ଘୁରିବୁଲୁଛନ୍ତି ସାଇବର ଲୁଟେରା
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ଆନନ୍ଦପୁର ଏବେ ସାଇବର ଲୁଟେରାଙ୍କ ଭୂସ୍ୱର୍ଗ ପାଲଟିଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ପଞ୍ଚାୟତରେ । ବେଲବାହାଳି ବଜାର ବ୍ୟବସାୟୀଙ୍କର ମୁଖ୍ୟ ସ୍ଥାନ ଅଟେ । ସାଇବର ଲୁଟେରା ପ୍ରଥମ ଟାର୍ଗେଟ ବେଲବାହାଳି ବଜାରକୁ କରିଛନ୍ତି । ଲୁଟେରାଙ୍କ ଟାର୍ଗେଟରେ ରହିଛନ୍ତି ବ୍ୟବସାୟୀ । ସୂଚନା ଅନୁଶାରେ ଗତ ବୁଧବାର ମଧ୍ୟାହ୍ନ ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଆସି ଭରତ ସାହୁଙ୍କ ଭେରାଇଟି ଷ୍ଟୋରରେ ପହଞ୍ଚିି ୧୦ ହଜାର ଟଙ୍କା ଫୋନ୍-ପେରେ ଦେଲେ ଆମେ ତୁମକୁ ଅଧିକା ୨ ହଜାର ଦେବୁ ବୋଲି କହି ଲୋଭର ଥୋପ ଫିଙ୍ଗିଥିଲେ । ତେବେ ବ୍ୟବସାୟୀ ଭରତଏହାକୁ ବିଶ୍ୱାସକୁ ନନେଇ ଅତି ଚାଲାକର ସହିତ ନିକଟସ୍ଥ ଦୁଇ ଚାରିଜଣ ବ୍ୟବସାୟୀ ଙ୍କୁ ଏକଥା ଜଣାଇଥିଲେ ।
ଲୁଟେରା ଏହା ଜାଣିପାରି ସେଠାରୁ ଚମ୍ପଟ ମାରିଥିଲେ । ଭରତଙ୍କ କାହିବା ଅନୁଯାୟୀ ଆଜକୁ ମାସେ ତଳେ ଏକ ମୋବାଇଲ ଦୋକାନରୁ ସାଇବର ଲୁଟେରା ସମାନ ଢଙ୍ଗରେ ଫୋନ-ପେ ମାଧ୍ୟମରେ ୧୦ ହଜାର ଟଙ୍କା ନେଇ ସେହି ମୋବାଇଲ ଦୋକାନୀଙ୍କୁ ୧୨ ହଜାର ଟଙ୍କା ଦେଇ ଚାଲିଯାଇଥିଲେ । ଏହାର କିଛି ସମୟ ପରେ ଫୋନ-ପେ ଏକାଉଣ୍ଟ ନମ୍ବର ହ୍ୟାକ କରି ଏକାଉଣ୍ଟରେ ଥିବା ବାକିତକ ଟଙ୍କା ଲୁଟେରା ଉଠାଇ ନେଇଥିଲେ । ତୁରନ୍ତ ଏହି ସାଇବର ଲୁଟେରା ମାନଙ୍କୁ ଧରିବାକୁ ବଜାର କମିଟି ସଭାପତି ତାପସ କୁମାର ଜେନା ଏବଂ ସମ୍ପାଦକ ମୋହନ ଚରଣ ସାହୁ ପୁଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି ।