ନାବାଳିକାର ଫଟୋ ଭାଇରାଲ; ଜେଲ ଗଲେ ଯୁବକ

ସୁକିନ୍ଦା : ଏହି ଥାନା ଅଂଚଳର ଜଣେ ଯୁବକ ସ୍ଥାନୀୟ ଅଂଚଳର ଜନୈକା ନାବାଳିକାର ଆପତିଜନକ ଫଟୋ ଭାଇରାଲ କରି ଜେଲ ଯିବାକୁ ପଡ଼ିଛି । ଅଭିଯୋଗ ମୁତାବକ ମୁତାବକ ମଙ୍ଗଳପୁର ଯୁବକ ରଞ୍ଜନ ବେହେରା ଜଣେ ନାବାଳିକାଙ୍କ ଆପତି ଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିବା ନେଇ ନାବାଳିକାଙ୍କ ପିତା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ଯୁବକ ଠାରୁ ଦୁଇଟି ମୋବାଇଲ୍ ଜବତ କରି ମାମଲା ନଂ ୪୦୯/୨୦୨୫ରେ ଗୁରୁବାର କୋର୍ଟ ଚାଲାଣ କରିଥିଲେ ।