ଜାତୀୟ ପ୍ରେସ ଦିବସ ପାଳିତ
ବେତନଟୀ : ବେତନଟୀ ଧର୍ମଶାଳା ଠାରେ ବେତନଟୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ - ୨୦୨୪ ଆଜି ପାଳିତ ହୋଇଯାଇଛି । ସଙ୍ଗଠନର ସଭାପତି ସର୍ବଶ୍ୱର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାବେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଲୋକପ୍ରିୟ ବଡସାହି ବିଧାୟକ ସନାତନ ବିଜୁଳି, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଡ. ବିଜୟ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବରେ ପଦ୍ମମାଳୀ ମହିଳା ସଙ୍ଗଠନର ସଭାପତି ତଥା ବେତନଟୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ସଂଯୁକ୍ତା ଜୀ, କୃଷ୍ଣଚନ୍ଦ୍ରପୁର ଜୁନିୟର କଲେଜର ଅଧ୍ୟକ୍ଷା ଡ. ମନ୍ଦାକିନୀ ସାହୁ, ସମୟଚକ୍ରର ସମ୍ପାଦକ ସର୍ବେଶ୍ୱର ଜେନା, ବଳାଙ୍ଗୀ ମହୋସôବର ପ୍ରତିଷ୍ଠାତା ସମ୍ପାଦକ ଶରତ ନାୟକ, ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ରହି ସମାଜରେ ସାମ୍ବାଦିକର ଭୂମିକା ସମ୍ପର୍କରେ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସର୍ବ ପ୍ରଥମେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ସଙ୍ଘର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ରଞ୍ଜନ କୁମାର ମହାନ୍ତି ଓ ସ୍ୱର୍ଗତ ସଂଘର ପୂର୍ବତନ ସମ୍ପାଦକ ମଧୁସୂଦନ ଦାଶ ଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଂଘ ର ସମ୍ପାଦକ ଅନୁପ କୁମାର ଦଣ୍ଡପାଟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମଞ୍ଚବପରିଚାଳନାରେ ସଂଘର ଉପଦେଷ୍ଟା ଆଶିଷ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ । ଏହି ସଭାରେ ବେତନଟୀ ବ୍ଲକର ଶ୍ରେଷ୍ଠ ଆଶା ଦିଦି ସୁଶିଳା ବାରିକ, ଶ୍ରେଷ୍ଠ ଅଙ୍ଗନୱାଡି ଦିଦି ଜୟନ୍ତୀ ପଣ୍ଡା, ଶ୍ରେଷ୍ଠ ଆଇନଜୀବୀ ଭାବରେ ହୁସନା ନେସନ, ଶ୍ରେଷ୍ଠ ସାମ୍ବାଦିକ ଭାବରେ ଅମିୟ କୁମାର ବଳା, ଶ୍ରେଷ୍ଠ ଲେଖକ ଭାବରେ ପର୍ଶୁରାମ ସାହୁ, ଶ୍ରେଷ୍ଠ ପୋଲିସ ଅଧିକାରୀ ଭାବରେ ସସ୍ମିତା ମହାନ୍ତଙ୍କୁ ବେତନଟୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୈକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଅଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନର ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ, ଓଜେୟୁ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ବାରିକ, ସଏଦ ସିରାଜୁଦ୍ଦିନ, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଜୟନ୍ତ କୁମାର ପଟ୍ଟନାୟକ, ଏବିଇଓ ରମାକାନ୍ତ ମହାନ୍ତ, ରାଗଧା ଜୁନିୟର କଲେଜର ଅଧ୍ୟକ୍ଷ ଅନନ୍ତ ନାରାୟଣ ମିଶ୍ର, ଅଧ୍ୟାପକ ଦୀପ୍ତିପ୍ରକାଶ ମହାନ୍ତ, ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡା, ମଣ୍ଡଳ ସଭାପତି ରାଜକିଶୋର ଶାହା, ସମ୍ପାଦକ ଜୀବନ କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଅମ୍ବିକା ବାରିକ, ପୂର୍ବତନ ବ୍ଲକ ବିଜେଡି ସଭାପତି ସୁନ୍ଦରମୋହନ ମହାନ୍ତ, ପଦ୍ମମାଳୀ ମହିଳା ସଙ୍ଗଠନର ସମ୍ପାଦିକା ପ୍ରଭାତୀ ମହାନ୍ତି, କାର୍ଯ୍ୟକାରୀ ସଭାପତି ଗୀତାଞ୍ଜଳୀ ଭୂୟାଁ, ଉପସଭାପତି ସୋନା ଖାତୁନ, ମୀନାକ୍ଷୀ ପରିଡା, ରଞ୍ଜିତା କର, ଅନିନ୍ଦିତା ସାହୁ, ବିନୋଦିନୀ ମହାନ୍ତ, ପଦ୍ମଶ୍ରୀ ଦେ, ମନୋରମା ସାହୁ, ହରପ୍ରିୟା ଦାସ ଓ ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପଲ୍ଥିତ ଥିଲେ । ଶେଷରେ ସଂଘ ର ଉପ ସଭାପତି ଗତିକୃଷ୍ଣ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ବୈଶିଙ୍ଗା: ସାରା ଦେଶରେ ଆଜିର ଦିବସ ଟିକୁ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରାଯାଉଥିବା ପରିପେକ୍ଷିରେ ବିଭିନ୍ନ ବ୍ଳକ ପଞ୍ଚାୟତ ତଥା ଜିଲ୍ଲାସ୍ତରରେ ଏବଂ ଗ୍ରାମାଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏହି ପ୍ରେସ ଦିବସ କୁ ପାଳିତ କରାଯାଇଥିବାର ଜଣାଯାଇଛି । ସାମ୍ବାଦିକର ସୁରକ୍ଷା, ସମାଜ ପ୍ରତି କର୍ତ୍ତବ୍ୟ, ବଳିଷ୍ଠ ଭାରତବର୍ଷ ଗଠନ ପ୍ରତି ସାମ୍ବାଦିକର ଯୋଗଦାନ କୁ ନେଇ ବେତନଟୀ ବ୍ଲକ ପ୍ରେସ କୁବ ତରଫରୁ ବୈଶିଙ୍ଗା ସ୍ଥିତ "ଦି ରୟାଲ ବଗିଚା’ ମଣ୍ଡପରେ ଜାତୀୟ ପ୍ରେସ ଦିବସ ପାଳନ କରା ଯାଇଥିଲା । ସଂଘର ସଭାପତି ପ୍ରକାଶ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉସôବରେ ମୂଖ୍ୟ ଅତିଥି ଭାବେ ବଡସାହି ର ମାନ୍ୟବର ବିଧାୟକ ସନାତନ ବିଜୁଳି, ମୂଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ. ରମାକାନ୍ତ ସିଂ, ସ୍ୱତନ୍ତ୍ର ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଚ୍ଛାୟତଙ୍କ ଯୋଗ ଦେଇ ଦୀପ ପ୍ରଜ୍ୱଳନ ସହିତ ଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପମାଳା ଦେଇ ଉସôବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥି ସହିତ ସମାଜର ଉନ୍ନତ୍ତି ଓ ସ୍ୱତନ୍ତ୍ର ହିନ୍ଦୁ ରାଷ୍ଟ୍ର ଗଠନ କ୍ଷେତ୍ର ରେ ସାମ୍ବାଦିକ ମାନଙ୍କର ଲେଖନୀ ମୂନକୁ ମଜବୁତ କରିବାକୁ ମୂଖ୍ୟ ଅତିଥି ଶ୍ରୀଯୁକ୍ତ ବିଜୁଳି ସାମ୍ବାଦିକ ମାନଙ୍କୁ ଆହ୍ୱାନ ପ୍ରଦାନ କରିଥିଲେ । ସମ୍ପାଦକ ଦୀପକ କୁମାର ସିଂହ ବେତନଟୀ ବ୍ଳକ ପ୍ରେସ କ୍ଲବ ର ବିବରଣୀ ପାଠ କରିବା ସହିତ ଆଜିର ଦିବସର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀଯୁକ୍ତ ଗୋଚ୍ଛାୟତ ସାମ୍ବାଦିକ ମାନଙ୍କ ପ୍ରତି ସୁରକ୍ଷାର ଆବଶ୍ୟକତାକୁ ଗୁରୁତ୍ୱ ଦେବା ପ୍ରତି ପ୍ରଶାସନ ତତ୍ପର ରହିବାର ଆବଶ୍ୟକତା ଉପରେ ମନ୍ତବ୍ୟ ଦେଇଥିଲେ । ଏଥି ସହିତ ରୋଗୀ ସେବା ପ୍ରତି ଡାକ୍ତର ର କର୍ତ୍ତବ୍ୟ ଯେତିକି କଳୁଷିତ ସମାଜକୁ ସୁଧାରିବାରେ ସାମ୍ବାଦିକ ମାନେ ସେହିଭଳି