ଯଜ୍ଞ ପଡ଼ିଆକୁ ସର୍ବସାଧାରଣ ଭୂମି ଭାବେ ରେକର୍ଡଭୁକ୍ତ କରିବାକୁ ଦାବି
ବାଲିଚନ୍ଦ୍ରପୁର: ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପଞ୍ଚାୟତ ଅଶିଳା ପଦ୍ମନାଭପୁର ଗ୍ରାମର ତଫସିଲଭୁକ୍ତ ପତିତ ପଡିଆ ଜମିକୁ ସର୍ବସାଧାରଣ ଭୂମି ଭାବେ ରେକର୍ଡÿଭୁକ୍ତ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ଦାବି ହୋଇଛି । ସୂଚନା ମୁତାବକ କେଉଁ ଆବାହମାନ କାଳରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଏହି ତଫସିଲଭୁକ୍ତ ପତିତ ଜମି ରହି ଆସିଅଛି । ୧୯୨୯ ସେଟେଲମେଣ୍ଟ ରେକର୍ଡ ଅନୁଯାୟୀ ଏହି ୭ ଏକର ପଡିଆ ଜମି ତକôାଳୀନ ଜମିଦାରଙ୍କ ମାଲିକାନାରେ ପତିତ କିସମ ଜମି ଭାବରେ ବର୍ଣ୍ଣିତ ରହିଅଛି । ତେବେ ଯଜ୍ଞ ପଡିଆ ଭାବେ ନାମିତ ଏହି ଜମି ଅଶିଳା ପଦ୍ମନାଭପୁର ଗ୍ରାମବାସୀ ମାନଙ୍କର ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୋଇ ଆସୁଛି । ଜମିର କିଛି ପଡ଼ିଆ ଅଂଶରେ ଗ୍ରାମବାସୀଙ୍କ ଗାଈ ଗୋରୁ ଚରିଥାନ୍ତି । ସେହିପରି ଏହି ଜମିରେ ହାଇସ୍କୁଲ ପଡିଆ, ଯଜ୍ଞଗୃହ, ମା' ଶାରଳାଙ୍କ ମନ୍ଦିର, ଶିବ ମନ୍ଦିର, ଗ୍ରାମ ଶ୍ମଶାନ ଓ ଗିରି ଗୋବର୍ଦ୍ଧନ କୋଠ ଗୃହ ସ୍ଥାପିତ କରାଯାଇଛି । ହେଲେ କିଛି ମୁଷ୍ଟିମେୟ ଜମିକୁ ଜମିଦାରଙ୍କ ପ୍ରତିନିଧିଙ୍କ ଠାରୁ ଚଂଚକତା କରି ହାତେଇବା ପାଇଁ ଚକ୍ରାନ୍ତ କରୁଥିବା ଗ୍ରାମବାସୀମାନେ ଅବଗତ ହେବା ପରେ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରି ଏହି ଜମିକୁ ସର୍ବସାଧାରଣଙ୍କ ଭୂମି ଭାବେ ରେକର୍ଡଭୁକ୍ତ କରିବାକୁ ଦାବି କରିଛନ୍ତି ।