ଭରତପୁର କୋଇଲା ଖଣିରେ ଲାଗିଲା ନିଆଁ

 ତାଳଚେର: ତାଳଚେର ଭରତପୁର କୋଇଲା ଖଣି ସାଇଲୋରେ ଆଜି ସଟସର୍କିଟ୍ କିମ୍ବା ମେଂଟେନାସ୍ ଅଭାବରୁ ବେଲ୍ଟରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ଏଥିରେ କାହାର କୌଣସି ଅଘଟଣ ଘଟିନଥିଲେ ମଧ୍ୟ ଶ୍ରମିକ ମହଲରେ ଏହାକୁ ନେଇ ଆତଙ୍କ ଖେଳାଇ ଦେଇଥିଲା  । ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ବେଲ୍ଟ ଓ ଯନ୍ତ୍ରାଂଶ ପୋଡି ଯାଇଥିବା ଅନୁମାନ କରାଯାଇଛି  । ସୂଚନା ଅନୁଯାୟୀ ଆଜି ସକାଳୁ ସାଇଲୋରେ ଲାଗିଥିବା ବେଲ୍ଟ ଯୋଗେ କୋଇଲା ପରିବହନ ହେଉଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ବେଲ୍ଟଟି ୫୦ରୁ ୬୦ ମିଟର୍ ଜଳି ଯାଇଥିବା ଦେଖାଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ଅଂଚଳଟି ଧୂଆଁମୟ ହୋଇ ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିଥିବା କୁହାଯାଉଛି । ପରେ ଏମସିଏଲ ୪ଟି ଦମକଳ ବାହିନୀ ସେଠାକୁ ପଂହଚି ବହୁ ପରିଶ୍ରମ କରି ନିଆଁକୁ ଆୟତ କରିଥିବା ଦେଖିବାକୁ ମିଳିଥିଲା  । ଯାହାକୁ ନେଇ ସାଇଲୋରେ ଯୋଗେ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିଲା  । ତେବେ କିଛି ବର୍ଷ ପୂର୍ବରୁ ସେହି ଭରତପୁର ଖଣି ଭିତରେ ଥିବା ସାଇଲୋରେ ଏଭଳି ବେଲ୍ଟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡି ପାଉଁଶ ହୋଇଥିବା ବେଳେ ପୁନଶ୍ଚ ଆଜି ଏହାର ପୁନରାବୃତି ହୋଇଛି  । ଏହି ବେଲ୍ଟର ରକ୍ଷଣବେକ୍ଷଣ ଦାୟୀତ୍ୱ ସହିତ ଲୋକ୍ୱାଲିଟିର ଯନ୍ତ୍ରାଂଶ ଓ ନିମ୍ନମାନର ବେଲ୍ଟ ବ୍ୟବହାର କରାଯାଉଥିବାରୁ ଏପରି ଅଘଟଣ ବାରମ୍ବାର ଘଟୁଥିବା ଶ୍ରମିକ ମହଲରୁ ଜଣାପଡୁଛି  ।