶୁଣାଣି ଶିବିରକୁ ଆସି ଅଭିଯୋଗ ଗ୍ରହଣ କରୁଥିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧି ଉପଜୁଥିବା ସମସ୍ୟା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବଂ ସେ ତତ୍କ୍ଷଣାତ୍ ଉକ୍ତ ଜାତୀୟ ରାଜପଥକୁ ଯାଇ ସମସ୍ୟା ପରିଖିଥିଲେ ଓ ଏହା ସତ୍ୟ ହୋଇଥିଲେ ମଧ୍ୟ ଜିଲ୍ଲାପାଳ କାହିଁକି ଯେ, ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ ତାହା ଆଜି ଅଂଚଳ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ରାସ୍ତାରେ ଦୈନିକ ସାଇକେଲ, ମଟରସାଇକେଲ, ପଥଚାରୀ, ବସଯାତ୍ରୀ ପ୍ରମୁଖ ଯାତୟତ କରୁଥିବା ବେଳେ ଅଘଟଣ ଘଟି ଜୀବନ ଚାଲିଯାଉଥିଲେ ମଧ୍ୟ ସରକାର, ପ୍ରଶାସନ ଓ ରାଜନେତାଙ୍କର କୁମ୍ଭକର୍ଣ୍ଣ ନିଦ୍ରା କିପରି ଭାଙ୍ଗୁନାହିଁ ତାକୁ ନେଇ ଅଂଚଳବାସୀ ତାଜୁବ୍ ହୋଇପଡ଼ିଛନ୍ତି । ଗଣମାଧ୍ୟମରେ ଏହି ଖବର ପ୍ରଚାରିତ ହେବା ପରେ ଖାଲଖମଣାରେ ଗୁଡ଼ିକରେ ଧୂଳିମିଶ୍ରିତ ମେଟାଲ ବିଛାଇ ଦେଇ ଏନ୍ଏଚ୍ଆଇ ବିଭାଗ କାର୍ଯ୍ୟସାରି ବାହାବାହା ନେଉଥିବା ବେଳେ ଦିନଟିଏ ମାତ୍ର ଜିଲ୍ଲା ପ୍ରଦୁ୍ୟଷଣ ବିଭାଗ ଆହା କରିବା ପରିବେର୍ତ୍ତ ଏଠାକୁ ଆସୁନଥିବା ଓ ଧୂଳିଧୂଅାଁ ପ୍ରତି ଆଖିବୁଝି ଦେଇଥିବା ଘଟଣା ଅଂଚଳବାସୀଙ୍କୁ ମର୍ମାହତ କରିଛି । ଏହି ଜାତୀୟ ରାଜପଥରେ ଏତେ ପରିମାଣରେ ଧୂଳିଧୂଅାଁ ଉଡ଼ିଯାଇଥାଏ ଯେ ଦୁଇଚକିଆ ଯାନ ଆରୋହୀଙ୍କୁ ରାସ୍ତା ଦେଖାଯାଇ ନଥାଏ । ଉକ୍ତ ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଦୁଇ ଦୁଇ ଥର ଟେଣ୍ଡର ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ହୋଇପାରିନଥିବାରୁ ଠିକାଦାର କିପରି ରାସ୍ତା କାର୍ଯ୍ୟ କରିବ ଓ ସରକାରଙ୍କ ପକ୍ଷରୁ ଏହା ଏକ ରାଜନୈତିକ ପ୍ରତ୍ସୋହନ ନୁହେଁ ତ! ତେଣୁ ଉକ୍ତ ଜାତୀୟ ରାଜପଥ ୪ଥାକିଆ ରାସ୍ତା ଓ ରାସ୍ତାରେ ଜମା ହୋଇ ରହୁଥିବା ପାଉଁଶ, କୋଇଲା ଗୁଣ୍ଡ ଓ ଧୂଳିକୁ ଦୈନନ୍ଦିନ ପରିଷ୍କାର କରାଯିବା ସହ ଏମସିଏଲ ପକ୍ଷରୁ ଠିକାଦାର ମାଧ୍ୟମରେ ଉକ୍ତ ଜାତୀୟ ରାଜପଥ ସଫେଇ ପାଇଁ ଖର୍ଚ୍ଚ ହେଉଥିବା ଲକ୍ଷଲକ୍ଷ ଟଙ୍କା କୁହାଯାଉଥିଲେ ମଧ୍ୟ ଦିନକ ପାଇଁ ହେଲେ ଉକ୍ତ ରାସ୍ତା ସଫେଇ ହେଉଥିବା ଦେଖିବାକୁ ମିଳିଲା ନାହିଁ । ଫଳରେ ଏହି ସଫେଇ କାର୍ଯ୍ୟ ପାଇଁ ବାର୍ଷିକ ୪୬ଲକ୍ଷ ଟଙ୍କା ଯାଉଛି କେଉଁଆଡ଼େ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିବା ସହିତ ତାହାର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