ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ସମୂହ ଦୀପଦାନ

ବାଲିଚନ୍ଦ୍ରପୁର:- ସ୍ୱାଧୀନତା ସଂଗ୍ରାମୀ ଓ ସହିଦ ଯବାନ ମାନଙ୍କ ସ୍ମୃତିରେ ସମୂହ ଦୀପଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବଡ଼ଚଣା ଗାନ୍ଧି ବୃନ୍ଦାବନ ତ୍ରିପାଠୀ ସ୍ମୃତି ସଂସଦ, ସଂଗ୍ରାମୀ ଜଗନ୍ନାଥ ମାନ୍ଧାତା ସ୍ମୃତି ପରିଷଦ ଓ ସଂଗ୍ରାମୀ ଏକାଡେମୀ ବନ୍ଦରେଶ୍ୱର ମିଳିତ ଆନୁକୂଲ୍ୟରେ ମାତକାତପୁର ସ୍ଥିତ ମା'ବଜ୍ରମହାକାଳୀ ପୀଠରେ ଏହି ଦୀପଦାନ ଉତ୍ସବକୁ ଓଡିଶା ପ୍ରଦେଶ ସ୍ୱାଧୀନତା ସଂଗ୍ରାମୀ ଉତରଦାୟଦ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ ଉକôଳ ସର୍ବୋଦୟ ମଣ୍ଡଳର ରାଜ୍ୟ ସଭାପତି ମିହିର ପ୍ରତାପ ଦାସ ମିଳିତ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିବାବେଳେ ଶ୍ରୀ ସତ୍ୟସାଇ ସେବା ସମିତି ପଲାଇର ସ୍ମୃତିରଞ୍ଜନ ନାୟକ ବେଦପାଠ କରିଥିଲେ । ବିକ୍ରମତିରଣ ପଞ୍ଚାୟତର ପୂର୍ବ ସମିତିସଭ୍ୟ ସୁବାଷ ଚନ୍ଦ୍ର ନାୟକ, ଦିଲୀପ ସାମଲ, ପଣ୍ଡିତ ଜ୍ଞାନେନ୍ଦ୍ର ତ୍ରିପାଠୀ, ସମାଜସେବୀ ଅମ୍ବିକା ପ୍ରସାଦ ଦାସ, ଗାନ୍ଧିଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସାଧାରଣ ସମ୍ପାଦକ ବୀରୁପାକ୍ଷ ତ୍ରିପାଠୀ, ଅବସରପ୍ରାପ୍ତ ସିଆରପିଏଫ ଉପନିରୀକ୍ଷକ ସୁରେନ୍ଦ୍ର ନାଥ ଖଟୁଆ, ଯବାନ ରଞ୍ଜନ ମଲ୍ଲିକ, ଆଗ୍ନିକ ସୁଶାନ୍ତ ଦାସ, ସୁଶାନ୍ତ ନାୟକ, ଯବାନ ପ୍ରଦୀପ୍ତ ମଲ୍ଲିକ, କଳ୍ପତରୁ ମଲ୍ଲିକ, ସୁର୍ଦଶନ ଦାସ ପ୍ରମୁଖ ସଂଗ୍ରାମୀ ମାନଙ୍କୁ ଦୀପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏକାଡେମୀର ବରିଷ୍ଠସଦସ୍ୟ ରଞ୍ଜିତ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଉତ୍ସବରେ ଅବସରପ୍ରାପ୍ତ ଯବାନ ସନ୍ତୋଷ ମଲ୍ଲିକଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଲୋଟନ ପ୍ରଧାନ, ଶଶୀକାନ୍ତ ନାୟକ, ରାଜା ମହାନ୍ତି, ସତ୍ୟବିଶ୍ୱମର ସିଂହ, ରାହୁଲ ଜେନା, ରଞ୍ଜିତ ବେହେରା, ନିରଞ୍ଜନ ସାମଲ, ଚିତ୍ତରଞ୍ଜନ ପୃଷ୍ଟି, କିଶୋର ଦାସ, ଜଗବନ୍ଧୁ ବେହେରା, ସ୍ମୃତିରଞ୍ଜନ ପଣ୍ଡା, ଚନ୍ଦନ ପୁଟିଆ, କୈଳାସ ଦାସ, ଦୀନବନ୍ଧୁ ସାହୁ, ଜୀବନ ସିଂହ, ମଧୁସୂଦନ ବେହେରା, ସୁମନ୍ତ ମଲ୍ଲିକ, ଉମେଶ ସାମଲ, ଧନଞ୍ଜୟ ଲେଙ୍କା, ସାରଦା ଦାସ, ସତ୍ୟାନନ୍ଦ ଦାଶ, ଚିତରଞ୍ଜନ ତ୍ରିପାଠୀ, ଅଜୟ ପୁଟିଆ, ସୁଶାନ୍ତ ପ୍ରଧାନ, ଶ୍ରୀକାନ୍ତ ସାହୁ, ପଙ୍କଜ ପୁଟିଆ, ଆଶୁତୋଷ ମହାରଣା, ସୁଶାନ୍ତ ବେହେରା, ସନ୍ତୋଷ ପୃଷ୍ଟି, ମାନସ ସାହୁ, ବିନ୍ଦୁ ସାମଲ, ରଶ୍ମିରଞ୍ଜନ ସାମଲ, ବିନୋଦ ମଲ୍ଲିକ ପ୍ରମୁଖ ଭଦ୍ରବ୍ୟକ୍ତି ମାନେ ଯୋଗଦେଇଥିବା ବେଳେ ବିଶିଷ୍ଠ ସମାଜସେବୀ ଯଦୁନାଥ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏକାଡେମୀର ଉପଦେଷ୍ଠା ଶ୍ରୀକାନ୍ତ ସାମଲ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ।