ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପାଣ୍ଠି ପଙ୍ଗୁ, ଖଣି ଘେରା ଗାଁଗୁଡ଼ିକରେ ଗ୍ରାମ୍ୟ ସଡ଼କ ବିପର୍ଯ୍ୟସ୍ତ
ାା ପ୍ରଭାନୁ୍ୟଜ ।ା କାଳିଆପାଣି: କାଳିଆପାଣି ଜିଲା ଖଣିଜ ନ୍ୟାସ(ଡିଏମଏଫ୍) ଗଠନ କରିବାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଖଣି ପ୍ରଭାବିତ ଗାଁ ଗୁଡିକର ବିକାଶ କରିବା କରିବା । ଖଣି ପ୍ରଭାବିତ ଅଞ୍ଚଳରେ ମୌଳିକ ସମସ୍ୟା ପାଇଁ ଏହି ପାଣ୍ଠିରୁ ଅର୍ଥ ବିନିଯୋଗ କରି ସମସ୍ୟା ସମାଧାନ କରିବା । ଜିଲା ଖଣିଜ ନ୍ୟାସ (ଡିଏମଏଫ୍) ଗଠନ ହେବାର ୯ବର୍ଷ ହୋଇଥିଲେ ମଧ୍ୟ ଖଣି ପ୍ରଭାବିତ ଅଞ୍ଚଳର ଗାଁ ଗୁଡ଼ିକର ବିକାଶରେ ଏହି ପାଣ୍ଠି କାର୍ଯ୍ୟରେ ଲାଗୁନି । ସୁକିନ୍ଦା ବ୍ଲକର କାଳିଆପାଣି ଓ କଅଁସ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ଗୁରୁଜଙ୍ଗ ଗ୍ରାମ ଠାରୁ ଓସ୍ତପାଳ ସାରୁଆବିଲ୍ ଛକ ପର୍ଯ୍ୟନ୍ତ ଏହାର ନଗ୍ନଚିତ୍ର ଦେଖିବାକୁ ମିଳିଛି । ସ୍ୱାଧୀନତାର ୭୬ବର୍ଷ ପରେ ବି ଆଜି ଏକାଧିକ ଗାଁ ଲୋକମାନେ ମାଟି ସଡ଼କରେ ଯାତାୟାତ କରୁଛନ୍ତି । ପ୍ରାୟ ୧୦ରୁ ୧୫ ବର୍ଷ ତଳେ ଏହି ସଡକରେ ମୋରମ୍ ଓ ମେଟାଲ୍ ପଡ଼ି ନିର୍ମାଣ ହୋଇଥିଲା । କିଛି ବାଟ ଯାହାକି ଏବେ ତାହା ମଧ୍ୟ ବଡ଼ ବଡ ଖାଲ ଖମାରେ ପରିଣତ ହୋଇଗଲାଣି । ଜିଲା ଖଣିଜ ନ୍ୟାସ (ଡିଏମଏଫ୍) ନାମରେ କୋଟି କୋଟି ଟଙ୍କା ଏହି ଅଞ୍ଚଳରୁ ଆଦାୟ ହୋଇଥିଲେ ମଧ୍ୟ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ଉନ୍ନତି ଦିଗରେ ଏହା ଖର୍ଚ୍ଚ ହେଉନି ବୋଲି ଅଭିଯୋଗ ହୋଇଛି । ଗୁରୁଜଙ୍ଗ, ଗାଇଁସିରା, ଓସ୍ତପାଳ, ତଳଙ୍ଗି ଓ ସାରୁଆବିଲ୍ ଗ୍ରାମର ୧୦ ହଜାରରୁ ଊର୍ଦ୍ଧ୍ୱ ଦୈନଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ବେଳେ ତାହା ଏବେ ମରଣଯନ୍ତା । ଓସ୍ତପାଳ କ୍ରୋମାଇଟ ଖଣି ଠାରୁ ତଳଙ୍ଗି କ୍ରୋମାଇଟ ଖଣି ପର୍ଯ୍ୟନ୍ତ ଲମ୍ବିଥିବା ଏହି ସଡ଼କ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । ୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତାରେ ଶତାଧିକ ଖାଲଖମା ସୃଷ୍ଟି ହୋଇଛି । ଏହି ଗାଁ ଗୁଡ଼ିକର ବାସିନ୍ଦାଙ୍କ ପାଇଁ ଏହା ଏକ ମାତ୍ର ଗମନା ଗମନ ମାଧ୍ୟମ ହୋଇଥିବାରୁ ଶତାଧିକ ପରିବାର ଯାତାୟାତ କ୍ଷେତ୍ରରେ ବହୁ ହନ୍ତସନ୍ତ ହେଉଛନ୍ତି । ଏହି ରାସ୍ତାରେ ଆମ୍ବୁଲାନ୍ସ ଯାତାୟାତ କରିବା ମଧ୍ୟ କଷ୍ଟକର ହେଉଛି ବୋଲି ଅଭିଯୋଗ କରନ୍ତି ଗ୍ରାମବାସୀ । ଏହି ରାସ୍ତା ନିର୍ମାଣ କରିବା ପାଇଁ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ସମାଧାନ ଦିଗରେ କୌଣସି ଉଦ୍ୟମ ହେଉନି ବୋଲି ଅଭିଯୋଗ କରନ୍ତି ଗ୍ରାମବାସୀ । ଏହି ଗାଁ ଗୁଡ଼ିକର ଚର୍ତୁରପାର୍ଶ୍ୱରେ ବେଦାନ୍ତ-ଫାକର, ଟାଟା ଷ୍ଟିଲ, ଓଡ଼ିଶା ଖଣି ନିଗମ ଓ ଇମ୍ଫା ଏକାଧିକ ବଡବଡ କମ୍ପାନୀ ବ୍ୟବସାୟ କରି ଆର୍ଥôକ ଅଭିବୃଦ୍ଧି ଶିଖର ଛୁଇଁଥିଲେ ମଧ୍ୟ ରାସ୍ତାର ଉନ୍ନତି କରଣ ଦିଗରେ ଜିଲା ଖଣିଜ ପାଣ୍ଠିରୁ ଏକ ଟଙ୍କା ମଧ୍ୟ ଖର୍ଚ୍ଚ କରୁନାହାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରନ୍ତି ।