ହିଙ୍ଗୁଳା ପୀଠରେ ମହାଚଣ୍ଡୀ ଯଜ୍ଞ
ତାଳଚେର: ପବିତ୍ର କାର୍ତ୍ତିକ ପଞ୍ଚୁକର ଶୁଭ ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠ ପରିସରରେ ୫ଦିନ ବ୍ୟାପୀ ୩୯ତମ ମହାଚଣ୍ଡୀ ଯଜ୍ଞ ଆରମ୍ଭ ହୋଇଯାଇଛି । ରବିବାର ଅପରାହ୍ନରେ ଶତାଧିକ ଶ୍ରଦ୍ଧାଳୁ ନିକଟସ୍ଥ ସିଙ୍ଗଡ଼ା ନଦୀରୁ ପବିତ୍ର ଜଳ କଳସକୁ ଆଣି ମା’ ହିଙ୍ଗୁଳାଙ୍କ ପୀଠ ପରିସରରେ ଥିବା ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ବନବିହାରୀ ଦାସ, ମିଲନ ଦାସ, ସୁଭାଷ ଚନ୍ଦ୍ର ନନ୍ଦ, ଚନ୍ଦ୍ରଶେଖର ମହାପାତ୍ର, ସୁନୀଲ କୁମାର ରଥ, ଉତ୍ପଳ ତ୍ରିପାଠୀ, ସନେ୍ଦଶ ପାଣିଗ୍ରାହୀ, ଅଶ୍ୱିନ କୁମାର ମିଶ୍ର, ସୁଗ୍ରୀବ କର, ମୀନକେତନ ମିଶ୍ର, ବିଷ୍ଣୁ ପ୍ରସାଦ, ପବିତ୍ର ମୋହନ ନାଥ ପ୍ରମୁଖ ଯଜ୍ଞକାର୍ଯ୍ୟ ପରିଚାଳନା କରୁଛନ୍ତି । ଯଜ୍ଞକର୍ତ୍ତା ଭାବରେ ସଞ୍ଜୟ କୁମାର ସାହୁ, ତାଙ୍କ ଧର୍ମପନôୀ ଅଞ୍ଜଳୀ ସାହୁ, ଲକ୍ଷ୍ମୀକାନ୍ତ ସାମଲ ଓ ତାଙ୍କ ଧର୍ମପନôୀ ସୁକନ୍ୟା ଖଣ୍ଡୁଆଳ, ଗୋବର୍ଦ୍ଧନ ସାହୁ ଓ ତାଙ୍କ ଧର୍ମପନôୀ ଭାରତୀ ସାହୁ, ଗଜେନ୍ଦ୍ର କୁମାର ସିଂହ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଛନ୍ତି । ସୋମବାର ସୂର୍ଯ୍ୟ ପୂଜା, ସର୍ବ ଦେବଦେବୀଙ୍କ ଆବାହନ ସହିତ ଗଣପତି ଗାୟତ୍ରୀ ମହାଯଜ୍ଞ, ମଙ୍ଗଳବାର ଦିନ ଶ୍ରୀମଦ୍ ଗୀତା ମହାଯଜ୍ଞ, ବୁଧବାର ଦିନ ନବଗ୍ରହ ପୂଜା ଓ ଗ୍ରହଯଜ୍ଞ ପ୍ରଭୃତି ଅନୁଷ୍ଠାନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ କରାଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ମା’ ହିଙ୍ଗୁଳାଙ୍କ ଅନ୍ନପ୍ରସାଦ ମାଗଣାରେ ବିତରଣ କରାଯାଉଛି । ମା’ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ସଦସ୍ୟ ଜଗନ୍ମୋହନ ଗଡ଼ନାୟକ, ରାଜେନ୍ଦ୍ର ସିଂହ, ମୁରଲୀଧର ସାହୁ, ସୌଭାଗ୍ୟ ଚନ୍ଦ୍ର ପ୍ରଧାନଙ୍କ ସମେତ ଗୋପାଳ ପ୍ରସାଦ ଗ୍ରାମବାସୀ ଯଜ୍ଞ କାର୍ଯ୍ୟରେ ସକ୍ରିୟ ସହଯୋଗ କରୁଛନ୍ତି ।