ଡାକ୍ତରର ଭୂମିକା ନିଭାଇବାର ଆବଶ୍ୟକତା ବୋଲି ଅଭିହିତ କରିଥିଲେ । ସଂଘର ଉପଦେଷ୍ଟା ସଚ୍ଚÿିଦାନନ୍ଦ ମହାନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୂଖ୍ୟବକ୍ତା ଶ୍ରୀଯୁକ୍ତ ସିଂହ ନିଜ ବକ୍ତବ୍ୟରେ ସମାଜ ସୁଧାର କ୍ଷେତ୍ରରେ ସମ୍ବିଧାନ ର ବ୍ୟବସ୍ଥା ଅନୁଯାୟୀ ଗଣତନ୍ତ୍ରର ତିନୋଟି ସ୍ତମ୍ଭକୁ ସଜାଡିବା ପାଇଁ ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଗୁରୁତ୍ୱ ଅପରିହାର୍ଯ୍ୟ ବୋଲି ମନ୍ତବ୍ୟ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସାମ୍ବାଦିକ ବିମଳେନ୍ଦୁ ମହାପାତ୍ର, ଅବିନାଶ ପଣ୍ଡା, ରଣଜିତ ନାୟକ, ସୀତାନାଥ ବେହେରା, ସଞ୍ଜୟ କୁମାର ମିଶ୍ର ଦେବବ୍ରତ ପରିଡା , ସତ୍ୟଜିତ ସାହୁ , ରଶ୍ମି ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।
ତାଳଚେର: ତାଳଚେର/ଅନୁଗୋଳ ଆକ୍ଟିଭ ମିଡିଆ ପକ୍ଷରୁ ‘ନିତାଇଗୌର ଆଶ୍ରମ ପରିସର ନିଜସ୍ୱ କାର୍ଯ୍ୟାଳୟ ଠାରେ ଆଜି ଏକ ନିଆରା?ଙ୍ଗରେ ଏହି ଦିବସଟିକୁ ଧୁମଧାମର ସହ ପାଳନ କରାଯାଇଛି । ସଂଘର ସଭାପତି ସାମଦିକ ସରୋଜ ମହାପାତ୍ରଙ୍କ ନିଷ୍ପତିକ୍ରମେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଆଶ୍ରମରେ ରହିଥିବା ପ୍ରତ୍ୟେକ୍ଷ ଓ ବହୁ ପୂରାତନ ରାଧାକୃଷ୍ଣଙ୍କ ନିକଟରେ ସମସ୍ତ ସାମ୍ବାଦିକ ଓଡିଶା ତଥା ଦେଶର ସମସ୍ତଙ୍କ ହିତ ଉଦେ୍ଦଶ୍ୟରେ ଅଖଣ୍ଡଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହାପରେ ସଭାପତିଙ୍କ ସଭାପତିତ୍ୱରେ ଆଜିର ମୁଖ୍ୟ ଅତିଥି ଅଲଓଡିଶା ହୁ୍ୟମାନ ରାଇଟସ୍ ସଭାପତି ଦେବେନ୍ଦ୍ର ସିଂହ, ତାଳଚେର ପୌରପରିଷଦ ୮ନମ୍ବର କାଉନସିଲର ସନ୍ତୋଷ ବେହେରା, ବରିଷ୍ଠ ବ୍ୟବସାୟୀ ସଞ୍ଜୟ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଗଣମାଧ୍ୟମ ଭୂମିକା ଓ ଗଣମାଧ୍ୟମ ପ୍ରତିନିଧିମାନେ କେଉଁ କେଉଁ ଅବସ୍ଥାଦେଇ ଗତି କରୁଛନ୍ତି ସେ ସମ୍ପର୍କରେ ହୁ୍ୟମାନରାଟସ୍?ର ସଭାପତି ଶ୍ରୀ ସିଂହ ପ୍ରକାଶ କରିବା ସହ ଅନ୍ୟଅତିଥିମାନେ ମଧ୍ୟ ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ଉପରେ ସୂଚନା ପ୍ରଦାନ କରିଥିଲେ । ସଂଘର ସମ୍ପାଦକ ପ୍ରଦୀପ୍ତ୍ର ଜେନା ବୀବରଣୀପାଠ କରିବା ସହ କୋଷାଧ୍ୟକ୍ଷ ସୁଶିଲ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବନିଷ୍ପତି ଅନୁଯାୟୀ ଦରିଦ୍ରସୀମାରେଖା ତଳେ ରହିଥିବା ଅସହାୟ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହ ଆବାଳ ବୃଦ୍ଧବନୀତାଙ୍କ ନିମନ୍ତେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଆଶ୍ରମର ବରିଷ୍ଠ ପୂଜକ ଗୋଲଖ ଚନ୍ଦ୍ର ଆଚାର୍ଯ୍ୟ, ବାବା ଆନନ୍ଦ ଗୋପାଳ ଦାସଙ୍କୁ ସଂଘ ପକ୍ଷରୁ ଉତୋରୀୟ ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟରେ ସଂଘର ସମସ୍ତ କର୍ମକର୍ତା ଓ ବରିଷ୍ଠ ସମାଜସେବୀ ବିଭୂତି ସାହୁ ସାହାଯ୍ୟ ସହଯୋଗର ହାତବ?ାଇଥିଲେ ।